ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶାତାଜା ଖବର

ରେଳ ଦୁର୍ଘଟଣାରେ ଆସିଲା ମୃତାହତଙ୍କ ସଂଖ୍ୟା, ଅପରାହ୍ନ ୨ଟା ସୁଦ୍ଧା ୨୮୮ ଜଣଙ୍କ ମୃତ୍ୟୁ ହୋଇଛି। ୭୪୭ ଜଣ ଆହାତ, ୫୬ ଜଣ ସଙ୍କଟାପନ୍ନ ଅଛନ୍ତି । ଏନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ପାଇଛି । ସେହିଭଳି ୭୪୭ ଜଣ ଆହତଙ୍କ ଡାକ୍ତରଖାନାରେ ଚାଲିଛି ଚିକିତ୍ସା । ଏବେ ମଧ୍ୟ ୫୬ ଜଣ ଗୁରୁତରଙ୍କର ଚାଲିଛି ଚିକିତ୍ସା । ଦିନ ୨ଟା ସୁଦ୍ଧା ଏହି ତଥ୍ୟ ଆସିଥିବା ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ ବାଲେଶ୍ୱର ବାହାନଗା ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା । ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

ବାଲେଶ୍ୱର ଜିଲ୍ଲାର ବାହାନଗା ଠାରେ ଗତକାଲି ସଂଧ୍ୟାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ପାଖାପାଖି ୩୦୦ ଲୋକଙ୍କ ଜୀବନ ଯିବା ଓ ପ୍ରାୟ ହଜାରେ ଯାତ୍ରୀ ଆହତ ହେବାପରେ ସେଠାକୁ ଏବେ ନେତାଙ୍କ ସୁଅ ଛୁଟିବାରେ ଲାଗିଛି । ସେହିଭଳି ବିଶ୍ୱର ବହୁ ନେତା ମଧ୍ୟ ଏଭଳି ଲୋମହର୍ଷଣକାରୀ ଦୁର୍ଘଟଣା ପାଇଁ ଶୋକ ବାର୍ତ୍ତା ପଠାଇବାରେ ଲାଗିଛନ୍ତି ।

ପ୍ରଥମେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୁର୍ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ । ପ୍ରଥମେ ଉଦ୍ଧାର ଓ ଚିକିତ୍ସା ଉପରେ ଗୁରୁତ୍ୱ ଦେବା ସହିତ ଦୁର୍ଘଟଣାର ମୂଳକୁ ଯାଇ ତଦନ୍ତ କରାଯିବ ବୋଲି କହିଥିଲେ ।

ପରେ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ ପରେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ଯାଇ ଚିକିତ୍ସାଧିନ ଆହତମାନଙ୍କୁ ଭେଟିଥିଲେ । ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ତାଙ୍କ ସହିତ ୫ଟି ସଚିବ ଭି କେ ପାଣ୍ଡିୟାନ ମଧ୍ୟ ଉପସ୍ଥିତ ଥିଲେ।

ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶେଶ୍ୱର ଟୁଡୁ, ସାଂସଦ ପ୍ରତାପ ଷଡଙ୍ଗୀ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ବାହାନଗା ଦୁର୍ଘଟଣାସ୍ଥଳକୁ ଆସି ପହଞ୍ଚିଛନ୍ତି । ଏହା ପୂର୍ବରୁ ପଶ୍ଚିମବଙ୍ଗ ସରକାର ତାଙ୍କର ଉଦ୍ଧାରକାରୀଦଳଙ୍କୁ ଦୁର୍ଘଟଣାସ୍ଥଳକୁ ପଠାଇଥିଲେ ।

ଏଥି ସହିତ ରାଜ୍ୟର ବିଭିନ୍ନ ଦଳର ନେତାମାନେ ଦୁର୍ଘଟଣାସ୍ଥଳକୁ ଯିବାରେ ଲାଗିଛନ୍ତି । ଏହା ପୂର୍ବରୁ ଏନ୍‍ଡିଆରଏଫ୍‍, ଓଡ୍ରାଫ୍‍, ରେଳବାଇ ସୁରକ୍ଷାବଳର ଅଧିକରୀ ଓ ଉଦ୍ଧାରକାରୀଦଳ ଗତ କାଲିଠାରୁ ସେମାନଙ୍କର ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି ।

ଇତି ମଧ୍ୟରେ ଓଡିଶା ଓ ତାମିଲନାଡୁ ସରକାର ଦୁର୍ଘଟଣା ପାଇଁ ଗୋଟିଏ ଦିନ ଶୋକ ଘୋଷଣା କରିଛନ୍ତି । ତାମିଲନାଡୁ ସରକାର ପ୍ରତ୍ୟେକ ମୃତକଙ୍କ ପାଇଁ ୫ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଥିବାବେଳେ କେନ୍ଦ୍ର ସରକାର ପ୍ରତି ମୃତକଙ୍କ ପାଇଁ ୧୦ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ କହିଛନ୍ତି ।

ବାଲେଶ୍ବର ବାହାନଗାରେ ହୋଇଥିବା ଟ୍ରେନ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର କଲାଇକୁଣ୍ଡା ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ବାୟୁସେନା ହେଲିକପ୍ଟର ଯୋଗେ ବାଲେଶ୍ବର ଆସିଥିଲେ।

ସେଠାରେ ସେ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରୁଛନ୍ତି । କ୍ଷତିଗ୍ରସ୍ତ ବଗି ଗୁଡ଼ିକୁ ମୋଦିଙ୍କ ସହ ୨ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନ ବୁଲି ଦେଖୁଛନ୍ତି। ଏହାପୂର୍ବରୁ ମୋଦି ଟ୍ରେନ ଦୁର୍ଘଟଣା ନେଇ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ । ବାହାନଗାରେ ସ୍ଥିତି ସମୀକ୍ଷା କରିବା ପରେ କଲାଇକୁଣ୍ଡା ଫେରିଯିବେ ସେଠାରୁ ଦିଲ୍ଲୀ ଅଭିମୁଖେ ବାହାରିବେ । କଟକ ଓ ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀଙ୍କ କୌଣସି କାର୍ଯ୍ୟକ୍ରମ ନାହିଁ ।

ବାଲେଶ୍ୱର: ବାହାନଗା ଠାରେ ହୋଇଥିବା ରେଳ ଦୁର୍ଘଟଣାକୁ ନେଇ ଏବେ ସାରା ବିଶ୍ୱ ଶୋକ ପ୍ରକାଶ କରିଛି। ଏହି କ୍ରମରେ ରାଜନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ କିଭଳି ଭାବେ ଦୁର୍ଘଟଣାଗ୍ରସ୍ତ ରେଳଯାତ୍ରୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ତା ଉପରେ କାମ କରୁଛନ୍ତି । ଏପଟେ ଓଡ଼ିଶା ପୁଲିସ ତରଫରୁ ଦୁର୍ଘଟଣାଗ୍ରସ୍ତ ଟ୍ରେନରେ ଥିବା ଯାତ୍ରୀମାନଙ୍କର ତାଲିକା ପ୍ରକାଶ କରିଛି । 

ପ୍ରଧାନମନ୍ତ୍ରୀ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ପୂର୍ବାହ୍ନରେ ହେଲିକପ୍ଟରରେ ଆସି ମମତା ସିଧା ବାଲେଶ୍ବରରେ ଅବତରଣ କରିଥିଲେ । ପରେ ସେଠାରୁ ସେ ବାହାନଗା ଷ୍ଟେସନ ନିକଟବର୍ତ୍ତୀ ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିଥିଲେ । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ଆଲୋଚନା କରିଥିଲେ । ସେହିପରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ମଧ୍ୟ ଦୁର୍ଘଟଣାସ୍ଥଳକୁ ଆସୁଛନ୍ତି । ଏହାସହିତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପଶ୍ଚିମବଙ୍ଗ ଯାତ୍ରୀଙ୍କ ଲାଗି ୫ ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କରିଛନ୍ତି ।

ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି । ଦୁର୍ଘଟଣାରେ ମୃତାହତଙ୍କ ପାଇଁ ଶୋକ ପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟରେ ସମସ୍ତ ପ୍ରକାର ସହଯୋଗ କରିବା ନେଇ ନବୀନଙ୍କ ପ୍ରସ୍ତାବ ଦେଇଛନ୍ତି । ସେହିପରି ବିଭିନ୍ନ ଦେଶ ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି । ଋଷ ରାଷ୍ଟ୍ରପତି ପୁଟିନ, ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି, ନେପାଳ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା, ଆମେରିକା, କାନାଡା ପ୍ରଧାନମନ୍ତ୍ରୀ ପ୍ରମୁଖ ଟ୍ବିଟ୍ କରି ଦୁଃଖ ବ୍ୟକ୍ତ କରିଛନ୍ତି ।

କବଚ’ କ’ଣ? ‘କବଚ’ ନ ଥିବାରୁ ଘଟିଲା କି ଏଭଳି ମର୍ମନ୍ତୁଦ ରେଳ ଦୁର୍ଘଟଣା…

ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ବରରେ ଦୁର୍ଘଟଣାଗ୍ରସ୍ତ ହେବା ସମୟରେ ୧୨୮୪୧-ଶାଲିମାର୍‌-ଚେନ୍ନାଇ କରମଣ୍ଡଳ ସୁପର୍‌ଫାଷ୍ଟ୍‌ ଏକ୍ସ୍‌ପ୍ରେସ୍‌ ଘଣ୍ଟାପ୍ରତି ୧୨୮ କିଲୋମିଟର୍‌ ଓ ୧୨୮୬୪- ସାର୍‌ ଏମ୍‌. ବିଶ୍ବେଶ୍ବରାୟ ଟର୍ମିନାଲ୍‌-ହାୱଡ଼ା ସୁପର୍‌ଫାଷ୍ଟ୍‌ ଏକ୍ସ୍‌ପ୍ରେସ୍‌ ୧୨୬ କିଲୋମିଟର୍‌ ବେଗରେ ଚାଲୁଥିଲା ବୋଲି ‘ଡିଏମ୍‌ଓ’ ଅଧିକାରୀମାନେ କହିଛନ୍ତି। ଏହାଛଡ଼ା, ବାହାନଗା ବଜାର ଷ୍ଟେସନ୍‌ରେ ଗୋଟାଏ ମାଲ୍‌ଗାଡ଼ି ପୂର୍ବରୁ ଅଟକିଥିଲା।

କିନ୍ତୁ, ସେତେବେଳେ ଉଭୟ ଟ୍ରେନ୍‌ ଲାଗି ସର୍ବାଧିକ ଘଣ୍ଟାପ୍ରତି ବେଗ (ମ୍ୟାକ୍ସିମମ୍‌ ପର୍‌ମିସେବଲ୍‌ ସ୍ପିଡ୍‌) ୧୩୦ କିଲୋମିଟର୍‌ଥିଲା। କିନ୍ତୁ, ଦୁର୍ଘଟଣାର ଘଟିବାର ପ୍ରକୃତ କାରଣ ଉଚ୍ଚ-ସ୍ତରୀୟ ତଦନ୍ତ ପରେ କୁହାଯିବ ବୋଲି କୁହାଯାଇଥିଲେ ବି ଏହି ‘ରୁଟ୍‌’ରେ ‘କବଚ’ ବ୍ୟବସ୍ଥା ନ ଥିଲା ବୋଲି ରେଳବାଇ ସୁନିଶ୍ଚିତ କରିଛି। ‘କବଚ’ ଥିଲେ ହୁଏତ ଏକ୍ସପ୍ରେସ୍‌ ଟ୍ରେନ୍‌ ଦୁଇଟି ପରସ୍ପର ସହିତ ଧକ୍କା ଖାଇବାରୁ ବର୍ତ୍ତି ଯାଇ ଥାଆନ୍ତେ।

ସୂଚନାଯୋଗ୍ୟ, ଏ ଧରଣର ଦୁର୍ଘଟଣାରୁ ‘କବଚ’ ବ୍ୟବସ୍ଥା ଟ୍ରେନ୍‌କୁ ବଞ୍ଚାଇଥାଏ। ‘ଆତ୍ମନିର୍ଭର ଭାରତ’ ଉପକ୍ରମ ଭାବେ ୨୦୨୨ ବଜେଟ୍‌ରେ ‘କବଚ’ ବ୍ୟବସ୍ଥା ଘୋଷଣା କରାଯାଇଥିଲା। ଏହି ବୈଷୟିକ ଜ୍ଞାନକୌଶଳ ସମୁଦାୟ ୨୦୦୦ କିଲୋମିଟର୍‌ ରେଳ ନେଟ୍‌ୱାର୍କରେ ଲାଗୁ କରାଯିବ ବୋଲି ଯୋଜନା କରାଯାଇଥିଲା।

୨୦୨୨ ମାର୍ଚ ୨୩ରେ ରେଳ ମନ୍ତ୍ରାଳୟ ମଧ୍ୟ ଘୋଷଣା କରିଥିଲା ଯେ, ଭାରତରେ ଟ୍ରେନ୍‌ ଚଳାଚଳର ସୁରକ୍ଷା ନିମନ୍ତେ ସ୍ବଦେଶୀ ଜ୍ଞାନ‌କୌଶଳରେ ନିର୍ମିତ ‘ଅଟୋମେଟିକ୍‌ ଟ୍ରେନ୍‌ ପ୍ରୋଟେକ୍ସନ୍‌’ (ଏଟିପି) ବା ‘କବଚ’ ପଦକ୍ଷେପ ନିଆଯାଉଛି। ‘ରିସର୍ଚ ଡିଜାଇନ୍‌ସ୍‌ ଆଣ୍ଡ୍‌ ‌ଷ୍ଟାଣ୍ଡାର୍ଡସ୍‌ ଅର୍ଗାନାଇଜେସନ୍‌’ ଏବଂ ଅନ୍ୟ ତିନିଟି ପ୍ରତିଷ୍ଠାନର ମିଳିତ ଉଦ୍ୟମରେ ଭାରତୀୟ ରେଳ ପାଇଁ ଏହି ‘ଏଟିପି’ ବିକଶିତ କରାଯାଇଥିଲା।

‘ସିଗ୍‌ନାଲ୍‌ ପାସିଙ୍ଗ୍‌ ଆଟ୍‌ ଡେଞ୍ଜର୍‌’ (ଏସ୍‌ପିଏଡି) ଏଡ଼ାଇବା ନିମନ୍ତେ ଟ୍ରେନ୍‌ ଚାଳକଙ୍କୁ ସହାୟତା କରିବା ଏବଂ ଘନ କୁହୁଡ଼ି ଭଳି ପ୍ରତିକୂଳ ପାଗରେ ଟ୍ରେନ୍‌ ଚଳାଚଳରେ ସହାୟତା କରିବା ପାଇଁ ‘କବଚ’ ବ୍ୟବସ୍ଥା ଡିଜାଇନ୍‌ କରାଯାଇଥିଲା। ଆବଶ୍ୟକସ୍ଥଳେ ଆପଣାଛାଏଁ ବ୍ରେକ୍‌ ମାରି ଏହି ‘କବଚ’ ସମ୍ଭାବ୍ୟ ଦୁର୍ଘଟଣା ଏଡ଼ାଇ ପାରେ।

ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ୍‌ (୧୨୮୪୧)ଟ୍ରେନ୍‌ ଓ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ୍‌ (୧୨୮୬୪) ଧକ୍କା ହୋଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତାମିଲନାଡୁ ସମେତ ସାରା ଦେଶବାସୀ ସ୍ତବ୍ଧ ହୋଇଯାଇଛନ୍ତି। ଏହି ଟ୍ରେନ୍‌ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୨୮୮ରେ ପହଞ୍ଚି ଥିଲା ବେଳେ ଆହୁରି ୭୦୦ ଆହତଙ୍କର ଚିକିତ୍ସା ବାଲେଶ୍ବର ଓ କଟକ ସମେତ ଅନ୍ୟ ଡାକ୍ତରଖାନାରେ ଜାରି ରହିଛି। ସେମାନଙ୍କର ମଧ୍ୟରୁ ଶତାଧିକ ଯାତ୍ରୀଙ୍କର ଅବସ୍ଥା ସଂକଟାପନ୍ନ ରହିଛି।

ଘଟଣାର ତଦନ୍ତ ପାଇଁ ଏକ ତଦନ୍ତ କମିଟି ଗଠନ କରାଯାଇଛି ଓ ତଦନ୍ତ ରିପୋର୍ଟରେ ପ୍ରକୃତ କାରଣ ଜଣାପଡ଼ିବ । କିନ୍ତୁ ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ପ୍ରାୟ ୧୨୬ କିଲୋମିଟର ବେଗରେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ ନିଜ ଟ୍ରାକରେ ସିଧା ଯିବା ବଦଳରେ ମାଲଗାଡ଼ି ଛିଡ଼ା ହୋଇଥିବା ଟ୍ରାକକୁ ବୁଲିଥିଲା ଓ ପ୍ରବଳ ବେଗରେ ମାଡ଼ ହୋଇଥିଲା । ଏହା ପରେ ବଗି ଗୁଡ଼ିକ ଯାଇ ଅନ୍ୟ ଟ୍ରାକରେ ଯାଉଥିବା ଏମ. ବିଶ୍ବେଶ୍ବରୟା ଟର୍ମିନାଲ-ହାଓ୍ବଡ଼ା ଏକ୍ସପ୍ରେସ ଉପରେ ପଡ଼ିଥିଲା । ଫଳରେ ଏତେବଡ଼ ଦୁର୍ଘଟଣା ଘଟିଥିଲା ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

୨୦୦୪ରେ ହୋଇଥିଲା ବିଶ୍ବର ସବୁଠୁ ଭୟଙ୍କର ଟ୍ରେନ ଦୁର୍ଘଟଣା

ଅନଲାଇନ୍ ମେଡିସିନ ବିକ୍ରି ଔଷଧ ବିକ୍ରି ବନ୍ଦ ହୋଇପାରେ, ସ୍ୱାସ୍ଥ୍ୟମନ୍ତ୍ରଣାଳୟର କଡା ନଜର

Sunil Chandra Nayak

୨୨୩ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଦରମା ବନ୍ଦ, କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଉଚ୍ଚଶିକ୍ଷା ବିଭାଗ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort