ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲା ସ୍ତରୀୟ ସମସ୍ତ ଅମଲା ମାନଙ୍କ ଧାରଣା ତୃତୀୟ ଦିନରେ      

ନବରଙ୍ଗପୁର-(ମସିହା)୦୩.୬.୨୦୨୩ ନବରଙ୍ଗପୁର: ଆଜି ତୃତୀୟ ଦିନରେ ନବରଙ୍ଗପୁର ଜିଲ୍ଲା ସ୍ତରୀୟ ସମସ୍ତ ଅମଲା ମାନେ ସମୂହ ଛୁଟିରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନବରଙ୍ଗପୁର ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମରକୋଟ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଛନ୍ତି l ଧାରଣ ଯିବା ପୂର୍ବରୁ ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଷ୍ଟେସନ ଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ରେ ପ୍ରାଣ ହରାଇଥିବା ବ୍ୟକ୍ତି ବିଶେଷ ଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ଏବଂ ଆହତ ମାନଙ୍କ ଆସୁ ଆରୋଗ୍ୟ କାମନା କରିଥିଲେ l ତତସହିତ ଆହତ ମାନଙ୍କ ପାଇଁ ଆବଶ୍ୟକ ରକ୍ତର ଅଭାବ କୁ ଦୃଷ୍ଟିରେ ରଖି ରକ୍ତ ଦାନ କରିବା ସହିତ ଉକ୍ତ ରକ୍ତକୁ ବାଲେଶ୍ବର ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନ କୁ ଅନୁରୋଧ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି l ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ନବରଙ୍ଗପୁର ର ଏହି କାର୍ଯ୍ୟକ୍ରମ ରେ ସଦରମହକୁମା ର ପ୍ରାୟ ଦେଢ ଶହରୁ ଅଧିକ ଅମଲା ଯୋଗଦାନ କରିଥିଲେ ll ଅମଲା ସଂଘର ଗୋଟିଏ ମାତ୍ର ଦାବୀକୁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ରାଜ୍ୟ ସଭାପତି ରମଣୀ ରଞ୍ଜନ ତ୍ରିପାଠୀ ଯଥାର୍ଥ ବୋଲି ପ୍ରତିପାଦିତ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡିଶା ରାଜସ୍ୱ ଅମଲା ସଂଘର ରାଜ୍ୟ ସଭାପତି ତଥା ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ରାଜ୍ୟ ସଭ୍ୟ ତ୍ରିପତି ବାଲାଜୀ ସାହୁ , ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ଅଧ୍ୟକ୍ଷ ଲୋକନାଥ ମହାନ୍ତି, ଅଧ୍ୟକ୍ଷ କୈଳାଶ ଚନ୍ଦ୍ର ଦାସ, ଆବାହକ ଏମ ବାଲାକ୍ରିଷ୍ଣା ରାଓ, ରାମ ପଣ୍ଡା, ଦିଲ୍ଲୀପ ସାହୁ, ରାମ ପ୍ରସାଦ ରଥ,ଆଶୁତୋଷ ମହାନ୍ତି, ସୀତାରାମ ବେହେରା, ନୀଳକଣ୍ଠ ରାଜୁ, ସୌରଭ ଦାସ , ବବିତା ପଟନାୟକ,ସାହିଦ ଅକତାର, ରଞ୍ଜିତ ଷଡଙ୍ଗୀ, ଏ ପ୍ରଶାନ୍ତି, ମବିନା ସୁଲତାନ, ମୈଥିଳୀ ପଟ୍ଟନାୟକ, ପି ଅନୁରାଧା ପାତ୍ର, ସୁନିତା ମହାରଣା, ରଶ୍ମିତା ପାଢି, ସସ୍ମିତା ନାୟକ, ଧନୁର୍ଜୟ ମାଝି, ସ୍ନେହାଶିଷ୍ ଦାସ, ପ୍ରମୁଖ ଉପସ୍ଥିତ ଥିଲେl କରମଣ୍ଡଳ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣା ରେ ମୃତ ଓ ଆହତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଲେ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

“ବଡ’ପଣ୍ଡା-ବଡ’ଭକୁଆ”କମ୍ପାନୀର ନିଜସ୍ୱ କର୍ମଚାରୀ ଶୁଭଙ୍କର ବଦଳେ କମ୍ପାନୀ ପାଇଁ ଭୟଙ୍କର ସାଜିଛି

masiha

ରାଇରଙ୍ଗପୁର ଗୋଇନ୍ଦା ବିଭାଗର ସହକାରୀ କର୍ମଚାରୀ ବିଶ୍ଵଜିତ ଗିରି ଆର ପାରିରେ

masiha

ଜାତୀୟ ଜୁଡୋରେ ସଫଳତା ଆଣିଲେ କେନ୍ଦୁଝର ଝିଅ ବୈଷ୍ଣବୀ

Sunil Chandra Nayak

Leave a Comment

error: Content is protected !!