ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କସ୍ତୁରୀ ସାଂସ୍କୃତିକ ମହୋତ୍ସବ ଆସନ୍ତା ୧୩ ରୁ ୧୫……. ସମ୍ମାନିତ ହେବେ ଚିନ୍ମୟୀ ଷଡ଼ଙ୍ଗୀ, ଡ଼ଃ ସମର ମୁଦାଲି,ଦ୍ବୀପନ୍ବିତ ଦାଶ ମହାପାତ୍ର ଓ ପ୍ରଶାନ୍ତ ସେଠୀ 

କସ୍ତୁରୀ ସାଂସ୍କୃତିକ ମହୋତ୍ସବ ଆସନ୍ତା ୧୩ ରୁ ୧୫…….

ସମ୍ମାନିତ ହେବେ ଚିନ୍ମୟୀ ଷଡ଼ଙ୍ଗୀ, ଡ଼ଃ ସମର ମୁଦାଲି,ଦ୍ବୀପନ୍ବିତ ଦାଶ ମହାପାତ୍ର ଓ ପ୍ରଶାନ୍ତ ସେଠୀ 

ରାଉରକେଲା: ସହରର ଅନ୍ୟତମ ଅଗ୍ରଣୀ ନାଟକ ତଥା ସାମାଜିକ ସାଂସ୍କୃତିକ ଅନୁଷ୍ଠାନ କସ୍ତୁରୀ ର ସାଂସ୍କୃତିକ ମହୋତ୍ସବ ଆସନ୍ତା ୧୩ ତାରିଖ ରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହେବ ବୋଲି ସେକ୍ଟର ୭ ଇସ୍ପାତ ସାହିତ୍ୟ ସଂସଦ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । କସ୍ତୁରୀ ତରଫରୁ ସାଧାରଣ ସମ୍ପାଦକ ରାଧାଶ୍ୟାମ ମହାନ୍ତି, ସାଂସ୍କୃତିକ ସମ୍ପାଦକ ଅଶୋକ କୁମାର ବଳ, ଆମେ ସବୁ ମେଣ୍ଢା ର ନାଟକର ନିର୍ଦ୍ଦେଶକ ଅଶୋକ କର ଓ ସଦସ୍ୟ ଗୈାରାଙ୍ଗ ଦଳାଇ ପ୍ରମୁଖ ଏହି ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ କସ୍ତୁରୀ ର ସାଂସ୍କୃତିକ ମହୋତ୍ସବ ଆସନ୍ତା ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସୂଚନା ଅନୁଯାୟୀ ୧୩ ତାରିଖ ଦିନ ସ୍ମରଣିକା ‘ଚାଲ ଶାନ୍ତି କିଣିବା’ ର ଉନ୍ମୋଚନ,ସାମାଜିକ ଚେତନାଧର୍ମୀ କାର୍ଯ୍ୟକ୍ରମ – ଦୁର୍ଘଟଣା , ମୋର କଣ ଭୁଲ ଥିଲା?, ମୁକ ବଧିର ବିଦ୍ୟାଳୟ, ରାଧାକୃଷ୍ଣ ଦୃଷ୍ଟିହୀନ ବିଦ୍ୟାଳୟ, ମୁଣ୍ଡାରୀ ଯୁବକ ସଂଘ ତରଫରୁ ଦୁର୍ଘଟଣା ମୁକ୍ତ ଭାରତ ବିଷୟ ରେ କ୍ଷୁଦ୍ର ନାଟକ ଓ ନୃତ୍ୟ ନାଟିକା ମଞ୍ଚସ୍ଥ କରିବେ। ୧୪ ତାରିଖ ଦିନ ଆୟୁଶ୍ରୀ ସାମଲ ଙ୍କ ଦ୍ବାରା ଦେବଦାସୀ ନୃତ୍ୟ ପରିବେଷଣ, ସମାଜସେବୀ ପ୍ରଶାନ୍ତ କୁମାର ସେଠୀଙ୍କୁ ସ୍ବତନ୍ତ୍ର ପୁରସ୍କାର ଓ ଶ୍ରଦ୍ଧା, ଭିନ୍ନକ୍ଷମ ଅଭିଭାବକ ସଂଘ, ମାରଙ୍ଗବୁରୁ ସାଂସ୍କୃତିକ ସଂଘ ତରଫରୁ ଦୁର୍ଘଟଣା ମୁକ୍ତ ଭାରତ ନାଟକ, ନୃତ୍ୟ ନାଟିକା ମଞ୍ଚସ୍ଥ ହେବ। ୧୫ ତାରିଖ ଦିନ ନାଟ୍ୟକାର ଡ଼ଃ ପ୍ରଦୀପ ଭୈ।ମିକ ଓ ନିର୍ଦ୍ଦେଶକ ଅଶୋକ କୁମାର କର ଙ୍କ ନିର୍ଦ୍ଦେଶିତ ନାଟକ ଆମେ ସବୁ ମେଣ୍ଢା ମଞ୍ଚସ୍ଥ କରାଯିବ। ଏହି ଅବସରରେ ନାଟକ,କଳା ଓ ସାହିତ୍ୟ ପ୍ରତି ସମର୍ପିତ ଚିନ୍ମୟୀ ଷଡ଼ଙ୍ଗୀ,ଦୀପନ୍ବିତ ଦାସମହାପାତ୍ର,ଡ ସମର ମୁଦାଲି ପ୍ରମୁଖ ଙ୍କୁ କସ୍ତୁରୀ ସମ୍ମାନ ୨୦୨୪ ରେ ସମ୍ମାନିତ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରଜତ ସାହୁ, କାର୍ତ୍ତିକ ପାଣ୍ଡବ, ସରୋଜ ମହାନ୍ତି, ମିନସୀ ଦେ,ନିକିତା ଷଡ଼ଙ୍ଗୀ, ପ୍ରିୟଦର୍ଶନୀ ଜେନା, ପାଣ୍ଡବ ମଲ୍ଲିକ, ଚନ୍ଦନ ମାହାନ୍ତ, ନିରଞ୍ଜନ ଭଟ୍ଟ, ରଞ୍ଜିତ ସାହୁ, ସୁଶାନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସଦସ୍ୟ ଶ୍ରୀ ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସାନମସିଗାଁରେ ନବନିର୍ମିତ ସିଏଚ୍‌ସି ଭବନ ଉଦ୍‌ଘାଟିତ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବା ଦିଗରେ ନୂଆ ପଦକ୍ଷେପ ଆଶାକର୍ମୀଙ୍କୁ ଆଶା କିଟ୍‌ ବଣ୍ଟନ କଲେ ମାନ୍ୟବର ମନ୍ତ୍ରୀ 

Sunil Chandra Nayak

ଓଡିଶା ଡ୍ରାଇଭର ମହାସଙ୍ଗ,ଡାବୁଗାଁ ଶାଖା ଦ୍ଵାରା ମୃତକ ପରିବାରକୁ ସହାୟତା 

masiha

ପଞ୍ଚଭୂତ ରେ ଲୀନ ହେଲେ ଶତାୟୁ ଆଦର୍ଶ ଶିକ୍ଷକ କୁଳମଣି ମହାନ୍ତ ; ଵାମନଘାଟୀ ଉପଖଣ୍ଡରେ ଶୋକର ଛାୟା

masiha

Leave a Comment

error: Content is protected !!