ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିନ୍ଦଲ ସ୍କୁଲର ଛାତ୍ର ବିରାଟ ସିଂ ଇସ୍ରୋ YUVIKA ପାଇଁ ମନୋନୀତ

ଜିନ୍ଦଲ ସ୍କୁଲର ଛାତ୍ର ବିରାଟ ସିଂ ଇସ୍ରୋ YUVIKA ପାଇଁ ମନୋନୀତ

ବଡ଼ବିଲ: ଜିନ୍ଦଲ ସ୍କୁଲର ଦଶମ ଶ୍ରେଣୀର ଛାତ୍ର ବିରାଟ ସିଂ Indian Space Research Organisation (ଇସ୍ରୋ) ଦ୍ୱାରା ଆୟୋଜିତ ଯୁବ ବିଜ୍ଞାନୀ କାର୍ଯ୍ୟକ୍ରମ (YUVIKA) ପାଇଁ ମନୋନୀତ ହୋଇଛନ୍ତି। ବିଜ୍ଞାନ, ବିଶେଷ କରି ମହାକାଶ ବିଜ୍ଞାନ ପ୍ରତି ତାଙ୍କର ଗଭୀର ଆଗ୍ରହ ଓ ନିଷ୍ଠା ଏହି ସଫଳତାର ପ୍ରମୁଖ କାରଣ ବୋଲି ଜଣାପଡ଼ିଛି।

ଏହି ଗୌରବଜନକ ସଫଳତା ପାଇଁ ବିରାଟଙ୍କୁ ସ୍କୁଲର ଅଧ୍ୟକ୍ଷା ସଂଗୀତା ଦାସ, ଶିକ୍ଷକ-ଶିକ୍ଷୟିତ୍ରୀମାନେ ଓ ପରିଚାଳନା କମିଟିର ସଦସ୍ୟମାନେ ଅଭିନନ୍ଦନ ଜଣାଇଛନ୍ତି। ସ୍କୁଲ ପକ୍ଷରୁ କୁହାଯାଇଛି ଯେ, ଏହା ନ କେବଳ ବିରାଟଙ୍କ ପାଇଁ, ବରଂ ସମଗ୍ର ସ୍କୁଲ ଓ ଅଞ୍ଚଳ ପାଇଁ ଗର୍ବର ବିଷୟ।

ଯୁବ ବିଜ୍ଞାନୀ କାର୍ଯ୍ୟକ୍ରମ (YUVIKA)ର ଲକ୍ଷ୍ୟ ହେଉଛି ପିଲାମାନଙ୍କ ମଧ୍ୟରେ ପୁସ୍ତକ ଜ୍ଞାନ ସହ ଗବେଷଣାତ୍ମକ ଜ୍ଞାନର ସମନ୍ୱୟ କରାଇବା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଉପଗ୍ରହ ପ୍ରଯୁକ୍ତି, ରକେଟ ଉତକ୍ଷେପଣ, ମହାକାଶ ଅଭିଯାନ ଓ ମହାକାଶ ପଦାର୍ଥ ବିଜ୍ଞାନ ଭଳି ବିଷୟରେ ପ୍ରାୟୋଗିକ ଜ୍ଞାନ ଅର୍ଜନ କରିପାରିବେ।

ଏହା ସହିତ, ମନୋନୀତ ଛାତ୍ରଛାତ୍ରୀମାନେ ଦେଶର ବିଭିନ୍ନ ଇସ୍ରୋ କେନ୍ଦ୍ରରେ ପ୍ରତିଷ୍ଠିତ ବୈଜ୍ଞାନିକ ଓ ଗବେଷକମାନଙ୍କ ନିକଟରୁ ପ୍ରତ୍ୟକ୍ଷ ଶିକ୍ଷା ଗ୍ରହଣ କରିବାର ସୁଯୋଗ ପାଇବେ।

ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

ନୂଆପଡ଼ା ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ଙ୍କ ଭେଟି: ଖରିଆର ରୋଡ କୁ ମୁନସିପାଲଟି ଓ କୋମନା ,ସିନାପାଲି କୁ ଏନଏସି ଘୋଷଣା

Sunil Chandra Nayak

ଜଣେ ଶ୍ୱାସରୋଗୀଙ୍କୁ ସାହାଯ୍ୟର ହାତ ବଢ଼େଇ ମାନବିକତାର ପରିଚୟ ଦେଲେ ବିଜେପି ଚଚା ମଣ୍ଡଳ ସଭାପତି 

masiha

ରାଧା ସେନାପତିଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା, ଶବ ଶୋଭାଯାତ୍ରାରେ ସାମିଲ ହେଲେ ଅନେକ ସରପଞ୍ଚ ଓ ମାନ୍ୟଗଣ୍ୟ ବ୍ୟକ୍ତି  

Sunil Chandra Nayak

Leave a Comment

error: Content is protected !!