ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ନବରଙ୍ଗପୁର ଠାରେ ଓଡିଶା କ୍ରୀଡ଼ା ମହକୁମ୍ବ ମୁଖ୍ୟମନ୍ତ୍ରୀ କପ୍ ଭଲିବଲ୍ , କବାଡି , ଫୁଟବଲ୍ ଓ ଖୋକୋ ଟୁର୍ଣ୍ଣାମେଣ୍ଟ ଉଦଘାଟିତ 

ନବରଙ୍ଗପୁର ଠାରେ ଓଡିଶା କ୍ରୀଡ଼ା ମହକୁମ୍ବ ମୁଖ୍ୟମନ୍ତ୍ରୀ କପ୍ ଭଲିବଲ୍ , କବାଡି , ଫୁଟବଲ୍ ଓ ଖୋକୋ ଟୁର୍ଣ୍ଣାମେଣ୍ଟ ଉଦଘାଟିତ 

ନବରଙ୍ଗପୂର:( ତା ୧୬.୪.୨୦୧୬)(ରବି ନାରାୟଣ ମହାନ୍ତି)ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା କ୍ରୀଡା ସଂଘର ମିଳିତ ଆନକୂଲ୍ୟରେ ରାଜ୍ୟ ସ୍ତରୀୟ ୧୪ ଏବଂ ୧୬ ବର୍ଷରୁ କମ୍ ମୁଖ୍ୟମନ୍ତ୍ରୀ କପ୍ ଭଲିବଲ୍ , କବାଡି , ଫୁଟବଲ୍ ଏବଂ ଖୋକ ଟୁର୍ଣ୍ଣାମେଣ୍ଟ ନବରଙ୍ଗପୁର ଷ୍ଟାଡିୟମ୍ ଠାରେ ଆରମ୍ଭ ହୋଇ ଯାଇଛି । ଏଇ ଅବସରରେ ଜିଲ୍ଲା କ୍ରୀଡା ସଂଘର ସମ୍ପାଦକ ପ୍ରହ୍ଲାଦ ତ୍ରିପାଠୀ ଙ୍କ ସଭାପତିତ୍ବ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଯୋଗ ଦେଇ ଆନୁଷ୍ଠାନିକ ଭାବେ କ୍ରୀଡାକୁମ୍ଭ କୁ ଉଦଘାଟନ କରିଥିଲେ। ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର ଛୋଟ ଛୋଟ ପିଲାଙ୍କୁ ନେଇ ସମସ୍ତ ପ୍ରକାର କ୍ରୀଡାର ଆୟୋଜନ କରୁଛନ୍ତି ଯଦ୍ୱାରା ଆଗାମୀ ଅଲମ୍ପିକ୍ସ ରେ ଆମ ଜିଲ୍ଲାର ଖେଳାଳି ରାଜ୍ୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ଦେଶ ପକ୍ଷରୁ ଖେଳିବାର ସମ୍ଭାବନା କୁ ଏଡ଼ାଇ ଦିଆ ଯାଇ ପାରିବ ନାହିଁ ବୋଲି ନିଜ ଅଭିଭାଷଣ ରେ କହିଥିଲେ। ଅନ୍ୟତମ ଅତିଥି ଭାବରେ କ୍ରୀଡା ସଂଘର ଉପ ସଭାପତି ଏମ. ବାଲା କ୍ରୀଷ୍ଣା ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ସତ୍ୟଜିତ ଗହଣା, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଭାତ ପଟ୍ଟନାୟକ, ବରିଷ୍ଟ କ୍ରୀଡ଼ାବିତ୍ ଅଂଶୁମାନ ତ୍ରିପାଠୀ, ସଂଘର ବରିଷ୍ଟ ସଦସ୍ୟ ଶଶାଙ୍କ ଶେଖର ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ। କ୍ରୀଡା ଆରମ୍ଭ ହେବା ପୂର୍ବରୁ ମୁଖ୍ୟ ଅତିଥି ସମେତ ଅନ୍ୟ ଅତିଥି ମାନେ ସମସ୍ତ କ୍ରୀଡ଼ାବିତ୍ କୁ ଜର୍ସି, ବୁଟ, ସକ୍ସ , ନି କ୍ୟାପ ଏବଂ ଏ ସମସ୍ତ ସାମଗ୍ରୀ ସୁରକ୍ଷିତ ରଖିବା ନିମନ୍ତେ ବ୍ୟାଗ୍ ବଣ୍ଟନ କରିଥିଲେ। ସୂଚନା ଯୋଗ୍ୟ ଯେ ଭଳିବଲ୍, ଖୋକ, କବାଡି ଏବଂ ଫୁଟବଲ୍ ବିଭାଗରେ ଜିଲ୍ଲାର ଉଭୟ ବରିଷ୍ଟ ଏବଂ କନିଷ୍ଟ ବର୍ଗର ୧୦ ଗୋଟି ବାଳକ ଏବଂ ୬ ଗୋଟି ବାଳିକା ଦଳ ଭାଗ ନେଉଛନ୍ତି। ଜିଲ୍ଲାର ମଙ୍ଗଳ ବିଭାଗ ଏବଂ ଶିକ୍ଷା ବିଭାଗର କ୍ରୀଡା ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଉକ୍ତ ଖେଳ କୁ ପରିଚାଳନା କରିଛନ୍ତି। କ୍ରୀଡା ସଂଘର ସଦସ୍ୟ ଦୁର୍ଯ୍ୟ ହରିଜନ, ଜି . ଚନ୍ଦ୍ର ଶେଖର ରାଜା, ହରିଶ୍ଚନ୍ଦ୍ର ସାନ୍ତା , ଅଜିତା ଦାସ ପ୍ରମୁଖ ସହଯୋଗ କରୁଛନ୍ତି। ଆସନ୍ତା ୨୩ ତାରିଖ ରେ ଏ ସମସ୍ତ ଖେଳ ଉଦଯାପନ ହେବ ବୋଲି ସଂଘର କ୍ରିକେଟ ସମ୍ପାଦକ ଅଶୋକ ନାୟକ ସୂଚନା ଦେଇଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

Differently Abled Cricket Council of India receives PCI recognition.

masiha

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

Sunil Chandra Nayak

ଗୋତୋମୁଣ୍ଡା କ୍ରିକେଟ ପ୍ରିମିୟାର ଲିଗ ଫାଇନାଲରେ ଗୋତୋମୁଣ୍ଡା ଚାମ୍ପିୟାନ

masiha

Leave a Comment

error: Content is protected !!