ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ 

ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ 

ବାଲିଗୁଡା, ତା, ୧୦/୦୮:(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ର ଦ୍ୱିତୀୟ ସେମି ଫାଇନାଲ ଖେଳ ସୋମବାର ଦିନ ଆଦିବାସୀ ମହାବିଦ୍ୟାଳୟ ବନାମ ପାକୁଲଦା ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏଥିରେ ଅତିଥି ଭାବେ ସ୍ଥାନୀୟ ଉପଖଣ୍ଡ କ୍ରୀଡା ସଂଘ ର ଉପ ସଭାପତି ସତ୍ୟ ନାରାୟଣ ପାଢ଼ୀ, ଉପଦେଷ୍ଟା ଦେବବ୍ରତ ସିଂ ଦେଓ ଯୋଗ ଦେଇ ପ୍ରଥମ ସଟ ମାରି ଆନୁଷ୍ଠାନିକ ଭାବେ ଉଦଘାଟନ କରି ଖେଳାଳୀ ମାନଙ୍କ ସହ ପରିଚିତ ହୋଇଥିଲେ l ଏହି ମ୍ୟାଚ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କେହି କାହାରିକୁ ଗୋଲ ଦେବାରେ ଅସମର୍ଥ ହେବାରୁ ପେନାଲଟିକ ସୁଟ ଜରିଆରେ ୪-୩ ଗୋଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ ହୋଇଥିଲା l ଏଥିରେ ରେଫେରୀ ଭାବେ ସଞ୍ଜୟ ବେହେରା, ଇଲିଆସ ଦିଗାଳ, ମିଥୁନ ନାୟକ, ଦେବେନ୍ଦ୍ର ଦଣ୍ଡିଆ ପ୍ରମୁଖ ଉପସ୍ଥିତ ରହି ମ୍ୟାଚକୁ ସୁଚାରୁ ଭାବେ ପରିଚାଳନା କରିଥିଲେ l ସ୍ଥାନୀୟ ଉପଖଣ୍ଡ କ୍ରୀଡା ସଂଘ ତରଫରୁ ସେକ ସାଦିକ, ସୁଶାନ୍ତ କୁମାର ଦାସ, ଗଙ୍ଗାଧର ପଣ୍ଡା, ପ୍ରଶାନ୍ତ କୁମାର ସାହୁ, ରଞ୍ଜନ କୁମାର ନାୟକ, ବ୍ରଜ ଶେଖର ନାୟକ, ନଳିନୀ କାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l ଫାଇନାଲ ମ୍ୟାଚ ଆଦିବାସୀ ମହାବିଦ୍ୟାଳୟ ବନାମ ସିନ୍ଦ୍ରିଗାଁ ମଧ୍ୟରେ ଏକ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଜଣାପଡିଛି l

ରିପୋର୍ଟ :-ସଞ୍ଜୟ କୁମାର ପାଣିଗ୍ରାହୀ

Related posts

ଜବାହର ନବୋଦୟ ବିଦ୍ୟାଳୟ ନର୍ଲା ଠାରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ 

Sunil Chandra Nayak

ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କବାଡିଚମ୍ପିୟାନସିପରେ ପି ସି ପୂର ସ୍କୁଲର ଦୁଇ ଖେଳାଳି 

Sunil Chandra Nayak

ଇଣ୍ଟର କଲେଜ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ

masiha

Leave a Comment

error: Content is protected !!