ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲାରେ ବିଶ୍ଵ ଆଦିବାସୀ ଦିବସ ପାଳିତ

ରାଉରକେଲାରେ ବିଶ୍ଵ ଆଦିବାସୀ ଦିବସ ପାଳିତ

ରାଉରକେଲା ୧୦/୮, ବିଶ୍ବ ଆଦିବାସୀ ଦିବସ ଅବସରରେ ରବିବାର ଅଗଷ୍ଟ ୯ ତାରିଖ ଦିନ ରାଉରକେଲା ଉଦିତନଗର ସ୍ଥିତ ସାରନା ପୂଜା ସ୍ଥଳରେ ବିଶ୍ଵ ଆଦିବାସୀ ଦିବସ-୨୦୨୬ ଉତ୍ସାହର ସହ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ବହୁ ଆଦିବାସୀ ଯୁବକ ଯୁବତୀ ଏକତ୍ରୀତ ହୋଇ ଆଦିବାସୀ ସଂସ୍କୃତି ଓ ପରମ୍ପରା ବିଷୟରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ବିର୍ସା ଛକ ଠାରେ ଥିବା ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ କରାଯାଇଥିଲା। ପରେ ଏକ ଶୋଭାଯାତ୍ରାରେ ଆସି ଯୁବକ ଯୁବତୀମାନେ ସାରନା ପୂଜା ସ୍ଥଳରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ପରେ ଏକ ସାଧାରଣ ସଭାରେ ବକ୍ତାମାନେ ଆଦିବାସୀ ସଂସ୍କୃତି, ଭାଷା, ଜଳ ଜଙ୍ଗଲର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ।

      ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ଓଡିଶା ପ୍ରଦେଶ ସାରନା କମିଟିର ଅଧ୍ୟକ୍ଷ ମଣିଲାଲ କେର୍କେଟା, ଡାକ୍ତର ଏମ୍ ସୋରେନ୍, ଆରଏସପିଏସଟିଡବ୍ଲୁଏ କାର୍ଯ୍ଯକାରୀ ସଦସ୍ୟ ମନୋରଂଜନ ହାଂସଦା ଏବଂ ଦୁର୍ଗା ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଭାକୁ ପରମାନନ୍ଦ କିସ୍କୁ ପରିଚାଳନା କରିବା ସହିତ ତାଙ୍କୁ ସହଯୋଗ କରିଥିଲେ, ସଭାପତି ସାଗର ମୁଣ୍ଡା, ଫକୀର ମୋହନ ଏକ୍କା, ବୁଟୁ କେରକେଟା, ଯୋଗେଶ୍ଵର ଟିଗ୍ଗା, ଝାଡେଶ୍ବର ଓରାମ, ମାନସିଂ ହେମ୍ବ୍ରମ୍ ଏବଂ ରବିନ୍ଦ୍ର ମାହାଲି ପ୍ରମୁଖ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଲୋକନୃତ୍ୟ କଳାକାରଙ୍କ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ଶୁଭାରମ୍ଭ l “ପ୍ରଚାର କରିବେ ସରକାରଙ୍କ ବିଭିନ୍ନ ଯୋଜନାର

masiha

ଷ୍ଟର୍ମ ୱାଟର ଡ୍ରେନେଜ୍ ସିଷ୍ଟମ୍ ପ୍ରକଳ୍ପର ମାଷ୍ଟର୍ ପ୍ଲାନ୍ ପାଇଁ ବୁଝାମଣା ପତ୍ର ସ୍ଵାକ୍ଷରିତ

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

masiha

Leave a Comment

error: Content is protected !!