ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶ୍ରାବଣ ଦ୍ୱିତୀୟ ସୋମବାରରେ ଜଳାଭିଷେକ ପାଇଁ କାଉଡ଼ିଆଙ୍କ ପ୍ରବଳ ଭିଡ଼ : ସମଗ୍ର ଶୈବ ପୀଠ ଚଳ ଚଞ୍ଚଳ 

ଶ୍ରାବଣ ଦ୍ୱିତୀୟ ସୋମବାରରେ ଜଳାଭିଷେକ ପାଇଁ କାଉଡ଼ିଆଙ୍କ ପ୍ରବଳ ଭିଡ଼ : ସମଗ୍ର ଶୈବ ପୀଠ ଚଳ ଚଞ୍ଚଳ 

ବାଲିଗୁଡା, ତା, ୧୦/୦୮:(ମନିସ): ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳ ରେ ଥିବା ବିଭିନ୍ନ ଶୈବପୀଠ ରେ ସକାଳୁ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଛି। ବିଶେଷ କରି କାଉଡ଼ିଆ ମାନେ ଗେରୁଆ ବସ୍ତ୍ର ପରିଧ୍ୟାନ ପୂର୍ବକ ଶିବ ଭକ୍ତମାନେ ନିଜ ମାନସିକ ପୂରଣ ପାଇଁ ନିକଟସ୍ଥ ଖଡ଼ଗ ନଦୀ ବାଲିରେ ଶିବଲିଙ୍ଗ ସ୍ଥାପନ କରି ପରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି କଳସରେ ନଦୀଜଳକୁ ଶ୍ରାବାଣୀ ଭାର କାନ୍ଧରେ ଧାରଣ କରି ଶହ ଶହ ସଂଖ୍ୟାରେ ଲମ୍ବା ଧାଡ଼ିରେ ବିଭିନ୍ନ ଶୈବପୀଠ ଅଭିମୁଖେ ବୋଲବମ ହର ହର ବମ ନାରା ଦେଇ ଯାଉଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା l ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳର ବିରୁପାକ୍ଷ ମନ୍ଦିର, ରାମେଶ୍ୱର ମନ୍ଦିର, ଧବଳେଶ୍ୱର ମନ୍ଦିର, ଜାଲେଶପଟ୍ଟାର ଜଳେଶ୍ୱର ମନ୍ଦିର, ଚକାପାଦ ର ବିରୁପାକ୍ଷ ମନ୍ଦିର, ଟିକାବାଲି ନିକଟସ୍ଥ ଡୁଙ୍ଗୀ ର ପଞ୍ଚେ ଲିଙ୍ଗେଶ୍ୱର ମନ୍ଦିର ଭଳି ବିଭିନ୍ନ ଶୈବ ପୀଠ କୁ ଜିଲ୍ଲା ତଥା ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ଆସି ଜଳାଭିଷେକ କରିଥିଲେ। ନଦୀ ଘାଟ ଠାରୁ ପ୍ରତ୍ୟେକ ମନ୍ଦିର ପର୍ଯ୍ୟନ୍ତ ବିଭିନ୍ନ ସଂଗଠନ ପକ୍ଷରୁ କାଉଡ଼ିଆ ମାନଙ୍କ ଖାଇବା ପାଇଁ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା ।  

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

Related posts

କୋଇଡା ଶ୍ରୀ ରାମ ମନ୍ଦିରର ଦିତୀୟ ବାର୍ଷିକୋତ୍ସବ ପାଳିତ

masiha

ରିଷିଡା ଚୈତ୍ର ମହୋତ୍ସବ: ଦେବୀଙ୍କ ନଗର ପରିକ୍ରମା ଓ ଛତରଯାତ୍ରା 

masiha

ରାମେଶ୍ଵର ମହାଦେବ ଜୀଉ ମନ୍ଦିର ପରିସରରେ ୨୯ତମ ପଞ୍ଚ କୁଣ୍ଡୀୟ ବିଶ୍ଵଶାନ୍ତି ମହାଯଜ୍ଞ ସଂପୂର୍ଣ୍ଣ 

Sunil Chandra Nayak

Leave a Comment

error: Content is protected !!