ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଧର୍ମଗଡ ରେ ନାଗବମ୍ ଶିବ ଭକ୍ତ ଶ୍ରାବଣ ର ତୃତୀୟ ସୋମବାର…. ୩କିଲୋମିଟର ଗୁରୁଣ୍ଡି ଗୁରୁଣ୍ଡି ଶିବ ମନ୍ଦିର ରେ ଜଳ ଲାଗି କଲେ ଧର୍ମଗଡ ବସ୍ତିପଡ଼ାର ଶିବ ଭକ୍ତ।

ଧର୍ମଗଡ ରେ ନାଗବମ୍ ଶିବ ଭକ୍ତ

ଶ୍ରାବଣ ର ତୃତୀୟ ସୋମବାର…. ୩କିଲୋମିଟର ଗୁରୁଣ୍ଡି ଗୁରୁଣ୍ଡି ଶିବ ମନ୍ଦିର ରେ ଜଳ ଲାଗି କଲେ ଧର୍ମଗଡ ବସ୍ତିପଡ଼ାର ଶିବ ଭକ୍ତ।

ଶ୍ରାବଣ ମାସ ବୋଲ୍ ବମ୍ ଭକ୍ତ ଙ୍କ ଶିବ ଆରାଧନା ର ସମୟ। ଏହି ପବିତ୍ର ମାସରେ ସବୁ ଶିବ ମନ୍ଦିର ରେ ବୋଲ୍ ବମ୍ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥାଏ। ମାନସିକ କରିଥିବା ଭକ୍ତ ମାନେ ବିଭିନ୍ନ ମୁଦ୍ରା ରେ ମନ୍ଦିର ଯାଇ ଶିବଙ୍କ ମସ୍ତକରେ ଜଳ ଲାଗି କରିଥାନ୍ତି। କିଏ କାଉଡ଼ିଆ ଧରି ତ ଆଉ କିଏ ଧାଇଁ ଧାଇଁ ତ ଆଉ କିଏ ଦଣ୍ଡ ମୁଦ୍ରା ରେ ଯାଇଥାନ୍ତି। ବିଗତ କିଛି ବର୍ଷ ହେଲା ଧର୍ମଗଡ ଅଞ୍ଚଳରେ ବୋଲ୍ ବମ୍ ଭକ୍ତ ମାନେ ରାସ୍ତାରେ ଗୁରୁଣ୍ଡି ଗୁରୁଣ୍ଡି ଯାଇ ଜଳ ଲାଗି କରିବାର ନିଆରା ଦୃଶ୍ୟ ଦେଖିବାକୁ ମିଳୁଛି। ସାପ ଭଳି ଗୁରୁଣ୍ଡି ଗୁରୁଣ୍ଡି ଯାଉଥିବାରୁ ଏହାକୁ ନାଗବମ୍ କୁହାଯାଇଛି।

ଆଜି ଶ୍ରାବଣ ମାସର ତୃତୀୟ ସୋମବାର। ଧର୍ମଗଡ ବସ୍ତି ପଡ଼ାର ରାଧାକୃଷ୍ଣ ବୋଲବମ୍ କମିଟି ର ଭକ୍ତମାନେ ଧର୍ମଗଡ ସାଲେକେଲା ପଡ଼ା ଛକ ଠାରୁ ଧର୍ମଗଡ ବ୍ରଜମୋହନ ପଞ୍ଚଦେବ ଶ୍ରୀ ରାଧାକୃଷ୍ଣ ମନ୍ଦିର ପରିସରରେ ଥିବା ରୁଦ୍ରେଶ୍ୱର ଶିବ ମନ୍ଦିରକୁ ପ୍ରାୟ ତିନି କିଲୋମିଟର ରାସ୍ତା ଗୁରୁଣ୍ଡି ଗୁରୁଣ୍ଡି ଯାଇ ଜଳଲାଗି କରିବା ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଭକ୍ତି ଭାବ ସୃଷ୍ଟି କରିଥିଲା। ଜାତୀୟ ରାଜପଥ ରେ ପ୍ରାୟ ୪୦ଜଣ ଏହି ନାଗବମ୍ ଭକ୍ତଙ୍କ ପାଇଁ କିଛି ଘଣ୍ଟା ଧରି ଟ୍ରାଫିକ ଜାମ ହୋଇ ଯାଇଥିଲା। ଏହି ଭକ୍ତ ମାନଙ୍କ ଯାଉଥିବା ରାସ୍ତା ଉପରେ କିଏ କ୍ଷୀର, ପାଣି, ଫୁଲ ପକାଉଥିଲା ତ କିଏ ନିମ୍ବପତ୍ର ରାସ୍ତାରେ ପକାଇ ସେମାନଙ୍କର କଷ୍ଟ ଲାଘବ ପାଇଁ ଚେଷ୍ଟା କରୁଥିଲେ। ହରିବୋଲ ଓ ହୁଳହୁଳି ଧ୍ୱନୀରେ ସାରା ଧର୍ମଗଡ ସହର ପ୍ରକମ୍ପିତ ହୋଇ ଉଠିଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଚିଲିଗୁଡା ଠାରେ କାଳୀକୃଷ୍ଣ ସତ୍ୟାନନ୍ଦେଶ୍ବର ମନ୍ଦିରର ରତ୍ନମୁଦ ଅନୁଷ୍ଠିତ 

masiha

ଶ୍ରାବଣ ଦ୍ୱିତୀୟ ସୋମବାରରେ ଜଳାଭିଷେକ ପାଇଁ କାଉଡ଼ିଆଙ୍କ ପ୍ରବଳ ଭିଡ଼ : ସମଗ୍ର ଶୈବ ପୀଠ ଚଳ ଚଞ୍ଚଳ 

Sunil Chandra Nayak

ରାଇରଙ୍ଗପୁର ରଥ ଉପରେ ଶ୍ରୀ ରଘୁନାଥ ଜୀଉଙ୍କ ସୁନାବେଶ

Sunil Chandra Nayak

Leave a Comment

error: Content is protected !!