ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାଇରଙ୍ଗପୁର ସତ୍ୟ ସାଇ ବିହାର ପରିସରରେ ଅଖଣ୍ଡ ଭଜନ 

ରାଇରଙ୍ଗପୁର ସତ୍ୟ ସାଇ ବିହାର ପରିସରରେ ଅଖଣ୍ଡ ଭଜନ 

 ମୟୂରଭଞ୍ଜ – ୧୧/୧୧ ( ମସିହା) କାର୍ତ୍ତିକ ମାସ ଧର୍ମର ମାସ ।ଏହି ଧର୍ମ ମାସରେ ବିଭିନ୍ନ ମନ୍ଦିରରେ ସତସଙ୍ଗ, ପୂଜାର୍ଚ୍ଚନା ହୋଇଥାଏ ।ରାଇରଙ୍ଗପୁର କୁଚେଇବୁଢିଗ୍ରାମର ଆଦିବାସୀ ସମନ୍ଵିତ କାର୍ଯ୍ୟାଳୟ ସମ୍ମୁଖସ୍ଥ ସତ୍ୟସାଇ ବିହାର ପରିସରରେ ଅଖଣ୍ଡ ଭଜନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ସାରା ବିଶ୍ଵରେ ଥିବା ବିଭିନ୍ନ ସତ୍ୟସାଇ ମନ୍ଦିରରେ ଅଖଣ୍ଡ ଭଜନ କାର୍ଯ୍ୟକ୍ରମ କରାଯାଇଛି । ରାଇରଙ୍ଗପୁରରେଶନିବାର ସଂଧ୍ୟା ରୁ ରବିବାର ସଂଧ୍ୟା ପର୍ଯ୍ୟନ୍ତ ଅହୋଦିବାରାତ୍ର ଅଖଣ୍ଡ ଭଜନ କାର୍ଯ୍ୟକ୍ରମ ସତ୍ଯସାଇ ସେବା ସମିତିର ସଦସ୍ୟ/ ସଦସ୍ୟମାନଙ୍କ ଦ୍ଵାରା ନିଷ୍ଠାର ସହ ପାଳିତ ହୋଇଯାଇଛି ।ବିଶ୍ବାସ ଅଛି ଗୋଟିଏ ସତସଙ୍ଗ ଗୋଟିଏ ଯଜ୍ଞ ସହିତ ସମାନ ।ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ବୃନ୍ଦ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।ଅବିରାମ ସୁନ୍ଦର ସୁନ୍ଦର ସାଇ ଭଜନ, ଓମ୍ ନମ୍ଃ ଶିବାୟଃସେବା ଉଚାରଣରେ ଗୁଞ୍ଜରିତ ହୋଇଥିଲା ସମଗ୍ର ଅଂଚଳ । ଏକ ଆଧ୍ୟାତ୍ମିକ ପରିବେଶ ହୋଇ ଉଠିଥିଲା । ସତ୍ୟସାଇ ସେବା ସମିତି ପକ୍ଷରୁ ସମସ୍ତ ସାଧକ ଭାଇ ଭଉଣୀମାନଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ସହରର ବିଭିନ୍ନ ଶୈବପୀଠରେ ହଜାର ହଜାର କାଉଡିଆଙ୍କ ଜଳ ଲାଗି ଓ ଶ୍ରାବଣ ଉତ୍ସବ

masiha

ଡାବୁଗାଁରେ ବାହୁଡା ଯାତ୍ରା ପାଳିତ

Sunil Chandra Nayak

ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞ 

masiha

Leave a Comment

error: Content is protected !!