ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାଇରଙ୍ଗପୁରରେ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ମା’ଜଗଦ୍ଧାତ୍ରୀ ଙ୍କ ପାଖରେ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା

ରାଇରଙ୍ଗପୁରରେ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ମା’ଜଗଦ୍ଧାତ୍ରୀ ଙ୍କ ପାଖରେ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା 

 ମୟୂରଭଞ୍ଜ- ୧୧/୧୧ ( ମସିହା)ରାଇରଙ୍ଗପୁର ସହରର କୁଚେଇବୁଢି ଗ୍ରାମ ଛକରେ ମା’ ଜଗଦ୍ଧାତ୍ରୀ ଙ୍କ ପୂଜା କମିଟି ତରଫରୁ ଧୂମଧାମରେ ମା’ ଜଗଦ୍ଧାତ୍ରୀଙ୍କ ପୂଜାର୍ଚ୍ଚନା ଆୟୋଜନ କରାଯାଇଛି ।ଏ‌ହି ଅବସରରେ ୮ ତାରିଖ ସପ୍ତମୀ ଦିନ ମା’ ଜଗଦ୍ଧାତ୍ରୀ ଙ୍କ ମୃଣ୍ମୟ ମୂର୍ତ୍ତି ସ୍ଥାପନ କରାଯାଇ ବିଧି ବିଧାନ ଓ ରୀତିନୀତି ଅନୁସାରେ ମୁଖ୍ୟ ପୂଜକ ଜନରଂଞ୍ଜନ ଦାଶ,ଟିକୁ ହୋତା ଏବଂ କର୍ତ୍ତା ମନ୍ମଥ ମହାପାତ୍ର ,ଓ ତାଙ୍କ ସହଧର୍ମିଣୀ ଵଵିତା ମହାପାତ୍ର ଙ୍କ ଦ୍ଵାରା ଯଜ୍ଞ, କର୍ମକାଣ୍ଡ, ଦ୍ଵାରା କରାଯାଇଛି । ସେହିଭଳି ମହାନବମୀ ଦିନ ରୀତିନୀତି ଅନୁସାରେ ପୂଜା କରାଯାଇଥିଲା । ଶ୍ରଦ୍ଧାଳୁଙ୍କ ଦ୍ଵାରା ସହିତ ନିଜର, ପରିବାରର ଓ ସମାଜର ସୁଖ, ଶାନ୍ତି, ସମୃଦ୍ଧି ପାଇଁ ପ୍ରାର୍ଥନା କରାଯାଇଛି । ସୋମବାର ଶମୀ ଦିନ ମହାଦଶମୀ ପୂଜା, ଅପରାଜିତା ପୂଜା ଓ ବିସର୍ଜନ କାର୍ଯ୍ୟ କରାଯିବ ।ଵୁଧବାର ଦିନ ଭସାଣି ହେବ ।ଏହି ପୂଜା କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇଥିଲେ ।ଏହା ପୂର୍ବରୁ ପୂଜା କମିଟି ତରଫରୁ ସ୍ଥାନୀୟ ବଡବନ୍ଧ ଜଳାଶୟରୁ ପୂଜାର୍ଚ୍ଚନା କରାଯାଇ ପୁର୍ଣ କଳଶ ଜଳ ଆଣି ସଂକଳ୍ପର ସହ ମଣ୍ଡପରେ ସ୍ଥାପନା କରାଯାଇଥିଲା ।ପରେ ହବନ- ପୂଜନ , ଆରତୀ କରାଯାଇଥିଲା ।କମିଟି ତରଫରୁ ଶ୍ରଦ୍ଧାଳୁଙ୍କୁ ଅନ୍ନ ପ୍ରସାଦ,ଖିଚୁଡି, ମାଲପୁଆ ,ବଣ୍ଟନ କରାଯାଇଥିଲା । କମିଟି ସଭାପତି ଧନଗୋବିନ୍ଦ ମହାନ୍ତ, ସଂପାଦକ ସୂର୍ଯ୍ୟକାନ୍ତ ଵେରା,,ସହ ସଂପାଦକ ଗୁରୁ ବୈଠା,ସାମିଲ ମହାନ୍ତି,ଶ୍ରୀତମ ମହାନ୍ତି,ଉପଦେଷ୍ଟା ରାଜକିଶୋର ମହାପାତ୍ର, ଗୋବିନ୍ଦ ମହାନ୍ତ,ଟୁକୁନା ନାଗ, ଏବଂ ଅନ୍ୟ ମାନେ ଶୃଙ୍ଖଳାର ସହ ପୂଜା ଦାୟିତ୍ୱ ତୁଲାଉଛନ୍ତି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଶାରଳା ପରିଷଦର ପବିତ୍ର ପଣା ସଂକ୍ରାନ୍ତି ଓ ମା ଶାରଳ ପୂଜା 

masiha

ଦୋଳପୂର୍ଣ୍ଣିମାରେ ଗୋପାଳ ସାମ୍ପ୍ରଦାୟର ଗୋଠ ପୂଜା 

Sunil Chandra Nayak

୧୧ ଦିନରେ ବାଲିଗୁଡାର ଐତିହାସିକ ଠାକୁରାଣୀ ଯାତ୍ରା: ବନଖଣ୍ଡ କାର୍ଯ୍ୟାଳୟ ପରିଦର୍ଶନ କରି ଆସିଲେ  

Leave a Comment

error: Content is protected !!