ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରୁପ୍ରାରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ 

ରୁପ୍ରାରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ 

ନର୍ଲା,୧୬|୮  କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ୍ ରୁପ୍ରା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଯାଦବେନ୍ଦ୍ର କୃଷ୍ଣଚନ୍ଦ୍ରଙ୍କ ଜନ୍ମବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଜନ୍ମାଷ୍ଟମୀ କମିଟି ରୁପ୍ରା ପକ୍ଷରୁ ଆୟୋଜିତ ଏହି ୩୦ତମ ସମାରୋହ ଦୁଇଦିନ ଧରି ଚାଲିଥିଲା। ଶୁକ୍ରବାର ପ୍ରାତଃ କାଳରୁ ପୁରାଣ ପାଠ ହୋଇ ସନ୍ଧ୍ୟାରେ ଜନ୍ମାଷ୍ଟମୀ ଓ କୃଷ୍ଣ ଜନ୍ମ ନିତି ସଂପାଦିତ ହୋଇଥିଲା। ଶନିବାର ଯାଦବ ସଂସ୍କୃତିର ମହାନ ବିଭବ ବାଡିଖେଳ ପ୍ରଦର୍ଶିତ ହେବା ସହ ନନ୍ଦୋତ୍ସବ ପାଳିତ ହୋଇଥିଲା। ଏକ ବିଶାଳ ଶୋଭାଯାତ୍ରା ଜଗନ୍ନାଥ ମନ୍ଦିରରୁ ବାହାରି ନଗର ପରିକ୍ରମା କରିଥିଲେ। ରୁପ୍ରା ଆଞ୍ଚଳିକ ଯାଦବ ସମିତିର ସଭାପତି ଗୌରଚନ୍ଦ୍ର ଭୋଇ, ସାଧାରଣ ସମ୍ପାଦକ କାନ୍ତ କରୁଆଁ, ଗ୍ରାମ୍ୟ ସଭାପତି ବିକ୍ରମ ଗଉଡ, ସମ୍ପାଦକ ସୁଦାମ ଗଉଡ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ କର୍ତ୍ତା ଭାବେ ରଞ୍ଜନ କୁମାର ଗଉଡ ଓ ଗୀତାଞ୍ଜଳି ଗଉଡ କାର୍ଯ୍ୟ ସଂପାଦନ କରିଥିଲେ। ଏହି ଅବସରରେ ଏକ ସାଂସ୍କୃତିକ ସଭା ଅନୁଷ୍ଠିତ ହୋଇଥିଲା। ରୁପ୍ରା ଆଞ୍ଚଳିକ ଯାଦବ ସମିତିର ସଭାପତି ଗୌରଚନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ନର୍ଲା ବ୍ଲକ ଯାଦବ ସମିତି ସଭାପତି ଲିଙ୍ଗରାଜ କରୁଆଁ, ଉପସଭାପତି ଦୁଲ୍ଲଭ ମାହାର, ସୁନୀଲ କୁମାର ଧଙ୍ଗଡାମାଝୀ ଓ ମାର୍କଣ୍ଡ ଜାଲ, ସାଧାରଣ ସମ୍ପାଦକ ମଧୁସୂଦନ ରାଉତ, ଯୁଗ୍ମ ସମ୍ପାଦକ ଅଜିତ କରୁଆଁ, କୋଷାଧ୍ୟକ୍ଷ ଗିରିଧାରୀ ଗଉଡ, ବ୍ଲକ ଯୁବ ସଭାପତି ପ୍ରଶୁନ୍ କୁମାର ଜାଲ, ବରିଷ୍ଠ ଯାଦବ ମୋହନ ବାଗ, ସୁଧିର ନାଏକ, ନରସିଂହ ଥପା ପ୍ରମୁଖ ଉପସ୍ଥିତ ଥିଲେ। ଚନ୍ଦ୍ରମଣି ଗଉଡ, ଡିଲେଶ୍ବର ଗଉଡ, ଫଗନୁ ଗଉଡ, ଦଶରଥ ଗଉଡ, ସର୍ବଶିଦ୍ଧି ଗଉଡ, ଦୟାନିଧି ଗଉଡ, ଚୈତନ୍ୟ ଗଉଡ, ଶ୍ୟାମସୁନ୍ଦର ଧଙ୍ଗଡାମାଝୀ, ଧର୍ମୁ ଗଉଡ, ପର୍ମା ବାଗ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ମାଡିଙ୍ଗପଦର ଠାରେ ବିଶ୍ୱଶାନ୍ତି ମହିମା ବ୍ରହ୍ମଯଜ୍ଞ ଅନୁଷ୍ଠିତ

Sunil Chandra Nayak

ରାଇରଙ୍ଗପୁର ରେ ଦୁଇ ଦିବସୀୟ ବାହୁଡା଼ ଯାତ୍ରାରେ ବାହୁଡିଲେ ଦାରୁବ୍ରହ୍ମ 

Sunil Chandra Nayak

ଶେଷ ହେଲା ମା ଇଦଲାମା ଠାକୁରାଣୀ ଘଟ ଯାତରା

Leave a Comment

error: Content is protected !!