ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମା’ସାରଳାଙ୍କ ପୀଠରେ ଦ୍ୱିତୀୟ ବାର୍ଷିକ ଚନ୍ଦନଯାତ୍ରା ମହୋତ୍ସବ ଉଦଘାଟିତ  

ତିର୍ତ୍ତୋଲ :- ତା 2/5/0023 ପ୍ରସିଦ୍ଧ ତଥା ପ୍ରାଚୀନଶକ୍ତିପୀଠ ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ କନକପୁର ଠାରେ ଗତ ମେଁ ପହିଲା ସୋମବାର ଦିନ ସନ୍ଧ୍ୟାରେ ଦ୍ୱିତୀୟ ବାର୍ଷିକ ଚନ୍ଦନଯାତ୍ରା ମହୋତ୍ସବ 2023 ର ଶୁଭ ଉଦଘାଟନ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି !ଶ୍ରୀଜଗନ୍ନାଥ ପଞ୍ଚରାତ୍ରର ପ୍ରତିଷ୍ଠାତା ସ୍ୱାମୀ ସତ୍ୟାନନ୍ଦ ଦାସମହାରାଜ ଏହି ମହାନ ଆଧ୍ୟାତ୍ମିକ ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ! ଚନ୍ଦନଯାତ୍ରା ମହୋତ୍ସବ ସମିତି ଓ ନିଖିଳ ଉତ୍କଳ ପ୍ରବକ୍ତା ପରିଷଦ ମିଳିତ ଆନୁକୂଲ୍ୟରେ ଏହି କାର୍ଯକ୍ରମ ଚନ୍ଦନଯାତ୍ରା ଶେଷପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ପ୍ରଦାନ କରାଯାଇଛି ! ଉଦଘାଟନୀ ଉତ୍ସବ ରେ ମୁଖ୍ୟ ପ୍ରବକ୍ତା ଭାବେ ପରିଷଦର ରାଜ୍ୟ ସମ୍ପାଦକ ପଣ୍ଡିତ ପ୍ରମୋଦ କୁମାର ପଣ୍ଡା , ବାଣୀଭୂଷଣ ପଣ୍ଡିତ ବିଜୟ ଦେବତା ଓ ପଣ୍ଡିତ ରଘୁନାଥ ଦେବତା ପ୍ରମୁଖ ଚନ୍ଦନଯାତ୍ରାର ମହତ୍ତ୍ୱ ବିଶେଷତ୍ୱ ଓ ମାହାତ୍ମ୍ୟ ସହିତ , ଜଗନ୍ନାଥ ସଂସ୍କୃତି ଓ ସାରଳାbସଂସ୍କୃତି ର ସମନ୍ୱୟତା ବିଷୟରେ ତଥ୍ୟଭିତ୍ତିକ ବକ୍ତବ୍ୟ ପ୍ରଦାନ କରିଥିଲେ ! ଏହି କାର୍ଯ୍ୟକ୍ରମକୁ ଚନ୍ଦନଯାତ୍ରା ମହୋତ୍ସବ ସମିତି ର କର୍ମକର୍ତ୍ତା ବିଶ୍ୱରଞ୍ଜନ ରାଉଳ , ରଶ୍ମିରଂଜନ ରାଉଳ , ଦେବୀପ୍ରସାଦ ତ୍ରିପାଠୀ , ହରେକୃଷ୍ଣ ନାୟକ , ଦେବୀପ୍ରସାଦ ରାଉଳ , ହରେକୃଷ୍ଣ ରାଉଳ , ରମେଶ ଚନ୍ଦ୍ର ରାଉଳ , ସୁମିତ ଦାସ ଓ ସାରଳା ସାହିତ୍ୟ ସଂସ୍କୃତି ମହିମା ପ୍ରଚାରକ ରମାକାନ୍ତ ରାଉଳ ଙ୍କ ସମେତ ସାରଳା ମନ୍ଦିରର ସମସ୍ତ ପଣ୍ଡାସେବକ , କନକପୁର ବଜାରର ବ୍ୟବସାୟୀ ଓ ଝଙ୍କଡ଼ ଅଞ୍ଚଳର ଅଧିବାସୀ ମାନେ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା !

ତିର୍ତ୍ତୋଲରୁ ଭାଗବତ ପ୍ରସାଦ ମସୀହା ନ୍ୟୁଜ ଓଡିଶା !

Related posts

୧୬ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

Sunil Chandra Nayak

ଆଜି ଆରମ୍ଭ ହେଲା କାମନା ଦଣ୍ଡ ଯାତ୍ରା

Sunil Chandra Nayak

ନାରୀର ଅର୍ନ୍ତନିହିତ ଶକ୍ତିର ଜାଗରଣ ହିଁ ସମାଜରେ ପରିବର୍ତ୍ତନ ଆଣିବ‐ ଡଃ. ଚିନ୍ମୟ ପାଣ୍ତ୍ଯା ଜୀ

Sunil Chandra Nayak

Leave a Comment

error: Content is protected !!