ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଆଲମଣ୍ଡା ଠାରେ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉସ୍ଛବ ଆରମ୍ଭ 

ବନ୍ଧୁଗାଁ ତା .୨୭।୦୫।୨୩, କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ଆନ୍ଧ୍ର ସିମାନ୍ତକୁ ଲାଗିକି ଥିବା ଆଲମଣ୍ଡା ଗ୍ରାମ ଠାରେ ମନ୍ଦିର ନିର୍ମାଣ ସମିତି ଓ ଆଲମଣ୍ଡା ଗ୍ରାମବାସିଙ୍କ ସମ୍ପୁର୍ଣ ସହଯୋଗରେ ନୂତନ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ସହ ତିନି ଠାକୁରଙ୍କ ବିଗ୍ରହ ପ୍ରତିଷ୍ଠା ଉସ୍ଛବ ଗତ ବୁଧବାର ଦିନ ଠାରୁ ଆରମ୍ଭ ହୋଇ ଯାଇଛି । ପାରଳାଖେମୁଣ୍ଡି,କାଶି ନଗରର, କେରାଣ୍ଡି,ଚାଙ୍ଗୁସି,ଗଞ୍ଜାମ ଓ ଆନ୍ଧ୍ର ପ୍ରଦେସର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ମଠାଧିସ ମାନଙ୍କ ସମେତ ବୃନ୍ଦାବନରୁ ମହନ୍ତ ଓ ପୁରି ଶଙ୍କରାଚାର୍ଯ୍ୟଙ୍କ ଶିସ୍ୟଗଣ ଏହି ପ୍ରତିଷ୍ଠା ଉସ୍ଛବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଚି । ଏହି ଉସ୍ଛବ ଛଅ ଦିନ ଧରି ଚାଲିବାକୁ ଥିବା ବେଳେ ବୁଧବାର ଦିନ ଅଙ୍କୁରା ରୋପଣ,ରବିବାର ଦିନ କଳଶ ଯାତ୍ରା,ସୋମବାର ଠାକୁରଙ୍କ ପୂଜାକର୍ମ,ମଙ୍ଗଳବାର ଦିନ ଜଳ ଯାତ୍ରା ଓ ନଗର ପ୍ରରିକ୍ରମା,ବୁଧବାର ଦିନ ହୋମଯଜ୍ଞ ଓ ଗୁରୁବାର ସେଶ ଦିନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ସହ ପୁର୍ଣାହୁତି କାର୍ଯ୍ୟକ୍ରମ ଓ ୨୦ ହଜାର ଭକ୍ତଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା ରହିଚି । ଏନେଇ ଏବେ ଆଲମଣ୍ଡା ସମେତ ଆଖପାଖ ଅଞ୍ଚଳରେ ରହୁଥିବା ଜଗନ୍ନାଥ ପ୍ରେମୀ ଖୁସି ବ୍ୟକ୍ତ କରିଥିବା ବେଳେ ଅଞ୍ଚଳ ପୁରା ଆଧ୍ୟାତ୍ମିକ ପରିବେଶରେ ରଙ୍ଗେଇ ହେଇ ପଡିଛି।ମନ୍ଦିରଟି ସାଢେ ତିନି ଏକର ଜମିରେ ହୋଇଥିବା ବେଳେ ମନ୍ଦିର ନିର୍ମାଣରେ ପାଖାପାଖି ଦୁଇ କୋଟି ଟଙ୍କା ଖର୍ଚ ହୋଇଥିବା ଜଣା ପଡିଛି ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଶ୍ରାବଣ  ର ପ୍ରଥମ ସୋମବାର ରେ ଚଳଚଞ୍ଚଳ ଶୈବପୀଠ : ଖାତିଗୁଡା ବୋଲ ବମ ମହାସଂଘ ଆନୁକୂଲ୍ୟରେ କପୁର ସ୍ଥିତ ଶିବ ମନ୍ଦିର ଜଳ ଅଭିଷେକ

Sunil Chandra Nayak

ଝରୀଗାଁ ବାବା ବିଶ୍ୱକର୍ମା ରାଜମିସ୍ତ୍ରୀ ସଂଘ ପକ୍ଷରୁ ବିଶ୍ୱକର୍ମା ପୂଜା ଅନୁଷ୍ଠିତ 

masiha

ସ୍ଥାୟୀ ମନ୍ଦିରକୁ ଫେରିଲେ ମା ମାଝୀ ଗୌରୀ 

masiha

Leave a Comment

error: Content is protected !!