ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଚାରବାହାଲ ଠାରେ ଖନ୍ଦାମଡ଼ା ଯାତ୍ରା ଅନୁଷ୍ଠିତ

ଚାରବାହାଲ ଠାରେ ଖନ୍ଦାମଡ଼ା ଯାତ୍ରା ଅନୁଷ୍ଠିତ

ଜୁନାଗଡ଼,୨୬/୯(ମ ନିସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଚାରବାହାଲ ଠାରେ ଖନ୍ଦାମଡ଼ା ଯାତ୍ରା ଅନୁଷ୍ଠିତ ହେଇଯାଇଛି । ଲୋକ କଥା ଅନୁସାରେ ତତ୍କାଳୀନ କଳାହାଣ୍ଡି ମହାରାଜା ବଗର୍ତ୍ତି ବଂଶ ର ପାଣ୍ଡିରି ବୁଢା ବଗର୍ତ୍ତି,ମଦନ ବଗର୍ତ୍ତି,ଚୈତନ୍ୟ ବଗର୍ତ୍ତି ଙ୍କୁ ଖନ୍ଦାମଡ଼ା ଯାତ୍ରା ଦେଖିବାକୁ ଡାକିଥିଲେ, ଏଥିରେ ବଗର୍ତ୍ତି ବଂଶଜ ର ଖନ୍ଦା ଚଲା ଦେଖି ମହାରାଜ ପୁରସ୍କୃତ କରି ପ୍ରତି ବର୍ଷ ଇଷ୍ଟ ଦେବ ଅଗ୍ନି ଭୈରବ ଙ୍କ ନାମରେ ଖନ୍ଦାମଡ଼ା ଯାତ୍ରା ଆରମ୍ଭ କରାଯାଇଥିଲା ।ଏହି ଅବସରରେ ଦଳପତି ଘରୁ ଏବଂ ଗ୍ରାମର ପୁଝାରୀ ଘରୁ ପାରମ୍ପାରିକ ରୀତି ନୀତି ଅନୁସାରେ ଏକ ଶୋଭା ଯାତ୍ରା ରେ ବାହାରି ପୁରୁଣା ବଜାର ସ୍ଥିତ ଖନ୍ଦା ଯାତ୍ରା ପଡିଆ ରେ ଅପରାହ୍ନ ୩ ଟାରେ ଖନ୍ଦା ଯାତ୍ରା ଆରମ୍ଭ ହେଇଥିଲା ।ଆଖ ପାଖ ଅଞ୍ଚଳରୁ ଅନେକ ଶ୍ରଦ୍ଧାଳୁ ଯାତ୍ରା ଦେଖିବାକୁ ଆସିଥିଲେ ।ଏଥିରେ ଚାରବାହାଳ ଗ୍ରାମବାସୀ ସହଯୋଗ କରିଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଆସନ୍ନ ମରୁଡିକୁ ପ୍ରତିହତ କରିବା ପାଇଁ ଇନ୍ଦ୍ର ଦେବଙ୍କ ପୂଜା , ବର୍ଷା ପାଇଁ ଶରଣାପନ୍ନ ହେଲେ ବଙ୍ଗୋମୁଣ୍ଡା ଗ୍ରାମବାସୀ

masiha

ବନ୍ଧୁଗାଁ ବ୍ଲକର ସମସ୍ତ ଆଦିବାସୀ ଗାଁ ରେ ହିରେଇ ପର୍ବ ଧୁମଧାମରେ ପାଳନ ପାଇଁ ପାରମ୍ପରିକ ଭାବେ ପୂଜା ସହିତ ଶୁଭାରମ୍ଭ

Sunil Chandra Nayak

ନାରୀର ଅର୍ନ୍ତନିହିତ ଶକ୍ତିର ଜାଗରଣ ହିଁ ସମାଜରେ ପରିବର୍ତ୍ତନ ଆଣିବ‐ ଡଃ. ଚିନ୍ମୟ ପାଣ୍ତ୍ଯା ଜୀ

Sunil Chandra Nayak

Leave a Comment

error: Content is protected !!