ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଗାଁ ଗାଁ ରେ ପାଳିତ ହେଉଛି ପୁଷପୁନି ତିଆର

ଟେମରୀ(ମନିସ): ୦୬/୦୧:-ପଶ୍ଚିମ ଓଡ଼ିଶାର ଗଣପର୍ବଗୁଡିକ ମଧ୍ୟରେ ପୁଷପୁନି ତିଆର ଅନ୍ୟତମ । ଚାଷୀ ଭାଇ ନୂଆଁଖାଇ ପର୍ବ ନୂଆଁ ଫସଲ ଅମଳ ହେବା ସମୟରେ ପାଳନ କରି ଥିବା ବେଳେ ପୁଷପୁନି ପର୍ବ ଚାଷ କାର୍ଯ୍ୟ ସମାପନ କରିଥିବା ବେଳେ ପାଳନ କରାଯାଇ ଥାଏ । ଏହି ଦିନରେ ଘରେ ଘରେ ବିଭିନ୍ନ ପ୍ରକାର ପିଠାପଣା ଯଥା- ମଣ୍ଡା, ଆରିସା, କାକରା ଆଦି ଅନ୍ୟାନ୍ୟ ପିଠା ତିଆରି କରି କୁକୁଡା, ଛେଳି, ମେଣ୍ଢା ଇତ୍ୟାଦି ଆମିଷ ଖାଦ୍ୟ ଭୋଜନ କରିଥାନ୍ତି । ପୌଷ ପୂର୍ଣ୍ଣମୀରେ ଲୋକମାନେ ପାହାଡ଼, ପର୍ବତ , ପର୍ଯ୍ୟଟନ ସ୍ଥଳ ମାନଙ୍କୁ ଯାଇ ବଣଭୋଜି କରିଥାନ୍ତି । ଏହି ଦିନରେ ଛେରଛେରା ମାଗିବା ପରମ୍ପରା ଅତ୍ୟନ୍ତ ନିଆରା । ଲୋକମାନଙ୍କର ବିଶ୍ୱାସ ଯେ, ଏହି ଦିନରେ ଛୋଟ ଛୋଟ ପିଲା ଓ ଗରିବ ଲୋକମାନଙ୍କୁ ଧନ, ସମ୍ପତି ଦାନ କଲେ ଦ୍ଵିଗୁଣ ହୋଇଯାଏ , ସେଥିପାଇଁ ଲୋକେ ଛେର ଛେରା ମାଗିଥିବା ପିଲା ବୁଢ଼ାଙ୍କୁ ଅମଳ ଫସଲ ଓ କିଛି ଟଙ୍କା ଦାନ କରିଥାନ୍ତି । ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, ବରଗଡ଼, ସମ୍ବଲପୁର ସମେତ ଅନ୍ୟ ଜିଲ୍ଲା ଗୁଡ଼ିକରେ ପୁଷପୁନି ତିଆର ମାନୁ ଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ମାନୁଛନ୍ତି । ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚିଚିଆ , ଲିମସେର, ପଣ୍ଡକୁଲ, କୁମ୍ଭାରି, ଟେମରୀ, ଫରଙ୍ଗ ତଥା ଅନ୍ୟାନ୍ୟ ଗ୍ରାମରେ ଛୋଟ ପିଲା ଠାରୁ ବୟସ୍କ ବୁଢ଼ା ଯାଏଁ ସମସ୍ତେ ଛେର ଛେରା ମାଗିଥିବା ଥିବା ଦେଖାଯାଇଛି । ଏହି ଦିନରେ ବିଭିନ୍ନ ସ୍ଥାନରେ ସଂକୀର୍ତ୍ତନ, ବାଜା, ନୃତ୍ୟ ଆଦି ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ଜଗଜ୍ଜୀବନ ସା ଙ୍କ ରିପୋର୍ଟ

Related posts

ମା ହିଙ୍ଗୁଳା ଦେବୀଙ୍କ ଖନ୍ଦା ଚଲା ଯାତ୍ରା, ଜ୍ୱଳନ୍ତ ଅଙ୍ଗାରରେ ଚାଲିଲେ ଦେବାଦେବୀ ଓ କାଲିସି

Sunil Chandra Nayak

ପବିତ୍ର ଜନ୍ମାଷ୍ଟମୀରେ ରାଜନଗର ଅଞ୍ଚଳ କୃଷ୍ଣମୟ,ଆଜି ଶିକ୍ଷା ନିକେତନରେ ନନ୍ଦ ଉତ୍ସବ ଅନୁଷ୍ଠିତ

masiha

ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ବିଶେଶ୍ୱର ଟୁଡୁ ଏବଂ ଜାମ୍ମୁକାଶ୍ମୀର ପୂର୍ବତନ ଉପମୁଖ୍ୟ ମନ୍ତ୍ରୀ କଵୀନ୍ଦ୍ର ଗୁପ୍ତା

Sunil Chandra Nayak

Leave a Comment

error: Content is protected !!