ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଐତିହାସିକ ପୋଡ଼ାଗଡପୀଠ ଠାରେ ପ୍ରାକ ଦଶହରା ପାଳିତ 

ଐତିହାସିକ ପୋଡ଼ାଗଡପୀଠ ଠାରେ ପ୍ରାକ ଦଶହରା ପାଳିତ 

ନବରଙ୍ଗପୁର:(୨୮|୯)(ରବି ନାରାୟଣ ମହାନ୍ତି)ବାର୍ଷିକ ଦଶହରା ନବରାତ୍ରି ପୂର୍ବରୁ କୃଷ୍ଣ ପକ୍ଷରେ ଏହି ପୂଜା ପୂର୍ବ କାଳରୁ ଚାଲିଆସିଛି lଉମରକୋଟ ବ୍ଲକ ଭଣ୍ଡାରିଗୁଡ଼ା ଗ୍ରାମପଞ୍ଚାୟତ ଅଧୀନରେ ଥିବା ପୋଡ଼ାଗଡ ଠାରେ ନାଳବଂଶ ରାଜାଙ୍କ ଇଷ୍ଟ ଦେବୀ ଗାଦୀମାଙ୍କଏହି ଅବସରରେ ମାଙ୍କୁ ନୂତନ ବସ୍ତ୍ର ଅଳଙ୍କାରରେ ସଜାଯାଏ ତିନିମୁଠା ତଥା ବୋରିଗାଁ ,ପରିଆ, ହୀରାପୁର ମୁଠା ରଇତ ଭକ୍ତ ଉପସ୍ଥିତି ଥିଲେ । ମୁଖ୍ୟ ପୂଜକ କୃଷ୍ଣ ପୂଜାରୀ , ହିରାସିଂ ପୂଜାରୀ , ବିର ପୂଜାରୀ, ରଘୁ ପୂଜାରୀ, ପୋଡାଗଡ ସେବାୟତ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଉର୍ଦ୍ଧ୍ବଵ ଚରଣ ନାୟକ, ପୋଡାଗଡ ପୀଠର ଗବେଷକ କୈଳାଶ ଚନ୍ଦ୍ର ବେହେରା ସମସ୍ତ ବସ୍ତ ଅଳଙ୍କାର ପ୍ରଦାନ କରିଥିଲେ । ମାଙ୍କ ନିକଟରେ ସମସ୍ତ ଭକ୍ତ ପ୍ରାକ ଦଶହରା ରେ ମା ଙ୍କ ନିକଟରେ ପ୍ରାଥନାକରିଥିଲେ ।ପୂର୍ବ କାଳରୁ ରାଜା ସ୍କନ୍ଦ ବର୍ମନଙ୍କ ଇଷ୍ଟ ଗାଦିମା ପାଞ୍ଚ ଶହ ପଚାଶ ଫୁଟ ଉପରଗଡ ର ଉଚ୍ଚତା ରହିଛି । ଏକ ଗୁମ୍ଫା ଭିତରେ ମାଙ୍କ ଉପସ୍ଥିତି ଭକ୍ତଙ୍କ ମନ ମୋହିଥାଏ ।ମନଜାଣି ବରଦେଇଥିବାରୁ ଭକ୍ତଙ୍କ ଗହଳି ସଦା ସର୍ବଦା ବଢି ଯାଇଥାଏ ।ଆସନ୍ତା ଅକ୍ଟୋବର ତିନି ତାରିଖରୁ ନିଷ୍ଟାର ସହିତ ପୋଡ଼ା ଗଡ ଠାରେ ସମସ୍ତ ମନ୍ଦିର ରେ ନବରାତ୍ରି ପୂଜା ଚାଲୁ ରହିବ l

ମସିହା ନିୟୁଜ ସର୍ଭିସ୍ 

Related posts

ବନ୍ଧୁଗାଁରେ ସ୍ତାନେ ସ୍ତାନେ ପାଳିଲେ ଗଣେଶ ପୂଜା 

masiha

ଜୁନାଗଡ଼ର ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ପାଳିତ

masiha

ପାର୍ବତୀପୁର ଗାଁରେ ହୋଲି ମେଳନ ଅନୁଷ୍ଠିତ

masiha

Leave a Comment

error: Content is protected !!