ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଡକ୍ଟର ଚିନ୍ମୟ ପାଣ୍ତ୍ଯାଙ୍କ ସିନାପାଲି ଜଗନ୍ନାଥ ମନ୍ଦିର ପରିଦର୍ଶନ

ନୂଆପଡା, ନୂଆପଡା ଜିଲ୍ଲା ସିନାପାଲି ଠାରେ ଆୟୋଜିତ ୨୫୧ କୁଣ୍ତୀୟ ଗାୟତ୍ରୀ ମହାଯଜ୍ଞକୁ ଆସିଥିବା ଦେବ ସଂସ୍କୃତି ବିଶ୍ୱବିଦ୍ଯାଳୟର ଉପ କୂଳାଧିପତି ଡକ୍ଟର ଚିନ୍ମୟ ପାଣ୍ତ୍ଯା ଜୀ ରବିବାର ସକାଳୁ ସହରର ବିଭିନ୍ନ ଦେବାଳୟ ପରିଦର୍ଶନ କରିଥିଲେ ା ଏହି ସମୟରେ ସିନାପାଲିର ବିଭିନ୍ନ ଛକରେ ଶ୍ରୀ ପାଣ୍ତ୍ଯାଙ୍କ ଦର୍ଶନ ପାଇଁ ଲୋକଙ୍କ ଭିତରେ ଆଗ୍ରହ ପ୍ରକାଶ ପାଇଥିବା ବେଳେ ବିଭିନ୍ନ ସ୍ଥାନରେ ତାଙ୍କୁ ସ୍ୱାଗତ କରାଯାଇଥିଲା ା ସ୍ଥାନୀୟ ଜଗନ୍ନାଥ ମନ୍ଦିର ପଂହଚିଲା ପରେ ସେଠାରେ ମନ୍ଦିର ସଭାପତି ବୈଶମ୍ପାୟନ ମେହେର, ସଂପାଦକ ତୁଳସୀରାମ ମେହେର, ଡମ୍ୱରୁଧର ମେହେର, ନାରାୟଣ ପାତ୍ର, ବୈଷ୍ଣବ ମେହେର(କ) ନବୀନ ଚଂଦ୍ର ମେହେର, ଗୋଳାମଣି ସା, ରୂପେଶ ଚଂଦ୍ର ମେହେର, ବୈଷ୍ଣବ ମେହେର(ଖ), ବିଜୟ ମେହେର, ରବିଂଦ୍ର ସା, ନିଲାଂଚଳ ମେହେର ପ୍ରମୁଖ ପାଣ୍ତ୍ଯା ଜୀଙ୍କୁ ସ୍ୱାଗତ ଅଭିନନ୍ଦନ ଜଣାଇଥିଲେ । ସିନାପାଲି ଭଳି ଛୋଟ ସହରରେ ଭବ୍ଯ ଜଗନ୍ନାଥ ମନ୍ଦିର ଏବଂ ଏହାର ସୁନ୍ଦର କାରୁକାର୍ଯ୍ଯକୁ ଦେଖି ଉଚ୍ଚ ପ୍ରଶଂସା କରିଥିବା ଜଣାପଡ଼ିଛି । ଏହି ସମୟରେ ଅନେକ ଶ୍ରଦ୍ଧାଳୁ ପାଣ୍ତ୍ଯା ଜୀଙ୍କ ଆର୍ଶୀବାଦ ନେଇଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଡାବୁଗାଁ କେଲିଆ ଶୈବ ପୀଠରେ ମହାଶିବରାତ୍ରି ପାଳିତ

Sunil Chandra Nayak

ଇଷ୍ଟଦେବୀ ମା ସିଦ୍ଧବାସେଳୀଙ୍କ ମନ୍ଦିର ପ୍ରତିଷ୍ଠା

କୁମ୍ଭାରୀଠାରେ ୫୧ ତମ ବିଶ୍ଵଶାନ୍ତି ବ୍ରହ୍ମଯଜ୍ଞ ମହିମା ବାଲ୍ୟଲୀଳା ମହୋତ୍ସବ-୨୦୨୩ ପାଳିତ

Sunil Chandra Nayak

Leave a Comment

error: Content is protected !!