ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଗାୟତ୍ରୀ ମହାଯଜ୍ଞର ଭାବପୂର୍ଣ୍ଣ ଉଦଯାପନୀ

ନୂଆପଡା // ସିନାପାଲି ଠାରେ ଚାରିଦିନ ବ୍ଯାପି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଭିତରେ ନୂଆପଡ଼ା ଜିଲ୍ଲା ସିନାପାଲି ଠାରେ ଅନୁଷ୍ଠିତ ନାରୀ ସଶକ୍ତିକରଣ ଶ୍ରଦ୍ଧା ସମ୍ୱର୍ଦ୍ଧନ ୨୫୧ କୁଣ୍ତୀୟ ଗାୟତ୍ରୀ ମହାଯଜ୍ଞ ରବିବାର ପୂର୍ଣ୍ଣାହୁତି ସହ ଉଦଯାପିତ ହୋଇଛି । ପୂର୍ବ ଦିନ ଭଳି ଅନ୍ତିମ ଦିନରେ ମଧ୍ଯ ପ୍ରବଳ ଜନସମାଗମ ପରିଲିକ୍ଷିତ ହୋଇଥିଲା । ସକାଳୁ ୨୫୧ ଯୋଡ଼ି ମୁଖ୍ଯ କର୍ତ୍ତାଙ୍କୁ ନେଇ ଯଜ୍ଞକାର୍ଯ୍ଯ ଆରମ୍ଭ ହୋଇଥିଲା । ଏହି ସମୟରେ ଗତକାଲି ଠାରୁ ସିନାପାଲିରେ ଉପସ୍ଥିତ ଥିବା ଦେବ ସଂସ୍କୃତି ବିଶ୍ୱ ବିଦ୍ଯାଳୟର ଉପକୂଳାଧିପତି ଡକ୍ଟର ଚିନ୍ମୟ ପାଣ୍ତ୍ଯା ପ୍ରଥମେ ସକାଳୁ ସିନାପାଲିର ବିଭିନ୍ନ ଦେବାଳୟ ପରିଦର୍ଶନ କଲାପରେ ଯଜ୍ଞସ୍ଥଳରେ ପହଂଚି ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ନିଜ ଆର୍ଶୀବଚନ ପ୍ରଦାନ କରିଥିଲେ । ଏହି ଅବସରରେ ସାତ ଶହ ଜଣ ନୂତନ ଭାବରେ ଗାୟତ୍ରୀ ଦୀକ୍ଷା ଗ୍ରହଣ କରିଥିଲେ । ରବିବାର ମଧ୍ଯ ଦୂରଦୂରାନ୍ତରୁ ଆସିଥିବା ହଜାର ହଜାର ଭକ୍ତ ଯଜ୍ଞକୁଣ୍ତରେ ଆହୁତି ପ୍ରଦାନ କରିଥିଲେ । ପୂର୍ଣ୍ଣାହୁତି ଦିବସ ହୋଇଥିବାରୁ ଆୟୋଜକ , ଶ୍ରଦ୍ଧାଳୁ, ସେବକ ସମସ୍ତେ ଭକ୍ତିଭାବରେ ବିଭୋର ହୋଇ ଯାଇଥିଲେ । ଚାରିଦିନର ଏହି କାର୍ଯ୍ଯକ୍ରମରେ ୧୪୫୦ ଜଣଙ୍କ ମୁଣ୍ତନ, ୯୩୮ଙ୍କ ଜଣ କୁମାରୀ ବ୍ରତ, ୧୦୪ ଜଣଙ୍କ ବିବାହ ଅନୁଷ୍ଠିତ ହୋଇଥିବା ବେଳେ ଆହୁରି ଶହଶହ ଲୋକ ପୁଂସବନ, ନାମକରଣ, ବିଦ୍ଯାରମ୍ଭ ଆଦି ସଂସ୍କାର କରାଇଥିଲେ । ଶାନ୍ତିକୁଞ୍ଜରୁ ଆସିଥିବା ଅର୍ନ୍ତଜାତୀୟ ସ୍ତରୀୟ ଟୋଲିର ପ୍ରଜ୍ଞା ପୁରୁଷ ପ୍ରଫେସର ପ୍ରମୋଦ ଭଟ୍ଟନାଗର, ବେଦ ଗବେଷକ ଗାୟତ୍ରୀ କିଶୋର ତ୍ରିବେଦୀ, ଡକ୍ଟର ଜିତେଂଦ୍ର ମିଶ୍ରା, ଶେଷଦେବ ବଢ଼େଇ, ପ୍ରଦୀପ ସାହୁ ପ୍ରମୁଖ ଯଜ୍ଞକାର୍ଯ୍ଯ ସଂପାଦନ କରିଥିଲେ । ରବିବାର କାର୍ଯ୍ଯକ୍ରମରେ ଖଡ଼ିଆଲ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଯୋଗଦେଇ ଆୟୋଜକଙ୍କୁ ଉତ୍ସାହିତ କରିଥିଲେ । ଯଜ୍ଞର ସଫଳତାରେ ସଭାପତି ତରୁଣ କୁମାର ମେହେର, ସଂପାଦକ ତ୍ରିନାଥ ମେହେର, ଉପସଭାପତି ହିରାଲାଲ ଅଗ୍ରୱାଲ, କୋଷାଧ୍ଯକ୍ଷ ଦିନେଶ ମେହେର, ଯଜ୍ଞକର୍ତ୍ତା ଗଜାନନ ଅଗ୍ରୱାଲ, ଓଡ଼ିଶା ପ୍ରଭାରି ଶେଷଦେବ ବଢ଼େଇ, ଉପପ୍ରଭାରି ପ୍ରଦୀପ ସାହୁ, ବିଚିତ୍ର ସାହୁ, ପୂର୍ଣ୍ଣଚଂଦ୍ର ମେହେର, ସିନାପାଲି ଶକ୍ତିପୀଠ ସଭାପତି ଶଶିଭୁଷଣ ମାଝୀ, ମୁନେଶ ଅଗ୍ରୱାଲ, ଶ୍ରୀକାନ୍ତ ମେହେର, ଶୈଲେସ ଅଗ୍ରୱାଲ, ପ୍ରଦୀପ ଜୈନ, ମଧୁ ପାତ୍ର, ଅର୍ଜୁନ ବାଗ, ହରିଓମ ଜିନ୍ଦଲ, ନୌକାନ୍ତ ମେହେର, ପ୍ରଦୀପ ଅଗ୍ରୱାଲ, ମୁକେଶ ଅଗ୍ରୱାଲ, ନାନକ ଅଗ୍ରୱାଲ, ବିକି ପାତ୍ର ପ୍ରମୁଖଙ୍କ ସହ ଗାୟତ୍ରୀ ପରିବାରର ଶହଶହ ସ୍ୱେଚ୍ଛାସେବୀ ଏବଂ ସ୍ଥାନୀୟ ଡ୍ରାଇଭର ସଂଘ, ଉଦନ୍ତୀ ୟୁଥ କ୍ଲବ, ଆଦର୍ଶ ୟୁଥ କ୍ଲବ, ମାଁ କରମା ଦେବୀ ଯୁବକ ସଂଘ, ହନୁମାନ କ୍ଲବ, ଠାକୁରାଣି ଯୁବକ ସଂଘ, ଝରିଆ ସାହୁ ସମାଜ, ଯାଦବ ସମାଜ, ମେହେର ସମାଜ, ମାରାୱାଡ଼ି ୟୁବା ମଂଚ ଆଦି ବିଭିନ୍ନ ଅନୁଷ୍ଠାନର ସଦସ୍ଯ ସହଯୋଗ କରିଥିଲେ । ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ତରଫରୁ କଡ଼ାକଡ଼ି ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଇଥିଲା । ମହାଯଜ୍ଞର ଶେଷରେ ସଭାପତି ତରୁଣ କୁମାର ମେହେର ସମସ୍ତଙ୍କୁ ଧନ୍ଯବାଦ ଦେଇଥିଲେ । ଚାରିଦିନର ଏହି ମହାଯଜ୍ଞରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ସହ ପଡ଼ୋଶୀ ଛତିଶଗଡ଼ ରାଜ୍ଯ ଓ ଅନ୍ଯାନ୍ଯ ରାଜ୍ଯରୁ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇ ଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

୧୬ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

Sunil Chandra Nayak

ଫଟାମୁଣ୍ଡା ରେ ନାମଯଜ୍ଞ ଶୁଭ ଖମ୍ଭ ସ୍ଥାପନ

Sunil Chandra Nayak

ଶୀତଳ ଷଷ୍ଠୀ ଉମା ଚତୁର୍ଥୀ ପାଳିତ

Leave a Comment

error: Content is protected !!