ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଜନ୍ମ ମାସ ଲାଗି ଚାଲିଛି ଭାଦ୍ର ପରିକ୍ରମା

ଡାବୁଗାଁ, ୨/୯(ମ.ନି.ସ.)- ଶନିବାର ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ସଦର ମହକୁମାରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ପବିତ୍ର ଜନ୍ମ ମାସ ଭାଦ୍ରବ ମାସରେ ହୋଇଥିବା ଯୋଗୁଁ ଏଠାକାର ଶ୍ରଦ୍ଧାଳୁ ଭକ୍ତମାନେ ଭାଦ୍ର ପରିକ୍ରମା ପ୍ରତିଦିନ ଗୁରୁଭାଇ ମାନଙ୍କ ଘରେ ଅନୁଷ୍ଠିତ ହୋଇ ଚାଲିଛି l ଭାଦ୍ର ପରିକ୍ରମା କରିବା ଦ୍ୱାରା ପ୍ରତ୍ୟେକ ଗୁରୁଭାଇ ଙ୍କ ଘରେ ସତସଙ୍ଗ ହେବାର ସୁଯୋଗ ପାଇ ପ୍ରଭୁଙ୍କ ଆଶୀର୍ବାଦ ପାଉଛନ୍ତି l ଯାହାକି ଗତ ଅଗଷ୍ଟ ମାସ ୧୭ ତାରିଖରୁ ଆରମ୍ଭ ହୋଇ ଚଳିତ ସେପ୍ଟେମ୍ବର ମାସ ୧୭ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ l ଏହି ଅବସରରେ ଆଜି ଶ୍ରଦ୍ଧାଳୁ ଭକ୍ତ ପ୍ରଫୁଲ୍ଲ ପଟ୍ଟନାୟକ ଭାଇ ଙ୍କ ଘରେ ଭାଦ୍ର ପରିକ୍ରମାର ସତସଙ୍ଗ ଦିନ ୧୧ ଘଣ୍ଟାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସତସଙ୍ଗରେସହ-ପ୍ରତି ରିତିକ୍ କମଳାକାନ୍ତ ସାହୁ ଙ୍କ ଅଧ୍ୟକ୍ଷତାରେ ଜାଜକ ଗିରିଧାରୀ ସାହୁ,ପ୍ରଶାନ୍ତ କୁମାର ପାତ୍ର,ପଙ୍କଜ ମହାନ୍ତି ଓ ବିବେକାନନ୍ଦ ବାରିକ ଙ୍କ ସହ ଡାବୁଗାଁ ସଦର ମହକୁମା ର ଶ୍ରଦ୍ଧାଳୁ ଭାଇ ଓ ଭକ୍ତିମତି ମାଆ ମାନଙ୍କ ଉପସ୍ଥିତ ବହୁ ସଂଖ୍ୟାରେ ହୋଇଥିଲା l ପୂଜ୍ୟପାଦ ଶ୍ରୀ ଶ୍ରୀ ଠାକୁର, ଶ୍ରୀ ଶ୍ରୀ ଲକ୍ଷ୍ମୀ ମା, ଶ୍ରୀ ଶ୍ରୀ ବଡ଼ଦା, ଆଜିର ସଂଘ ନେତା ଆଚାର୍ଯ୍ୟଦେବ ଙ୍କ ଫଟୋ ଚିତ୍ର କୁ ସୁସଜ୍ଜିତ ମଣ୍ଡପରେ ରଖାଯାଇ ପୁଷ୍ପ ମାଲ୍ୟାର୍ପଣ, ଧୂପ, ଦୀପ ପ୍ରଜ୍ଜ୍ଵଳନ କରାଇ ପ୍ରାତଃ ବନ୍ଦନା, ପ୍ରାତଃ ଓ ସଂଧ୍ୟା କାଳୀନ ବନ୍ଦନା, ସଦଗୁରୁ ବନ୍ଦନା,ଧ୍ୟାନ, ଭଜନ, କୀର୍ତ୍ତନ, ଶ୍ରୀ ଶ୍ରୀ ଠାକୁରଙ୍କ ଜୀବନ ଆଦର୍ଶର ଯାଜନ କରାଯାଇଥିଲା l ପ୍ରଭାତ ଭାଇ ଙ୍କ କୀର୍ତ୍ତନ ବେଶ୍ ସମସ୍ତଙ୍କ ମନ ଛୁଇଁ ଥିଲା l କମଳା ଭାଇ ଙ୍କ ଯାଜନ ଶ୍ରୀ ଶ୍ରୀ ଠାକୁର ଙ୍କ ଦିବ୍ୟ ଜୀବନ ସମସ୍ତ ଗୁରୁଭାଇ ଓ ମା ମାନଙ୍କ ମନ ମୁଗ୍ଧ କରି ଦେଇଥିଲା l ଶେଷରେ ବନ୍ଦେ ପୁରୁଷୋତ୍ତମ ଧ୍ବନିରେ ମୁଖରିତ ହୋଇ ଥିବାବେଳେ ପ୍ରଣାମ ନିବେଦନ ପରେ ସତସଙ୍ଗ କାର୍ଯ୍ୟକ୍ରମ ଶେଷ ହୋଇ ଥିଲା l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଆଜି ପଶ୍ଚିମ ଓଡି଼ଶାର ଗଣପର୍ବ ପୁଷପୁନି

masiha

ତୃତୀୟ ମାଘମଣ୍ଡେଇ ସହ ଉଦଯାପିତ ହେଲା ମାଁ ଖଲିଗଢ଼େନଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

Sunil Chandra Nayak

ବୋରିଗାଁ ରେ ତିନି ମାସ ପରେ ବାଲିଯାତ୍ରା  ହେଲା ଉଦଯାପିତ

Leave a Comment

error: Content is protected !!