‘ ମା’ ଆସୁଛନ୍ତି ‘
୬୫ ବର୍ଷରେ ପଦାର୍ପଣ କଲା ବାଦାମ ପାହାଡ଼ ଷ୍ଟେସନ ବଜାର ଦୁର୍ଗାପୂଜା: ପଶ୍ଚିମବଙ୍ଗର କାରିଗରୀ କଳା ରେ ଏଥର ଝଲସିବେ ମାଁ :
ମୟୁରଭଂଜ – ୨୨/୦୯ — ଆସୁଛନ୍ତି ମା’ । ମାଁ ଆଗମନ ପାଇଁ ସମଗ୍ର ବାଦାମ ପାହାଡ଼ ଅଞ୍ଚଳ ଚଳଚଞ୍ଚଳ ଉତ୍ସବ ମୁଖର।
ମହାମହିମ ରାଷ୍ଟ୍ରପତିଙ୍କ ଜନ୍ମମାଟି ତଥା କୁସୁମୀ ବ୍ଲକ ବାଦାମ ପାହାଡ଼ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି। ବାଦାମ ପାହାଡ଼ ର ଏହି ଷ୍ଟେସନ ବଜାର ର ସର୍ବପୂରାତନ ପୂଜା ବିଗତ ୬୫ ବର୍ଷ ରେ ପଦାର୍ପଣ କରିଛି। ବାଦାମ ପାହାଡରେ ମା’ଙ୍କ ମୃଣ୍ମୟୀ ପୂଜା ଟାଟା କମ୍ପାନୀ ଅମଳରେ ଷ୍ଟାଫ୍ ମାନଙ୍କ ପାଇଁ ଯେଉଁ ରେଲୱେ କଲୋନୀ ବା ବର୍ତ୍ତମାନ ର କ୍ୟାମ୍ପ୍ ଥିଲା ସେହି ଠାରେ ପ୍ରଥମେ ୧୯୪୮ ମସିହାରେ ଦୁର୍ଗାପୂଜା ଆରମ୍ଭ ହୋଇଥିଲା। ଟାଟା କମ୍ପାନୀର କିଛି କର୍ମଚାରୀ ଓ ରେଳ ବିଭାଗ ରେ କାର୍ଯ୍ୟରତ କେତେକ ମା’ଙ୍କ ଭକ୍ତ ପ୍ରଥମ ଥର ପାଇଁ ଜଗତଜନନୀ ମା ଦୁର୍ଗାଙ୍କ ଶାରଦୀୟ ପୂଜା ଆରମ୍ଭ କରିଥିଲେ।
ମାତ୍ର ପରେ ସର୍ଗତ କାର୍ତ୍ତିକ ଚନ୍ଦ୍ର ଦେ ୧୯୬୧ ମସିହାରେ ଗୋଟିଏ କମିଟି ଗଠନ କରି ତତ୍କାଳୀନ ଷ୍ଟେସନ ମାଷ୍ଟର ଙ୍କ ତତ୍ବାବଧାନରେ ଷ୍ଟେସନ ବଜାର ରେ ପ୍ରଥମ ଦୁର୍ଗାପୂଜା ଆରମ୍ଭ ହୋଇଥିଲା। ସେତେବେଳେ ଦୁର୍ଗାପୂଜା କମିଟିର ନାଁ ରଖାହେଲା ‘ ଦି ବାଦାମ ପାହାଡ଼ ପୂଜା କମିଟି ‘ । ଏହି କମିଟି ର ସଭାପତି ଭାବେ ସର୍ଗତ ରାମଚନ୍ଦ୍ର ଦାସ, ସମ୍ପାଦକ ସର୍ଗତ ପ୍ରଶାନ୍ତି ମୁଖାର୍ଜୀ ଏବଂ କୋଷାଧ୍ୟକ୍ଷ ସର୍ଗତ ଏମ୍ ଆର୍ ଦାସ, ସର୍ଗତ ସୁବଦ କୁମାର ପାଲ ଏବଂ ସର୍ଗତ ସାମା ପ୍ରସାଦ ଦାସ୍ ସହିତ କିଛି ବ୍ୟକ୍ତି ଙ୍କ ପ୍ରଚେଷ୍ଟାରେ ପ୍ରଥମେ ୧୯୬୧ ମସିହାରେ ଏହି ଷ୍ଟେସନ ବଜାର ରେ ମା’ଙ୍କ ପୂଜା ଆରମ୍ଭ ହୋଇଥିଲା । ସେହିଦିନ ଦିନ ଠାରୁ ଏହି ଷ୍ଟେସନ ବଜାର ମଣ୍ଡପରେ ମା ‘ ଙ୍କ ପୂଜା ହୋଇଆସୁଛି। ବାଦାମ ପାହାଡ ରେଳ ଷ୍ଟେସନ ଅମୃତ ଭାରତ ରେଳ ଷ୍ଟେସନ ର ମାନ୍ୟତା ପାଇବାରୁ ଷ୍ଟେସନ ବଜାର ନିକଟରୁ ମଣ୍ଡପ ଗତ ବର୍ଷ ରୁ ଅନତ୍ର ଏକ ପଡିଆ କୁ ସ୍ଥାନାନ୍ତରିତ ହୋଇ ମାଁ ଙ୍କ ପୂଜା ହେଉଅଛି। ଚଳିତ ବର୍ଷ ଜଙ୍ଗଲ ସୁରକ୍ଷା ଓ ପରିବେଶ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଙ୍କ ଉଦ୍ୟମ କ୍ରମେ ସ୍ଥାୟୀ ଦୁର୍ଗା ମଣ୍ଡପ ନିର୍ମାଣ କରାଯାଇଛି।
ପୂର୍ବରୁ ମୀନା ବଜାର ଯୋଉଠି ବସୁଥିଲା ସେଠାରେ ବର୍ତ୍ତମାନ ମାଁ ‘ ଙ୍କ ନୂତନ ସ୍ଥାୟୀ ମଣ୍ଡପ ତିଆରି ହୋଇ ପଶ୍ଚିମବଙ୍ଗର କାରିଗରୀ ରେ ତୋରଣ ପ୍ରସ୍ତୁତି କାର୍ଯ୍ୟ ଚାଲୁ ଅଛି। ଏହା ସହିତ ୨୮/୯ ଷଷ୍ଠୀ ଦିନ ନୂତନ ମଣ୍ଡପ ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ରହିଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ସମ୍ମାନିତ ଅତିଥି ରାଜ୍ୟ ସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ, ଲୋକସଭା ସାଂସଦ ଶ୍ରୀ ନବ ଚରଣ ମାଝି, ରାଇରଙ୍ଗପୁର ବିଧାୟକ ଜୋଲେନ୍ ନାଏକ, ରାଜ୍ୟ ସମ୍ପାଦକ ନବୀନ ରାମ୍ , ସଞ୍ଜିବ୍ ମହାନ୍ତି, ମହେଶ ଚନ୍ଦ୍ର ହେମ୍ରମ ଆଦିଙ୍କ ଯୋଗଦେବା କାର୍ଯ୍ୟକ୍ରମ ରହିଛି।
ଚଳିତ ବର୍ଷ ୬୫ ବର୍ଷ ରେ ପଦାର୍ପଣ କରୁଥିବା ଏହି ପୁଜା କୁ ମହାଆଡମ୍ବର ପାଳନ କରାଯିବ। ସେଥିପାଇଁ ପ୍ରାୟ ୧୨ ରୁ ୧୫ ଲକ୍ଷ ବଜେଟ ରହିଥିବା ପୂଜା କମିଟି ସୁତ୍ରରୁ ଜଣାପଡିଛି। ଏଥର ପଶ୍ଚିମବଙ୍ଗର କାରିଗରୀ ଙ୍କ କଳା ରେ
ପୁଜା ମଣ୍ଡପ ରେ ଆକର୍ଷଣୀୟ ତୋରଣରେ ଶୋଭା ପାଇବ । ସେହିପରି ପେଟ୍ରୋଲ ପମ୍ପ ଛକ ଠାରୁ ମେଢ଼ ପର୍ଯ୍ୟନ୍ତ ଏବଂ ବାଦାମ ପାହାଡ଼ ସମଗ୍ର ବଜାର ଆଧୁନିକ ଆଲୋକ ସାଜସଜ୍ଜା ଶ୍ରଦ୍ଧାଳୁ ଓ ଦର୍ଶକ ମାନଙ୍କୁ ମନମୋହିବ। ଚଳିତ ବର୍ଷ ବ୍ୟୟ ବହୁଳ ତୋରଣ ସାଂଗକୁ ଆଲୋକ ସାଜସଜ୍ଜା, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଷଷ୍ଠୀ ରେ ମୁଖ୍ୟ ଆକର୍ଷଣ ଓଲିଉଡ ଅଭିନେତା ପପୁ ପମ ପମ କାର୍ଯ୍ୟକ୍ରମ ଓ ତିତିଲାଗଢ୍ ନନୀ ସମ୍ବଲପୁରୀ ନୃତ୍ୟ, ସପ୍ତମୀ ରେ ପୁରୁଲିଆ ଝୁମର, ଅଷ୍ଟମୀ ରେ ସଙ୍ଗୀତ ସଙ୍ଗମ, ନବମୀ ରେ ସୁର ସଙ୍ଗମ ମେଲୋଡି, ବିଶ୍ଵ ପ୍ରସିଦ୍ଧ ଷଢେ଼ଇକଳା ଛଉ ନୃତ୍ୟ ସହିତ , ୫ଦିନ ଧରି ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି। ଏହା ସହିତ ଆକର୍ଷଣିୟ ୧୦୦ ରୁ ଉର୍ଦ୍ଧ୍ବ ଷ୍ଟଲ ସହିତ ମିନା ବଜାର ବସିବା ନେଇ କାର୍ଯ୍ୟକ୍ରମ ରହିଛି ଫଳରେ ଏବେଠାରୁ ବାଦାମ ପାହାଡ଼ ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଛି। ଲୋକଙ୍କ ମଧ୍ୟରେ ପୂଜାକୁ ନେଇ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଛି। ଚଳିତ ବର୍ଷ ୬୫ ବର୍ଷ ରେ ପଦାର୍ପଣ କରିଥିବା ଏହି ପୁଜା ମହାଆଡମ୍ବରରେ ପାଳନ କରାଯିବ। ମୃଣ୍ମୟୀ ମୂର୍ତ୍ତି ରେ ତିଆରି ର ଶେଷ ସ୍ପର୍ଶ ଦେବାପାଇଁ ଶିଳ୍ପୀ ବ୍ୟସ୍ତ। ଚଳିତବର୍ଷ ଆକର୍ଷଣୀୟ ମା’ଙ୍କ ମୃଣ୍ମୟୀ ମୃର୍ତ୍ତି ସହିତ ପାର୍ଶ୍ଵ ମୃର୍ତ୍ତି ଭାବେ ଲକ୍ଷ୍ମୀ, ସରସ୍ବତୀ, ଗଣେଶ, କାର୍ତ୍ତିକ ଏବଂ ଶିବ ପୂଜା ପାଇବେ।
ଆସନ୍ତା ୨୮ ତାରିଖ ଷଷ୍ଠୀରେ ବିଲ୍ବାଧିବାସ , ୨୯ରେ ସପ୍ତମୀ ରେ ବୋଧନ, ବିଲ୍ବଗ୍ରହଣ, ନିମନ୍ତେ ଜଳଯାତ୍ରା,ଓ ଘଟ ଆୟୋଜନ,୩୦ ତାରିଖ ଅଷ୍ଟମୀରେ ନିତି କାନ୍ତି ପୂଜା, ସ୍ନାନ, ହୋମ ଯୋଜ୍ଞ , ଅକ୍ଟୋବର ୧ ତାରିଖ ରେ ନବମୀ ପୂଜା ଏବଂ ୨ ତାରିଖ ଦଶମୀ ପୂଜା ପାଳନ କାର୍ଯ୍ୟକ୍ରମ ରହିଛି। ‘ଦି ବାଦାମ ପାହାଡ଼ ପୂଜା କମିଟି’ ର ସଭାପତି କମଳେନ୍ଦୁ ଦତ୍ତ ଏବଂ ଚେୟାରମେନ ମହେଶ ଚନ୍ଦ୍ର ହେମ୍ରମ ଓ ସମ୍ପାଦକ ମୁନା ପ୍ରତିହାରୀ ଙ୍କ ନେତୃତ୍ୱରେ ଅରୁପ କୁମାର ମଣ୍ଡଳ,ଦଲ୍ ବାହାଦୁର, ବିଜୟ କୁମାର ଦାସ, ଭରତ ଚନ୍ଦ୍ର ବାରିକ, ନରେନ୍ଦ୍ର ଲୋହାର, ଦୀପୁ ପୃଷ୍ଟି, ଅଜୟ ପ୍ରଜାପତି, କ୍ଷିତିଶ ପାତ୍ର, ଅଜୟ ସାହୁ, ଅଭିଷେକ ମହାନ୍ତି, ନଗେନ୍ଦ୍ର ମଲିକ,ସୋମ ମୁଖାର୍ଜୀ, ସାନ ବାବୁ, ଶୁଭ, ଶଳୈନ୍ଦ୍ର ଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଏଥିରେ ସହଯୋଗ କରୁଥିବାର ଦେଖାଯାଉଛି। ସମଗ୍ର କୁସୁମୀ ବ୍ଲକ ତଥା ରାଇରଙ୍ଗପୁର, ଯଶିପୁର, କରଞ୍ଜିଆ ଏବଂ ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ଏବଂ ପୂଜାର୍ଚ୍ଚନା ପାଇଁ ଆସୁଥିବା ମଣ୍ଡପରେ ଜନ ସମୁଦ୍ର ପାଲଟିଥାଏ। ଷ୍ଟେସନ ବଜାର ସହିତ ଅଧିଷ୍ଠାତ୍ରୀ ଦେବୀ ମା’ ବନଦୁର୍ଗା ଶକ୍ତି ପୀଠ ଏବଂ ହାଟତାଣ୍ଡି ମଣ୍ଡପରେ ରେ ମଧ୍ୟ ମହାଆଡମ୍ବରରେ ମା’ଙ୍କ ପୂଜା ପାଳନ କରାଯିବ। ସମଗ୍ର ବାଦାମ ପାହାଡ଼ ଷ୍ଟେସନ ବଜାର, ହାଟତାଣ୍ଡି ଏବଂ ମା ବନଦୁର୍ଗା ମନ୍ଦିର ସହିତ ସମସ୍ତ ଅଞ୍ଚଳ ଆଧୁନିକ ଆଲୋକ ସାଜସଜ୍ଜା କରିବା ସହିତ ପୂଜା ପାଇଁ ବିଭିନ୍ନ ସାଂସ୍କୃତିକ, ମେଲୋଡି କାର୍ଯ୍ୟକ୍ରମ ପରିବେଷଣ ହେବା ନେଇ ଆୟୋଜନ କରାଯାଇଛି।
ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

