ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଵୁଟିଆଗୁଡାରେ ନୂତନ ମାଁ ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ   

ଵୁଟିଆଗୁଡାରେ ନୂତନ ମାଁ ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ   

ନବରଙ୍ଗପୁର :(୧୦|୪)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଳକ ଅନ୍ତର୍ଗତ ଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଵୁଟିଆଗୁଡା ଗ୍ରାମରେ ନୂତନ ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ରେ ଠାକୁରାଣୀ ମନ୍ଦିର ପୂଜକ କେଶରୀ ପୂଜାରୀ ଦୀର୍ଘ ଦିନ ଧରି ଲୋକମାନଙ୍କ ସେବା କାମ କରି ଆସୁଛନ୍ତି ।ଚନ୍ଦ୍ରପୁର ସରପଞ୍ଚ ଵୈଜୟନ୍ତି ମାଝୀ, ସମ୍ମାନନୀୟ ଅତିଥି ,ସି. ଆର. ସି. ସି. ବାବୁଲାଲ ସାଗର ମୁଖ୍ୟ ଅତିଥି ,ସମ୍ମାନୀତ ଅତିଥି ଲକ୍ଷ୍ମଣ କମର୍ଲା, ମୈଦଲପୁର ପଦର ମସିଆଣି ମନ୍ଦିର ପୂଜକ ଓ ଧର୍ମ ପରାୟଣ ପ୍ରଭାକର ମାଳୀ ଉପସ୍ଥିତ ଥିଲେ lଗାଁର ପିତା ମାତା ସମସ୍ତଙ୍କ ସହଯୋଗ ରେ ପ୍ରତିଘରୁ ଏକ ହଜାର ଟଙ୍କାର ସହାୟତାରେ ଗାଁର ଲୋକମାନଙ୍କ ମନ୍ଦିର ର ପ୍ରାଣ ପ୍ରତିଷ୍ଠା ପାଇଁ ଗାଁର ସମସ୍ତଙ୍କ ମଧ୍ୟରେ ଆନନ୍ଦର ବାତାବରଣ ସୃଷ୍ଟି ହୋଇଥିଲା।ମୁଖ୍ୟ ଅତିଥି ବାବୁଲାଲ ଭାରତୀୟ ସଂସ୍କୃତି ରେ ଗାଁ ଜୀବନରେ ଲୋକମାନଙ୍କ ଧର୍ମମୟ ଜୀବନରେ ସୁସଂପର୍କ ଓ ପର୍ବପର୍ବାଣୀରେ ଏକ ଜୁଟ ହୋଇ ନାଟ ,ଗୀତ ମାଧ୍ୟମରେ ଲୋକଙ୍କ ମଧ୍ୟରେ ବନ୍ଧୁତା ଭାବକୁ ସବୁଦିନ ବଜାୟ ରଖିବାକୁ ଲୋକମାନଙ୍କୁ ଅବଗତ କରାଇଥିଲେ।ଲମ୍ବୋଧର ନାୟକ , ପଦ୍ମନ ମାଳୀ,ଜଗବନ୍ଧୁ ମାଳୀ,ମନବୋଧ ମାଳୀ,ପୂରଣ ମାଳୀ , ପଦ୍ମମ ମାଳୀ ,ଲଛମନ ହରିଜନ ,ଉଦ୍ଧବ ମାଳୀ ,କମ ମାଳୀ, ବଳଦେବ ମାଳୀ , ବଳରାମ ମାଳୀ ଆଜିର ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ସୁପରିଚାଳନାରେ ସହଯୋଗ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କାର୍ତ୍ତିକେଶ୍ୱର ପଞ୍ଚୁକ ବ୍ରତ ପାଇଁ କପିଳାସ ପୀଠ ଚଳଞ୍ଚଚଳ

Sunil Chandra Nayak

ବାବା କଳ୍ପେଶ୍ବର ମନ୍ଦିର ଖେଜୁରିଆରେ କାଉଡିଆଙ୍କ ଭିଡ 

Sunil Chandra Nayak

ରାଇରଙ୍ଗପୁର ସହରର ବିଭିନ୍ନ ଶୈବପୀଠରେ ହଜାର ହଜାର କାଉଡିଆଙ୍କ ଜଳ ଲାଗି ଓ ଶ୍ରାବଣ ଉତ୍ସବ

masiha

Leave a Comment

error: Content is protected !!