ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଖେରଣା ଗାଁ ରେ ପ୍ରସିଦ୍ଧ ଖୋନ୍ଦାମାଡା ପର୍ବ 

 ମୟୂରଭଞ୍ଜ -୨୫/୨/୨୩ (ମସିହା) ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଲକର ଯୋରଦା ପଞ୍ଚାୟତର ଖେରଣା ଗ୍ରାମରେ ମା ‘ଅମ୍ବିକା ଙ୍କ ଠାକୁରାଣୀ ଓଷା ପାଳନ ଶେଷ ଦିନରେ ବିସର୍ଜନ ଅବସରରେ ଖୋନ୍ଦାମାଡା ପର୍ବ ମହାସମାରୋହରେ ପାଳନ ହୋଇଯାଇଛି। ୧୦୦ ବର୍ଷ ତଳର ପ୍ରତିଷ୍ଠିତ ଅଧିଷ୍ଠାତ୍ରୀ ଦେବୀ ମା’ ଅମ୍ବିକା ଠାକୁରାଣୀ ଓଷା ପାଳନ ଶେଷ ଦିନ ରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ମା’ର ଅଂଚଳର ପ୍ରତ୍ୟକ୍ଷ ଦେବୀ । ମାନସିକ ବ୍ରତଧାରୀମାନେ କେବେ ହେଲେ ନିଷ୍ଠା ହୁଅନ୍ତି ନାହିଁ ବୋଲି ବିଶ୍ବାସ ଓ ଆସ୍ଥା ରହିଛି । ମା’ ଙ୍କ ମୁଖ୍ୟ ପୂଜକ ଭୂପତି ନାଏକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ଗାୟକ ଭାଗିରଥୀ ଘଣା, ସମ୍ପାଦକ ଦିନେଶ ନାଏକ, ସଭାପତି ଲିଟୁ ପ୍ରଧାନ,ଭୁପତି ନାଏକ, ଅଶୋକ ନାଏକ, ବୈରାଗୀ ନାଏକ, ଛତିଶ ନାଏକ, କହ୍ନାଇ ନାଏକ, ଟୁରୁ ବାରିକ, ବିକାଶ ନାଏକ, ମନୋଜ ବେହେରା,  କ୍ରିଷ୍ଣା ନାଏକ, ଅଜୟ ବେହେରା, ଦିପା ନାଏକ, ଝୁମା ନାଏକ, ଏଲିନା ଗିରି, ବେବିନା, ସରସ୍ୱତୀ, କୁମୁଦିନି ମହାନ୍ତ, ସୀତା ନାଏକ, ପୂଜା ନାଏକ,ପଦ୍ମାବତୀ ନାଏକ, ସଞ୍ଜୁ ମହାନ୍ତି,  ଝୁମା ନାଏକ ସହିତ କମିଟିର ସମସ୍ତ ସଦସ୍ୟ ମା ଠାକୁରାଣୀ ଓଷା ପାଳନ ଏବଂ ଖୋନ୍ଦାମାଡା ପାଳନ ଶୃଙ୍ଖଳା ର ସହ ପରିଚାଳନାରେ ସହଯୋଗ କରିଥିଲେ। ଏହି ଖୋନ୍ଦାମାଡା ଉତ୍ସବ ଏହି ବର୍ଷ ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି। ପ୍ରତ୍ୟେକ ବର୍ଷ କେବଳ ପୁରୁଷ ଭକ୍ତା ମାନେ ଖାଲି ପାଦରେ ନିଆଁ ରେ ଚାଲି ଚାଲି ଯିବା ବ୍ୟବସ୍ଥା କରାଯାଇଥିବା ବେଳେ କିନ୍ତୁ ଏଥର ଉଭୟ ପୁରୁଷ ଓ ମହିଳା ଭକ୍ତା ମାନେ ଖାଲି ପାଦରେ ନିଆଁରେ ଚାଲି ଚାଲି ଯିଵାର ଦେଖିବାକୁ ମିଳିଥିଲା। 

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ପଥର ଗଡରେ ଲୁଚି ରହିଥିବା ଇତିହାସର ବାଘ ବାଘୁଆଣି ଶକ୍ତିପୀଠ 

ତାରିଣୀ ପୀଠରେ ଚଣ୍ଡୀ ମହାଯଜ୍ଞ

Sunil Chandra Nayak

ମହିମା ଧର୍ମର ଖ୍ୟାତି ବୃଦ୍ଧି ନିମନ୍ତେ ସହମତି ଭିତ୍ତିରେ ନୀତିକାନ୍ତି ବିବାଦର ସମାଧାନ କରିବା ପାଇଁ ଉଭୟ ବକ୍କଳଧାରୀ ଏବଂ କୌପୁନୀଧାରୀ ସନ୍ନ୍ୟାସୀମାନଙ୍କ ମଧ୍ୟରେ ସହମତି ପ୍ରକାଶ 

Sunil Chandra Nayak

Leave a Comment

error: Content is protected !!