ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କୋଇଡା ଶ୍ରୀ ରାମ ମନ୍ଦିରର ଦିତୀୟ ବାର୍ଷିକୋତ୍ସବ ପାଳିତ

କୋଇଡା ଶ୍ରୀ ରାମ ମନ୍ଦିରର ଦିତୀୟ ବାର୍ଷିକୋତ୍ସବ ପାଳିତ

କୋଇଡା- ୩/୦୫ // କୋଇଡା ଶ୍ରୀ ରାମ ମନ୍ଦିରରେ ତ୍ରିଦୀଵସୀୟ ବାର୍ଷିକୋତ୍ସବ ( ଏପ୍ରିଲ ୨୮,୨୯ ଏବଂ ୩୦)ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।୨୮ ତାରିଖ ସୋମବାର ସଂଧ୍ୟାରେ ଅଙ୍କୁରାରୋପଣ,୨୯ ତାରିଖ ମଙ୍ଗଳବାର ଦିନ ସକାଳ ୮ ଘଟିକା ରେ କଳଶ ଯାତ୍ରା,୧୨ ଠାରେ ସୂର୍ଯ୍ୟ ପୁଜା,,ଘଟ ମଣ୍ଡଳ ପୂଜା,ଶ୍ରୀରାମ ସହସ୍ର ଆହୁତି ଏବଂ ଆଳତି, ଏବଂ ୩୦ ତାରିଖ ଦିନ ସକାଳ ୭ ଘଟିକା ରେ ସୂର୍ଯ୍ୟ ପୂଜା,ଗୋ ପୂଜା,ସାଲ ପୂଜା,ଘଟ ମଣ୍ଡଳ ପୂଜା,ଗୀତା ଆହୁତି, ସଂଧ୍ୟା ୬.୩୦ ଠାରେ ପୂର୍ଣ୍ଣାହୁତି ଆଦି କାର୍ଯ୍ୟ କ୍ରମ ପୂଜକ ଗୋପାଳ‌ ଚନ୍ଦ୍ର ଦାସ,ସୁନ୍ଦର ନାରାୟଣ ମିଶ୍ର, ପ୍ରଶାନ୍ତ ଶତପଥୀ, ସୁଦର୍ଶନ କର ରୀତିନୀତି ଅନୁସାରେ ପୁଜାର୍ଚନା କରିଥିଲେ ।କର୍ତ୍ତା ଭାବରେ ଦେବ ନାରାୟଣ ଜୟସ୍ବାଲ ଏବଂ ତାଙ୍କ ସହଧର୍ମିଣୀ ଦିବ୍ଯା ଜୟସ୍ବାଲ ନିଷ୍ଠାର ସହ ତୁଲାଇଥିଲେ । ଦୈନିକ ଶହ ଶହ ରାମ ଭକ୍ତ ମନ୍ଦିର ଆସି ପୂଜାର୍ଚ୍ଚନା କରିବା ସହ ଶ୍ରୀରାମ ଠାକୁରଙ୍କ ଆଶୀର୍ବାଦ ନେଇଥିଲେ । ଜୟ ଶ୍ରୀ ରାମ,ଜୟ ଵୀର‌ହନୁମାନ ଧାରାରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଂଚଳ ।ଦୁଇ ଦିନ ଧରି ଶ୍ରଦ୍ଧାଳୁମାନଙ୍କୁ ଅନ୍ନପ୍ରସାଦ ବଣ୍ଟନ କରା ଯାଇଥିଲା । ସମଗ୍ର ଅଂଚଳ ଶ୍ରୀରାମମୟ ହୋଇଯାଇଥିଲା ।

 କୋଇଡାରୁ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ଖାତିଗୁଡା ଜଗନ୍ନାଥ ମନ୍ଦିର ର ବାର୍ଷିକ ଉତ୍ସବ

ଖଡିଆଳ ଠାରେ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀ, ଏବଂ ଗଡ ରକ୍ଷକ ଦେବୀ ରକ୍ତାମ୍ବରୀ ଙ୍କ ନୂଆଖାଇ ପର୍ବ ପାଳିତ

masiha

ମା ହିଙ୍ଗୁଳା ଦେବୀଙ୍କ ଖନ୍ଦା ଚଲା ଯାତ୍ରା, ଜ୍ୱଳନ୍ତ ଅଙ୍ଗାରରେ ଚାଲିଲେ ଦେବାଦେବୀ ଓ କାଲିସି

Sunil Chandra Nayak

Leave a Comment

error: Content is protected !!