ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଷ୍ଟ-ଦିବସୀୟ ଆଚାର୍ଯ୍ୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସମ୍ପନ୍ନ ବିଭିନ୍ନ ବିଷୟବସ୍ତୁକୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ

ଅଷ୍ଟ-ଦିବସୀୟ ଆଚାର୍ଯ୍ୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସମ୍ପନ୍ନ

ବିଭିନ୍ନ ବିଷୟବସ୍ତୁକୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ

ରାଉରକେଲା: ସେକ୍ଟର: ୬ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଅଷ୍ଟ-ଦିବସୀୟ ଆଚାର୍ଯ୍ୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି। ଗତ ୨୫ ତାରିଖ ଉଦଘାଟନୀ ଦିବସରେ ବିଦ୍ୟା ମନ୍ଦିରର ସଭାପତି ମିତ୍ରଭାନୁ ପଣ୍ଡାଙ୍କ ସଭାପତିତ୍ବ, ସମ୍ପାଦକ କରୁଣାକର ପାଟ୍ଟଶାଣୀଙ୍କ ଆବାହକତ୍ଵ ଓ ପ୍ରଧାନଚାର୍ଯ୍ୟ ସୁରେନ୍ଦ୍ର କୁମାର ଶତପଥୀଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦଘାଟକ ତଥା ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଓଡ଼ିଶା ପଶ୍ଚିମ ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ପାତ୍ର ଓ ବିଷୟ ବିଶେଷଜ୍ଞ ଭାବେ ଡ. ଅଶ୍ବିନୀ କୁମାର ରାୟ ଆଲୋଚ୍ୟ ପ୍ରସଙ୍ଗ ଭାରତୀୟ ସଂସ୍କୃତିରେ ବାବଦୂକ ଅମୃତ ଆଲୋକର କବି ଗଙ୍ଗାଧର,ଡ. ପ୍ରଭାତ କୁମାର ମଲ୍ଲିକ ଓଡ଼ିଶାର ଉପେକ୍ଷିତ ନାୟକ, ୨୬ ତାରିଖ ଦିନ ପ୍ରାଧ୍ୟାପକ ରଶ୍ମି ରଞ୍ଜନ ରାଉତ ପ୍ରଭାବଶାଳୀ ସ୍କୁଲ ପ୍ରଶାସନ ପାଇଁ ଶିକ୍ଷକଙ୍କ ନେତୃତ୍ୱ କ୍ଷମତା, ଅଧ୍ୟାପକ ଡ. ନଗେନ କୁମାର ଦାସ ଓଡ଼ିଆ ଜାତୀୟତା ଓ ଭାଷା ଅସ୍ମିତା, ପ୍ରାଧ୍ୟାପକ ଡ. ଧୀରେନ କୁମାର ମହନ୍ତ ବିଦ୍ୟାଳୟ ଶିକ୍ଷାରେ କୃତ୍ରିମ ବୁଦ୍ଧିମତାର ପ୍ରୟୋଗ, ୨୮ ତାରିଖରେ ଡ. କିଶୋରୀ ଦାଶ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାରେ ଶିକ୍ଷୟିତ୍ରୀମାନଙ୍କ ଭୂମିକା, ଶିକ୍ଷାବିତ ବ୍ରଜେନ୍ଦ୍ର ଦାଶ କହିବା ଓ ଶୁଣିବା ପ୍ରକ୍ରିୟାରେ ଆଦର୍ଶ ସେତୁ ଶିଳ୍ପୀ: ଶିକ୍ଷକ, ଆର୍.ଏସ୍.ଏସ୍.ର ପ୍ରାନ୍ତ ଶାରିରୀକ ଶିକ୍ଷଣ ପ୍ରମୁଖ ହରେକୃଷ୍ଣ ମାଝୀ ପୁଣ୍ୟଭୂମି ଭାରତ, ୨୯ ତାରିଖରେ ପ୍ରଫେସର ଡ. ସମର ମୁଦାଲି ସାମ୍ପ୍ରତିକ ସନ୍ଧିକ୍ଷଣରେ ନେତୃତ୍ଵର ସ୍ବରୂପ, ନାଟ୍ୟକାର ଭାସ୍କର ଚନ୍ଦ୍ର ମହାପାତ୍ର ନାଟକୀୟତା ଓ ସଂସ୍କୃତିବଦ୍ଧତା ଶିକ୍ଷକତାର ମାନଦଣ୍ଡ, ପ୍ରାଧ୍ୟାପକ ରଞ୍ଜିତ ପ୍ରଧାନ ସାମ୍ପ୍ରତିକ ପରିସ୍ଥିତିରେ ନୈତିକ ଶିକ୍ଷାର ଉପାଦେୟତା, ୩୦ ତାରିଖରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଶଙ୍କର ପ୍ରସାଦ ତ୍ରିପାଠୀ ଶିକ୍ଷା: ଶିକ୍ଷକ ଓ ନୈତିକତା, ଡ. ରବୀନ୍ଦ୍ର କୁମାର ଜେନା ଡାଇଭରସିଟି, ଇକ୍ୟୁଟି ଆଣ୍ଡ ଇନକ୍ଲୁଜନ୍ , ଷ୍ଟେଟ୍ ବ୍ୟାଙ୍କର ସହ ମହାପ୍ରବନ୍ଧକ ରଶ୍ମି ରଞ୍ଜନ ନାୟକ ସାଇବର ନିରାପତ୍ତା, ମଇ ୧ ତାରିଖରେ ଶିକ୍ଷାବିତ୍ ଶର୍ମିଷ୍ଠା କବି ଶତପଥି ପାଠ୍ୟ ପୁସ୍ତକ ବହିର୍ଭୂତ ଶିକ୍ଷା ଆଜିର ଆବଶ୍ୟକତା, ପ୍ରାଧ୍ୟାପକ ସୁରେଶ ଚନ୍ଦ୍ର ଭୋଇ ଓଡ଼ିଆ ଓ ସଂସ୍କୃତ ବ୍ୟାକରଣ: ଏକ ତୁଳନାତ୍ମକ ରୂପ, ବିଶିଷ୍ଟ କବି ରାଜୀବ ପାଣି ବିଶ୍ବସନୀୟତା ଓ ଆମ ସମ୍ପର୍କ, ୨ ତାରିଖରେ ସୁରେଶ କୁମାର ମହାନ୍ତି ସରଳ ସଂସ୍କୃତ ଭାଷା ଶିକ୍ଷଣ, ଅଧ୍ୟାପକ ଡ. ଆଭାସ କୁମାର ହୋତା ବିକଶିତ ଭାରତ ଓ ଜଳ ସଙ୍କଟ, ଅଧ୍ୟାପକ ଅଜୟ କୁମାର ବେହେରା ବିଜ୍ଞାନ ଓ ଗଣିତର ସହଜ ଶିକ୍ଷା ଏବଂ ଶେଷରେ ଉଦଯାପନୀ ଦିବସରେ ମ୍ଯୁନିସିପାଲ କଲେଜ ଅଧ୍ୟକ୍ଷ ଡ. ସନାତନ ପ୍ରଧାନ ଜୀବ ବିଜ୍ଞାନକୁ ଭାରତର ଦାନ, ଅଧ୍ୟାପକ ଡ. ସୁରେନ୍ଦ୍ର କୁମାର ବେହେରା ବିକଶିତ ଓଡ଼ିଶା ନିର୍ମାଣରେ ସାହିତ୍ୟର ଭୂମିକା, ବିପିୟୁଟି ପ୍ରଫେସର ଡ. ଶିବ କୁମାର ମିଶ୍ର ବିକଶିତ ଭାରତ ଏବଂ ବିକଶିତ ଓଡ଼ିଶା ନିର୍ମାଣରେ ପ୍ରଯୁକ୍ତି ବିଦ୍ୟାର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଗୁରୁମା ଲଳିତା ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ଶ୍ରୀ ପଣ୍ଡା, ଉପ-ସଭାପତି ଡଃ ମାନସ କୁମାର ବେହେରା ଓ ପ୍ରଧାନଚାର୍ଯ୍ୟ ଶ୍ରୀ ଶତପଥୀ ପ୍ରମୁଖ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଉପାଦେୟତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଶେଷରେ ସୁମିତ୍ରା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂକୁଳ ପ୍ରମୁଖ ଗୋଦାବରୀଶ ଶତପଥୀ, ପରିଚାଳନା ସମିତିର ସହ-ସମ୍ପାଦକ ଦୀନବନ୍ଧୁ ରଥ, ସଦସ୍ଯା ଦିଲ୍ଲେଶ୍ବରୀ ମହନ୍ତ ଉପସ୍ଥିତ ଥିଲେ। ଷାଠିଏରୁ ଊର୍ଦ୍ଧ୍ବ ଆଚାର୍ଯ୍ୟ-ଆଚାର୍ଯ୍ଯା ଦକ୍ଷତା ବିକାଶ କର୍ମଶାଳାରେ ଭାଗନେଇ ନିଜର ବୌଦ୍ଧିକ ସ୍ତରକୁ ଊର୍ଦ୍ଧ୍ଵାୟିତ କରିପାରିଛନ୍ତି ବୋଲି ଖୁସି ବ୍ଯକ୍ତ କରିଥିଲେ। ଏହି ଅବସରରେ ଚଳିତ ବର୍ଷର ବୃତ୍ତି , ମେଧା, ଭାରତୀ କୃଷ୍ଣ ତଥା ଦଶମ ବୋର୍ଡ ପରୀକ୍ଷାରେ ଶ୍ରେଷ୍ଠ କୃତିତ୍ୱ ହାସଲ କରିଥିବା ଛାତ୍ର-ଛାତ୍ରୀଙ୍କୁ ମାତା-ପିତାଙ୍କ ଉପସ୍ଥିତିରେ ବିଦ୍ୟାମନ୍ଦିର ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ତେନ୍ତୁଳିଖୁଣ୍ଟି ନିକଟରେ ବେଆଇନ କାଠ ପରିବହନ ଗାଡ଼ି ଜବତ

Sunil Chandra Nayak

କେବଳ ଶୌଚାଳୟ ନିର୍ମାଣ କରି ୧୦ ଲକ୍ଷ ହଡପ ଖବର ପ୍ରକାଶ ସମ୍ପୁର୍ଣ୍ଣ ମିଥ୍ୟା – ଚେୟାରମେନ

Sunil Chandra Nayak

ବ୍ଲକ ସ୍ତରୀୟ ଲୋକକଳା ଦିବସ ୨୦୨୩ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!