ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ମହାବିଦ୍ୟାଳୟରେ ପ୍ରବାସୀ ଭାରତୀୟ ଦିବସର ଉଦଯାପନୀ ଉତ୍ସବ

ନବରଙ୍ଗପୁର ମହାବିଦ୍ୟାଳୟରେ ପ୍ରବାସୀ ଭାରତୀୟ ଦିବସର ଉଦଯାପନୀ ଉତ୍ସବ

ନବରଙ୍ଗପୁର:(୧୦|୧)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ମହାବିଦ୍ୟାଳୟରେ ୧୮ତମ ପ୍ରବାସୀ ଭାରତୀୟ ଦିବସର ଉଦଯାପନୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉଦଯାପନୀ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡି. ଗୋବିନ୍ଦା ରାଓ ଯୋଗ ଦେଇଥିବା ଅତିଥିମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ପ୍ରଥମେ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ । ଭାରପ୍ରାପ୍ତ ଅଧ୍ୟକ୍ଷା ତଥା ଇତିହାସ ବିଭାଗର ବରିଷ୍ଠ ପ୍ରାଧ୍ୟାପିକା ଶ୍ରୀମତୀ ସଙ୍ଗୀତା ତ୍ରିପାଠୀ ସ୍ବାଗତ ଅଭିଭାଷଣ ପ୍ରଦାନ ପୂର୍ବକ ପ୍ରବାସୀ ଭାରତୀୟ ଦିବସ ପାଳନର ମହତ୍ତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ରାଜନୀତି ବିଜ୍ଞାନର ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ସାହିତ୍ୟିକ ଓ ସୁସଂଗଠକ ଡକ୍ଟର ବିଜୟ କୁମାର ମିଶ୍ର ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ପ୍ରବାସୀ ଭାରତୀୟ ଦିବସ ପାଳନର ଐତିହାସିକ ପୃଷ୍ଠଭୂମି,ନିଜର ସଂସ୍କୃତି, ପରମ୍ପରା ଓ ପର୍ଯ୍ୟଟନ ଉପରେ ଗୁରୁତ୍ଵ ଦେଇ ବିଦେଶ ଗସ୍ତ ସମୟରେ ପ୍ରବାସୀମାନଙ୍କ ସହିତ ନିଜର ଅନୁଭୂତିକୁ ଆଲୋକପାତ କରିଥିଲେ । ସେହିପରି ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ,ନବରଙ୍ଗପୁର ତଥା ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ମହେଶ୍ୱର ଚନ୍ଦ୍ର ନାୟକ ଯୋଗ ଦେଇ ସମାଜରେ ଗୁରୁମାନଙ୍କ ଗୁରୁତ୍ଵ, ମାତୃଭୂମି ଓ ମାତୃଭାଷାର ମହତ୍ତ୍ଵ ଉପରେ ଆଲୋଚନା କରି ବସୁଧୈବ କୁଟୁମ୍ବକମ୍ ଉପରେ ଗୁରୁତ୍ଵ ଦେଇ ପ୍ରବାସୀ ଭାରତୀୟ ଦିବସ ପାଳନ ଅବସରରେ ଛାତ୍ର ଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ମଞ୍ଚାସୀନ ଅତିଥିମାନଙ୍କ ମଧ୍ୟରେ ଅର୍ଥନୀତି ବିଭାଗର ବିଭାଗ ମୁଖ୍ୟ ଅଧ୍ୟାପକ ଶ୍ରୀ ଦିଲ୍ଲୀପ କୁମାର ହୋତା ଏବଂ ଓଡ଼ିଆ ବିଭାଗର ବିଭାଗ ମୁଖ୍ୟ ଅଧ୍ୟାପିକା ଡକ୍ଟର ନନ୍ଦିତା ମିଶ୍ର ପ୍ରମୁଖ ଓଡ଼ିଶାରେ ଆୟୋଜିତ ହେଉଥିବା ୧୮ ତମ ପ୍ରବାସୀ ଭାରତୀୟ ଦିବସ ପାଳନ ଅବସରରେ ନିଜର ମତାମତ ଉପସ୍ଥାପନ କରିଥିଲେ । ପ୍ରବାସୀ ଭାରତୀୟ ଦିବସ ପାଳନର କାର୍ଯ୍ୟକ୍ରମ ନୋଡାଲ ଅଧିକାରୀ ତଥା କ୍ରୀଡ଼ା ଉପସଭାପତି ଡକ୍ଟର ଜାହାଙ୍ଗୀର ମହମ୍ମଦ ମହାବିଦ୍ୟାଳୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାରେ ବିଜୟୀ ହୋଇଥିବା ଛାତ୍ର ଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ମାନପତ୍ର ଟ୍ରଫି ପ୍ରଦାନ କରିବାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦର୍ଶନ ଶାସ୍ତ୍ର ବିଭାଗ ମୁଖ୍ୟ ଶ୍ରୀ ସମ୍ଭୁ ପ୍ରାସାଦ ହୋତା ସଂପୂର୍ଣ୍ଣ ମଞ୍ଚ ପରିଚାଳନା କରି ପ୍ରବାସୀ ଭାରତୀୟ ଦିବସ ପାଳନର ମୂଳ ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଶୋକ ପାତ୍ର ସ୍ବାଗତ ସଙ୍ଗୀତ ଗାନ କରିଥିବା ବେଳେ ଉପସ୍ଥିତ ଥିବା ସମସ୍ତ ଅତିଥି, ଅଧ୍ୟାପକ-ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନଙ୍କୁ ରାଜନୀତି ବିଜ୍ଞାନର ବିଭାଗ ମୁଖ୍ୟ ଅଧ୍ୟାପିକା ଶ୍ରୀମତୀ ନିର୍ମଳା ହିକାକା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍ 

 

Related posts

ଠାକୁରାଣୀ ଯାତ୍ରା, ଘଟ ରୂପରେ ଦର୍ଶନ ଦେଲେ ମା ଠାକୁରାଣୀ

masiha

ମେଡ଼ିକାଲରେ ରୋଗୀ ଓ ପ୍ରସୂତି ମହିଳାମାନଙ୍କୁ ଫଳ ବାଣ୍ଟିଲେ ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ

Sunil Chandra Nayak

ମର୍ମନୁଦ ସଡ଼କ ଦୁର୍ଘଟଣା, ଚାରି ମୃତ

masiha

Leave a Comment

error: Content is protected !!