ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଛୁଆ ବର୍ଗ ସର୍ଭେ କାର୍ଯ୍ୟ ବୁଲି ଦେଖିଲେ ରାଜ୍ୟ ପର୍ଯ୍ୟବେକ୍ଷକ

 ରାୟଗଡ଼ା ତା:୧୭.୫.୨୦୨୩ // ରାୟଗଡ଼ା ଜିଲ୍ଲାରେ ପଛୁଆ ବର୍ଗର ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସର୍ଭେର ଅଗ୍ରଗତି ତଦାରଖ ନିମନ୍ତେ ଉଚ୍ଚ ଶିକ୍ଷା ବିଭାଗର ସ୍ବତନ୍ତ୍ର ସଚିବ ତଥା ରାୟଗଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବିରେନ୍ଦ୍ର କରକରା ବୁଧବାର ରାୟଗଡ଼ା ଜିଲ୍ଲାରେ ଆସି ପହଂଚିଛନ୍ତି । ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା ଓ ଅନ୍ୟ କର୍ମକର୍ତ୍ତାଙ୍କ ସହ ସର୍ଭର ଅଗ୍ରଗତି ବିଷୟରେ ଆଲୋଚନା କରିଥିଲେ। ପରେ ସକାଳେ ରାୟଗଡ଼ା ବ୍ଲକର ହାଲୁଆ, ଗୁମା ଓ କୁମ୍ଭିକୋଟା ଗ୍ରାମ ପଞ୍ଚାୟତ ଓ ପରେ କାଶିପୁର ବ୍ଲକର ତୋୟାପୁଟ, ଦୁଡୁକାବାହାଲ, ରେଙ୍ଗା ଗୋରଖପୁର ଓ କାଶିପୁର ସର୍ଭେ କେନ୍ଦ୍ର ଗୁଡିକ ବୁଲି ସର୍ଭେ କାର୍ଯ୍ୟ ତଦାରଖ କରିଥିଲେ । ଫର୍ମପୂରଣ,ବ୍ୟବହୃତ ବିଭିନ୍ନ କୋଡର ସଠିକତା ଆଦି ପର୍ଯ୍ୟବେକ୍ଷଣ ସହ ଅଦ୍ୟାବଧି ପଞ୍ଜିକରଣ ହୋଇନଥିବା ପରିବାରଗୁଡିକ ବିଷୟରେ ତଥ୍ୟ ପଚାରି ବୁଝିଥିଲେ । ଜିଲ୍ଲାରେ ଅଦ୍ୟାବଧି ୩୫୬୩୬ ପରିବାରର ୧୧୯୦୦୦ ରୁ ଉର୍ଦ୍ଧ ସଦସ୍ୟ ପଞ୍ଜିକରଣ କରିସାରିଥିବା ବେଳେ ଆସନ୍ତା ମେ ୨୦ ତାରିଖ ସୁଦ୍ଧା ଏହାର ସଂଖ୍ୟା ପୁଣି ବଢିବାର ଆଶା କରାଯାଉଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା ପ୍ରକାଶ କରିଛନ୍ତି । କ୍ଷେତ୍ର ପରିଦର୍ଶନ ସମୟରେ ରାୟଗଡ଼ା ବ୍ଲକ୍ ନୋଡାଲ ଅଧିକାରୀ ତଥା ରାୟଗଡ଼ା ବି ଡି ଓ ଲକ୍ଷ୍ମନାରାୟଣ ସାବତ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ସୂପରଭାଇଜର ନିଳାଞ୍ଚଳ ମିଶ୍ର, କାଶିପୁର ବ୍ଲକ ଯୋଗାଣ ଅଧିକାରୀ ସତ୍ୟନାରାୟଣ ଭୋଇ, ପେଶା ସଂଯୋଜକ ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ମେ ୨୧ ଠାରୁ ୨୭ ତାରିଖ ମଧ୍ୟରେ ସ୍ଵତନ୍ତ୍ର ଅଭିଯାନ ମାଧ୍ୟମରେ ସମସ୍ତ ପଛୁଆ ବର୍ଗର ଲୋକଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରିବା ସହ ସେମାନଙ୍କ ପଞ୍ଜିକରଣ ନିମନ୍ତେ ବ୍ୟାପକ ଜନ ସଚେତନତା ସୃଷ୍ଟି ନିମନ୍ତେ ରାଜ୍ୟ ପର୍ଯ୍ୟବେକ୍ଷକ ଶ୍ରୀ ବିରେନ୍ଦ୍ର କରକରା ଗଣ ମାଧ୍ୟମରେ ସହଯୋଗ କାମନା କରିଛନ୍ତି ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

୧୨ ବର୍ଷ ପରେ ନିର୍ଦ୍ଦୋଷ ସାବ୍ୟସ୍ତ ହେଲେ ଅତିରିକ୍ତ ଡାକ ସେବକ

masiha

ଯୁବ ରେଡକ୍ରସ ଶିବିର ଉଦଯାପିତ

Sunil Chandra Nayak

ରାଇରଙ୍ଗପୁର ଉପଖଣ୍ଡରେ ବାତଜ୍ଵର ନିରାକରଣ ନେଇ ସଚେତନତା ରଥ ଉଦଘାଟିତ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort