ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଛୁଆ ବର୍ଗ ସର୍ଭେ କାର୍ଯ୍ୟ ବୁଲି ଦେଖିଲେ ରାଜ୍ୟ ପର୍ଯ୍ୟବେକ୍ଷକ

 ରାୟଗଡ଼ା ତା:୧୭.୫.୨୦୨୩ // ରାୟଗଡ଼ା ଜିଲ୍ଲାରେ ପଛୁଆ ବର୍ଗର ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସର୍ଭେର ଅଗ୍ରଗତି ତଦାରଖ ନିମନ୍ତେ ଉଚ୍ଚ ଶିକ୍ଷା ବିଭାଗର ସ୍ବତନ୍ତ୍ର ସଚିବ ତଥା ରାୟଗଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବିରେନ୍ଦ୍ର କରକରା ବୁଧବାର ରାୟଗଡ଼ା ଜିଲ୍ଲାରେ ଆସି ପହଂଚିଛନ୍ତି । ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା ଓ ଅନ୍ୟ କର୍ମକର୍ତ୍ତାଙ୍କ ସହ ସର୍ଭର ଅଗ୍ରଗତି ବିଷୟରେ ଆଲୋଚନା କରିଥିଲେ। ପରେ ସକାଳେ ରାୟଗଡ଼ା ବ୍ଲକର ହାଲୁଆ, ଗୁମା ଓ କୁମ୍ଭିକୋଟା ଗ୍ରାମ ପଞ୍ଚାୟତ ଓ ପରେ କାଶିପୁର ବ୍ଲକର ତୋୟାପୁଟ, ଦୁଡୁକାବାହାଲ, ରେଙ୍ଗା ଗୋରଖପୁର ଓ କାଶିପୁର ସର୍ଭେ କେନ୍ଦ୍ର ଗୁଡିକ ବୁଲି ସର୍ଭେ କାର୍ଯ୍ୟ ତଦାରଖ କରିଥିଲେ । ଫର୍ମପୂରଣ,ବ୍ୟବହୃତ ବିଭିନ୍ନ କୋଡର ସଠିକତା ଆଦି ପର୍ଯ୍ୟବେକ୍ଷଣ ସହ ଅଦ୍ୟାବଧି ପଞ୍ଜିକରଣ ହୋଇନଥିବା ପରିବାରଗୁଡିକ ବିଷୟରେ ତଥ୍ୟ ପଚାରି ବୁଝିଥିଲେ । ଜିଲ୍ଲାରେ ଅଦ୍ୟାବଧି ୩୫୬୩୬ ପରିବାରର ୧୧୯୦୦୦ ରୁ ଉର୍ଦ୍ଧ ସଦସ୍ୟ ପଞ୍ଜିକରଣ କରିସାରିଥିବା ବେଳେ ଆସନ୍ତା ମେ ୨୦ ତାରିଖ ସୁଦ୍ଧା ଏହାର ସଂଖ୍ୟା ପୁଣି ବଢିବାର ଆଶା କରାଯାଉଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା ପ୍ରକାଶ କରିଛନ୍ତି । କ୍ଷେତ୍ର ପରିଦର୍ଶନ ସମୟରେ ରାୟଗଡ଼ା ବ୍ଲକ୍ ନୋଡାଲ ଅଧିକାରୀ ତଥା ରାୟଗଡ଼ା ବି ଡି ଓ ଲକ୍ଷ୍ମନାରାୟଣ ସାବତ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ସୂପରଭାଇଜର ନିଳାଞ୍ଚଳ ମିଶ୍ର, କାଶିପୁର ବ୍ଲକ ଯୋଗାଣ ଅଧିକାରୀ ସତ୍ୟନାରାୟଣ ଭୋଇ, ପେଶା ସଂଯୋଜକ ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ମେ ୨୧ ଠାରୁ ୨୭ ତାରିଖ ମଧ୍ୟରେ ସ୍ଵତନ୍ତ୍ର ଅଭିଯାନ ମାଧ୍ୟମରେ ସମସ୍ତ ପଛୁଆ ବର୍ଗର ଲୋକଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରିବା ସହ ସେମାନଙ୍କ ପଞ୍ଜିକରଣ ନିମନ୍ତେ ବ୍ୟାପକ ଜନ ସଚେତନତା ସୃଷ୍ଟି ନିମନ୍ତେ ରାଜ୍ୟ ପର୍ଯ୍ୟବେକ୍ଷକ ଶ୍ରୀ ବିରେନ୍ଦ୍ର କରକରା ଗଣ ମାଧ୍ୟମରେ ସହଯୋଗ କାମନା କରିଛନ୍ତି ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜବରଦଖଲରେ ଥିବା ସରକାରୀ ସମ୍ପତ୍ତି ଉଦ୍ଧାର କେବେ ? ମୋହନ ସରକାରଙ୍କ ନିର୍ଦ୍ଦେଶ ଖଇରାରେ କାର୍ଯ୍ୟକାରୀ ହେବ ତ ?

masiha

ଭାରତ ରତ୍ନ ଡ ଆମ୍ବେଦକରଙ୍କର ସମ୍ବିଧାନ ପ୍ରତି ଅବଦାନ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ

masiha

ରାଉରକେଲା ଓକିଲ ସଂଘର ନବ ନିର୍ବାଚିତ କର୍ମକର୍ତ୍ତା ଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!