ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଇଏସ ପରୀକ୍ଷାରେ ରାଜସ୍ବ ନିରୀକ୍ଷକ ବିଜୟ ଲକ୍ଷ୍ମୀ ନାଗଙ୍କ ସଫଳତା 

ମ.ରାମପୁର,୧୭/୦୫(ମସୀହା ): ମ.ରାମପୁର ବ୍ଲକ ଅନ୍ତର୍ଗତ ଅଲାତରା ଗ୍ରାମର ବିଜୟ ଲକ୍ଷ୍ମୀ ନାଗ ଓଡ଼ିଶା ଶିକ୍ଷା ସେବା (ଓଇଏସ)ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ବାପା ପୂର୍ଣ୍ଣଚନ୍ଦ୍ର ନାଗ ମାତା ପୁଷ୍ପଲତା ନାଗଙ୍କ ଝିଅ ହେଉଛନ୍ତି ଲକ୍ଷ୍ମୀ। ସେ ବର୍ତ୍ତମାନ ମଦନପୁର ରାମପୁର ତହସିଲ ଅନ୍ତର୍ଗତ ମାଣିକେରା ଠାରେ ରାଜସ୍ବ ନିରୀକ୍ଷକ ଭାବରେ କାର୍ଯ୍ୟରତ ଅଛନ୍ତି। ତାଙ୍କରି ଓଇଏସ ପରୀକ୍ଷାରେ କୃତକାର୍ଯ୍ୟ ହେବାର ଖବର ପାଇବା ପରେ ମ,ରାମପୁର ତହସିଲଦାର ସମେତ ସମସ୍ତ ରେଭେନ୍ୟୁ ସୁପରଭାଇଜର ,ରେଭେନ୍ୟୁ ଇନ୍ସପେକ୍ଟର ଓ ସମସ୍ତ କର୍ମକର୍ତ୍ତା ଏବଂ ବିଦ୍ୟାଳୟ ଓ କଲେଜ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସାଙ୍ଗ ସାଥୀ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଜୟ ଲକ୍ଷ୍ମୀଙ୍କ ର ଏହି ସଫଳତା ପାଇଁ ମ,ରାମପୁର ଅଞ୍ଚଳରେ  ଖୁସିର ଲହରୀ ଖେଳିଯାଇଛି। ତାଙ୍କର ଏହି ସଫଳତା ପଛରେ ପିତାମାତା ଓ ଭାଇ ଭବାନୀ ନାଗ ଓ ଗୁରୁଜନଙ୍କୁ ଶ୍ରେୟ ଦେଇଛନ୍ତି ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ବାସନ୍ତୀ ପାଠାଗାରର ଗୁରୁଦିବସ ପାଳନ

masiha

Saradiya Bandhu Milan held of 42 Mouza Pratibha Bikash Pratisthan.

masiha

ରାଉରକେଲାରେ ସମ୍ବର୍ଦ୍ଧିତ ହେବେ ମୋ ଅନୁଷ୍ଠାନ ସମ୍ପାଦକ ଓ ଜ୍ଯୋତ୍ସ୍ନାରାଣୀ

masiha

Leave a Comment

error: Content is protected !!