ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ,୨୧୧ ଅଭିଯୋଗ ରୁ ୧୬୨ ଗୃହ ସମ୍ବନ୍ଧିତ

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ,୨୧୧ ଅଭିଯୋଗ ରୁ ୧୬୨ ଗୃହ ସମ୍ବନ୍ଧିତ

ତେନ୍ତୁଳିଖୁଣ୍ଟି ୧୩/୧୧/୨୩ //  ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଆଜି ତେନ୍ତୁଳିଖୁଣ୍ଟି ବ୍ଲକ ରେ ଅଭିଯୋଗ ଶୁଣାଣି ଶିବିର କରିଛନ୍ତି। ଅଭିଯୋଗ ଶୁଣାଣି ରେ ସମୁଦାୟ ୨୧୧ ଗୋଟି ଅଭିଯୋଗ ଆସିଥିଲା। ।ସେଥି ମଧ୍ୟରୁ ୧୯୩ ଗୋଟି ବ୍ୟକ୍ତିଗତ ୧୮ଟି ଗ୍ରୁପ ଓ ଗୋଟିଏ ସମାଧାନ କରା ଯାଇଥିଲା।।୧୯୩ ମଧ୍ୟରୁ ୧୮୬ ଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଗୃହ ଯୋଗାଇଦେବାକୁ ନିବେଦନ ଥିଲା। ଆଜି ଦଶ ଜଣ ଙ୍କୁ ମଧୁବାବୁ ପେନସନ 10 ଜଣଙ୍କୁ ବାଣୀ ଶ୍ରୀ ଯୋଜନା ରେ ସହାୟତା ତିନି ଜଣ ଙ୍କୁ ଟ୍ରାଇ ସାଇକଲ , ଜଣଙ୍କୁ ବସ ପାସ ,ଦଶ ଜଣ ଙ୍କୁ ଆଶା ବାଡ଼ି ପ୍ରଦାନ କରାଯାଇଛି। ଆଜିର କାର୍ଯ୍ୟକ୍ରମ ରେ ଏସପି ରୋହିତବର୍ମା ଜିଲ୍ଲା ମୁଖ୍ୟଉନ୍ନୟନ ଅଧିକାରୀ ଅନନ୍ୟା ଦାସ ,ସି ଡି ଏମ ଓ କାଳୀ ପ୍ରସାଦ ବେହେରା ,ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ ,ବିଡ଼ିଓ ମନୋଜ ପାଣିଗ୍ରାହୀ ,ତହସିଲଦାର ଅଶୋକ କୁମାର ମୁଦୁଲି , ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ସୁଧାଂଶୁ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ତେନ୍ତୁଳିଖୁଣ୍ଟି ବ୍ଲକ ରେ ବହୁ ଯୋଗ୍ୟ ହିତାଧିକାରୀ କୌଣସି ଯୋଜନାରେ ଘର ପାଇ ନଥିବା ସତ୍ତ୍ୱେ ସେମାନେ ବାରମ୍ବାର ପ୍ରଶାସନ ର ଦ୍ୱାରସ୍ଥ ହେଉଛନ୍ତି ପ୍ରତିଶୃତି ମିଳୁଛି ଆଗାମୀ ତାଲିକାରେ ପ୍ରାଥମିକତା ଭିତ୍ତିରେ ଦିଆଯିବ କିନ୍ତୁ ଫଳ ଶୁନ । ସେଥିପାଇଁ ଆଜି ଘର ପାଇଁ 162ଅଭିଯୋଗ ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଜନ ଆରୋଗ୍ୟ ସମିତି ବୈଠକ ଅନୁଷ୍ଠିତ

Sunil Chandra Nayak

ରୁପ୍ରାକୁ ନୂତନ ବ୍ଲକ୍ ଘୋଷଣା କରିବାକୁ ସରକାରୀ ସ୍ତରରେ ଦାବି ଜଣାଇବା ପାଇଁ ବୈଠକ  

Sunil Chandra Nayak

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା ଶିବିର

masiha

Leave a Comment

error: Content is protected !!