ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡା ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଯୁବ ଭୋଟର ସଚେତନତା ଓ ପଞ୍ଜୀକରଣ ଶିବିର

ରାୟଗଡା ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଯୁବ ଭୋଟର ସଚେତନତା ଓ ପଞ୍ଜୀକରଣ ଶିବିର

ରାୟଗଡା ତା 13.11.2023 //  ରାୟଗଡା ସ୍ଵୟଂ ଶାସିତ ମହାବିଦ୍ୟାଳୟ ପରିସରରେ ସୋମବାର ଦିନ ଯୁବ ଭୋଟର ସଚେତନତା ଓ ପଞ୍ଜୀକରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଉପ ଜିଲ୍ଲାପାଳ ତଥା ନିର୍ବାଚକ ପଞ୍ଜୀକରଣ ଅଧିକାରୀ କଲ୍ଯାଣୀ ସଂଘମିତ୍ରା ଦେବୀ ଯୋଗଦେଇ ଯୁବ ଭୋଟରଙ୍କ ପଞ୍ଜୀକରଣର ଆବଶ୍ୟକତା, ସାମ୍ବିଧାନିକ ବ୍ୟବସ୍ଥା ବିଷୟରେ ଆଲୋଚନା କରିଥିଲେ। ବିଡିଓ ଅମୂଲ୍ୟ କୁମାର ସାହୁ ସୁସ୍ଥ ଭୋଟର ତାଲିକା ପ୍ରସ୍ତୁତି ଓ ଯୋଗ୍ୟ ଭୋଟରଙ୍କ ବିଷୟରେ ସୂଚନା ଦେଇଥିଲେ। ସମ୍ବଳ ଶିକ୍ଷକ ନୀଳାଞ୍ଚଳ ମିଶ୍ର ମୋବାଇଲରେ ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା ଓ ଭୋଟର ହେଲ୍ପଲାଇନ ଆପ ମାଧ୍ୟମରେ ପଞ୍ଜୀକରଣ ପ୍ରକ୍ରିୟା ପ୍ରୋଜେକ୍ଟର ମାଧ୍ୟମରେ ଅଲୋଚନା କରିଥିଲେ। ଶିବିରରେ ଯୁବ ଓ ମହିଳା ଭୋଟର ନିଜ ମୋବାଇଲରେ ଭୋଟର ହେବା ପାଇଁ ପଞ୍ଜୀକରଣ କରିଥିଲେ । କଲେଜ ଅଧ୍ୟକ୍ଷା ଡାକ୍ତର ବବିଳତା ଶ୍ରଫ ପ୍ରାରମ୍ଭିକ ଭାଷଣରେ ଭୋଟର ପଞ୍ଜୀକରଣର ଆବଶ୍ୟକତା ସହ ଉପଜିଲ୍ଲାପାଳ ରାୟଗଡାଙ୍କ ଏତଦ୍ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ। ଭୋଟ ଦାନ କାହିଁକି ମୂଲ୍ୟବାନ ସନ୍ଦର୍ଭରେ ରାଜେଶ୍ୱରୀ ଭଟ୍ଟରାୟ, ସ୍ମୃତିପ୍ରିୟା ଖୁରା, ଅଞ୍ଜଲି କାଡ୍ରାକା, ରଚନା ନିଶାଲ, ଅଶୋକ ସିଂ, ନିଲୁ ପାତ୍ର, ସୁରେଶ ମାଣ୍ଡାଙ୍ଗୀ, ଟି ମଣିକଣ୍ଟା, ନିକିତା, ରାହୁଲ ଜେନା, ପ୍ରୀତି କୁମାରୀ ଚୌଧୁରୀ, କେ ଅକ୍ଷୟ ଓ ସାରଙ୍ଗଧର କାଡ୍ରାକା ଆଦି ନିଜ ଅଭିଭାଷଣ ରଖିଥିଲେ ଓ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା। ବାଣିଜ୍ୟ ଅଧ୍ୟାପକ ସୁବ୍ରତ କୁମାର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଇଂରାଜି ପ୍ରଧ୍ୟାପିକା ଡ: ସରସ୍ଵତୀ ରାୟ, କେମେଷ୍ଟ୍ରି ଅଧ୍ୟାପିକା ଭୁବନେଶ୍ୱରୀ ପାତ୍ର, ଏନ୍ ସି ସି ଅଧିକାରୀ ଅର୍ଚ୍ଚନା ପଟ୍ଟନାୟକ, ରାୟଗଡା ପୌରପାଳିକାର କର୍ମକର୍ତ୍ତା ଚନ୍ଦ୍ରଶେଖର ରଥ ଓ ଆର ନୀଳକଣ୍ଠ ପ୍ରମୁଖ ସହଯୋଗ କରିଥିଲେ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଚଇତି ଶୁଭାରମ୍ଭ ଓ କଲ୍ୟାଣସିଂହପୁରରେ ଚଇତି ପରବ ନିମନ୍ତେ ପ୍ରସ୍ତୁତି ବୈଠକ 

masiha

ପରିବେଶ ସଚେତନତା ଓ ଜଳବାୟୁ ପରିବର୍ତ୍ତନ କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଜନ ଶିକ୍ଷା ସଂସ୍ଥାନ କଳାହାଣ୍ଡି ପକ୍ଷରୁ ଭବାନୀପାଟଣାଠାରେ ଏକ ସଫଳ ସ୍ଲୋଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ବୋଲେରୋ ଧକ୍କାରେ ମୃତ୍ୟୁ ଘଟଣା କୁ ନେଇ ଚରାମୁଳା ଛକ ରେ ରାସ୍ତା ରୋକ :ଛଅ ଘଣ୍ଟା ପରେ ଦାବୀ ନେଇ ସମାଧାନ ପରେ ହଟିଲା 

masiha

Leave a Comment

error: Content is protected !!