ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷାବିତ୍ ଗଦାଧର ମିଶ୍ର ସ୍ମୃତି ସଂସଦ,ଢେଙ୍କାନାଳ ପକ୍ଷରୁ ବିଶ୍ୱକୁନ୍ତଳ ଶିଶୁଗୃହର ଅନ୍ତେବାସୀଙ୍କ ସହିତ ମହୁଲପଡାର ଜୁଆଙ୍ଗ ସାହିର ଲୋକମାନଙ୍କ ସହିତ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଓ ବରା ଦିବସ -୨୦୨୬ ପାଳନ

ଶିକ୍ଷାବିତ୍ ଗଦାଧର ମିଶ୍ର ସ୍ମୃତି ସଂସଦ,ଢେଙ୍କାନାଳ ପକ୍ଷରୁ ବିଶ୍ୱକୁନ୍ତଳ ଶିଶୁଗୃହର ଅନ୍ତେବାସୀଙ୍କ ସହିତ ମହୁଲପଡାର ଜୁଆଙ୍ଗ ସାହିର ଲୋକମାନଙ୍କ ସହିତ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଓ ବରା ଦିବସ -୨୦୨୬ ପାଳନ

ଢେଙ୍କାନାଳ : ତା.୦୭.୦୪.୨୦୨୬ ରିଖ :(ମ ନି ସ     )ବିଶ୍ୱ ବରା ଦିବସ ଧୂମଧାମ୍ ରେ ପାଳନ ହେଉଛି କିନ୍ତୁ ଅପହଞ୍ଚ ଲୋକମାନଙ୍କୁ ଆଉ ବିଭିନ୍ନ ଆଶ୍ରମରେ ରହୁଥିବା ପିଲାମାନଙ୍କୁ ଏଇ ବରା ଦିବସ ବା ବିଶ୍ୱସ୍ବାସ୍ଥ୍ୟ ଦିବସ ସମ୍ପର୍କରେ କଣ ବା ଜଣା ? ନିକଟରେ ଓଡ଼ିଶାର ମହାମହିମ ତତ୍କାଳୀନ ରାଜ୍ୟପାଳଙ୍କଠାରୁ ରାଜ୍ୟ ପୁରସ୍କାର ପ୍ରାପ୍ତ ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ହାଇସ୍କୁଲ,ଢେଙ୍କାନାଳର ହିନ୍ଦୀ ଶିକ୍ଷକ,ଶିଖରେଶ୍ୱର ମଧ୍ୟ ଇଂରାଜୀ ବିଦ୍ୟାଳୟ,କାଇମାଟିର ପ୍ରାକ୍ତନ ପ୍ରଧାନ ଶିକ୍ଷକ ସ୍ବର୍ଗତ ଗଦାଧର ମିଶ୍ରଙ୍କର କନିଷ୍ଠା କନ୍ୟା ଦଧୀଚି ସଂଗଠିକା ସୁଶ୍ରୀ ଶୈଳବାଳା ମିଶ୍ର ସେଇଥିପାଇଁ ଗତକାଲି ବିଶ୍ୱକୁନ୍ତଳ ଶିଶୁଗୃହର ଅନ୍ତେବାସୀଙ୍କ ସହିତ ମହୁଲପଡାର ଜୁଆଙ୍ଗ ସାହିର ଲୋକମାନଙ୍କ ସହିତ ଏକ ନିଆରା ଢ଼ଙ୍ଗରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଓ ବରା ଦିବସ -୨୦୨୬ ପାଳନ କରିଥିଲେ।ଏଥିରେ ସାମିଲ୍ ହୋଇଥିଲେ ସୁଶ୍ରୀ ସୁଷମା ପ୍ରଧାନ,ଡିଏସପି,ଢେଙ୍କାନାଳ, ଇନ୍ଦୁଲେଖା ମ୍ୟାଡ଼ାମ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ,ଢେଙ୍କାନାଳ ଓ ତାଙ୍କ ସହଯୋଗୀମାନଙ୍କ ସହିତ ସେଇ ଗାଁର ଶିକ୍ଷକ ଅରୁଣ କୁମାର ପ୍ରଧାନ, ତାଙ୍କ ସହଧର୍ମିଣୀ ଅନୁସୂୟା ପ୍ରଧାନ,ଜୁଆଙ୍ଗ ସମ୍ପ୍ରଦାୟର ସମିତି ସଭ୍ୟା ଅଞ୍ଜନା ବେହେରା ପ୍ରମୁଖ ଅତିଥି ଭାବରେ ଓ ଶିଶୁଗୃହର ସୁପରିଟେନ୍ ଡେଣ୍ଟ ଗାୟତ୍ରୀ ମହନ୍ତ,ବିଶ୍ୱକୁନ୍ତଳ ଶିଶୁଗୃହର ସମ୍ପାଦିକା ପୁଷ୍ପାଞ୍ଜଳି ଜେନା ସମସ୍ତ ପ୍ରକାର ସହଯୋଗ କରିଥିଲେ।ଶିଶୁଗୃହର ପିଲାମାନେ ନିଜେ ବରା ଓ ଆଳୁଦମ କରି ସମସ୍ତଙ୍କୁ ପରିବେଷଣ କରିଥିଲେ।ତେଣୁ ବରା ଦିବସ ଓ ବିଶ୍ୱ ସ୍ୱାସ୍ଥ୍ୟ ଦିବସଟି ସମସ୍ତଙ୍କ ପାଇଁ ବାସ୍ତବିକ୍ ଅତ୍ୟନ୍ତ ଆନନ୍ଦଦାୟକ ଥିଲ।

ଏହା ଏକ ଅତୁଳନୀୟ ଉଦ୍ୟମ ବୋଲି ସ୍ଵୀୟ ବାର୍ତ୍ତାରେ ମତପ୍ରକାଶ କରିଛନ୍ତି ତାଙ୍କର ସୁଛାତ୍ର ଶିକ୍ଷାବିତ୍ ଗଦାଧର ମିଶ୍ର ସ୍ମୃତି ସଂସଦ,ଢେଙ୍କାନାଳର ଯୁଗ୍ମ ଆବାହକ,ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ର ପ୍ରାକ୍ତନ ବରିଷ୍ଠ ଶିକ୍ଷକ,ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ୍ ଅଫିସର ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡା.ଦେବୀ ପ୍ରସାଦ ମିଶ୍ର।ସମସ୍ତେ ଏହିଭଳି ଅନୁକରଣୀୟ ଉଦ୍ୟମ କରିବା ଦରକାର ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।ସ୍ବର୍ଗତଃ ଗଦାଧର ମିଶ୍ର ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ରାଜ୍ୟ ପୁରସ୍କାର ପ୍ରାପ୍ତ ହିନ୍ଦୀ ଶିକ୍ଷକ ଥିଲେ ମଧ୍ୟ ସମସ୍ତ ବିଷୟ ଶିକ୍ଷାଦାନରେ ନିପୁଣ ଥିଲେ।ଅବସର ଗ୍ରହଣ ପରେ ଶିଖରେଶ୍ୱର ମଧ୍ୟ ଇଂରାଜୀ ବିଦ୍ୟାଳୟ,କାଇମାଟି, ଢେଙ୍କାନାଳର ପ୍ରଧାନ ଶିକ୍ଷକ ଭାବରେ ବହୁ ବର୍ଷ ଧରି ଗୁରୁ ଦାୟିତ୍ୱ ତୁଲାଇଥିଲେ।ତାଙ୍କରି ସ୍ମୃତିରେ ମୋ ସ୍କୁଲ ଅଭିଯାନରେ ତାଙ୍କର ଦଧିଚି ପୁରସ୍କାର ପ୍ରାପ୍ତ ସୁକନ୍ୟା ଶୈଳବାଳା ମିଶ୍ର ୫୦,୦୦୦(ପଚାଶ ହଜାର) ଟଙ୍କା ପ୍ରଦାନ କରିଛନ୍ତି,ତାର ଦୁଇଗୁଣ ଅର୍ଥରାଶି ଅର୍ଥାତ ୧୦୦,୦୦୦(ଏକଲକ୍ଷ)ଟଙ୍କା ଓଡ଼ିଶା ସରକାର ପ୍ରଦାନ କରିଛନ୍ତି।ଏହାଦ୍ୱାରା ୧,୫୦୦୦୦ (ଏକଲକ୍ଷ ପଚାଶ ହଜାର) ଟଙ୍କାର ଅର୍ଥରାଶିରେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ମୂଳକ କାର୍ଯ୍ୟ କରାଯାଉଛି।ତାଙ୍କ ନାମରେ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ହିନ୍ଦୀ ବିଷୟରେ ସର୍ବାଧିକଉ ନମ୍ବର ରଖିଥିବା ଛାତ୍ର ବା ଛାତ୍ରୀଙ୍କୁ ଏକ ରନିଂ କପ୍ ମଧ୍ୟ ପ୍ରଦାନ କରାଯାଉଛି।ଏହା ଅତି ଆନନ୍ଦର କଥା ଓ ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ବିଷୟ।ସୁଶ୍ରୀ ଶୈଳବାଳା ମିଶ୍ର,ସତ୍ୟବାଦୀ ବକୁଳବନର ପଞ୍ଚସଖାଙ୍କ ଛାତ୍ର ହେବାର ସୌଭାଗ୍ୟ ଲାଭ କରିଥିବା ପ୍ରସିଦ୍ଧ ଶିକ୍ଷକ ପିତା ଗଦାଧର ମିଶ୍ର ଓ ମାତା ରମାଦେବୀଙ୍କ କୋଳମଣ୍ଡନ କରି ୧୯୬୩ ମସିହାରେ ଢେଙ୍କାନାଳ ନୂଆ ଶାସନରେ ଭୂମିଷ୍ଠ ହୁଅନ୍ତି।ପିଲାବେଳୁ ପିତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜ ସେବାରେ ନିଜକୁ ଊତ୍ସର୍ଗ କରିଛନ୍ତି।ସୁଶ୍ରୀ ମିଶ୍ର ବୈବାହିକ ବନ୍ଧନରେ ବାନ୍ଧି ନହୋଇ ସାରା ଜୀବନ ଏହି ସେବା କାର୍ଯ୍ୟରେ ବ୍ରତୀ ରହିବା ପାଇଁ ପ୍ରତିଜ୍ଞାବଦ୍ଧ।କେବଳ ଏତିକି ନୁହେଁ ଏହା ସହିତ ସେ ଓଡିଶା ରାଜ୍ୟ ସରକାରଙ୍କ ଜଣେ ଆଦର୍ଶ ପଦାଧୂକାରୀ ରୂପେ କର୍ମ କ୍ଷେତ୍ରରେ ମଧ୍ୟ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।ତାଙ୍କର ବିଶେଷ ପରିଚୟ,ଓଡିଶାର ଅଙ୍ଗଦାନ ଆନ୍ଦୋଳନର ଜଣେ ଅନ୍ୟତମ ସାରଥୀ।ସେ ନିଜର ସମ୍ପୂର୍ଣ୍ଣ ଶରୀର ଦାନ କରିବା ପାଇଁ ପ୍ରତିଜ୍ଞା କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ପ୍ରବର୍ତ୍ତାଇ ଏହି ମହତ କାର୍ଯ୍ୟଟିକୁ ଆଗେଇ ନେଇ ଚାଲିଛନ୍ତି।ଏହା କହିଲେ ଅତ୍ୟୁକ୍ତି ହେବନାହିଁ ଯେ ଦଧୀଚିଙ୍କ ମହାନ୍ ଆଦର୍ଶରେ ଅନୁପ୍ରାଣିତ ତାଙ୍କର ତ୍ୟାଗପୂର୍ଣ୍ଣ ଜୀବନ ଓ ସେବା ମନୋଭାବ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ।ସନ୍ଥକବି ଭୀମଭୋଇଙ୍କ ଭାଷାରେ ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଊଦ୍ଧାର ହେଉ।ଏହି ଉକ୍ତିକୁ ସାର୍ଥକ କରି ସେ ସମାଜରେ ଅବହେଳିତ ମାନଙ୍କର ସେବା କରିଚାଲିଛନ୍ତି।ପରିଶେଷରେ ଏହି ମହାନ କାର୍ଯ୍ୟରେ ସହଯୋଗ ପାଇଁ ସ୍ବର୍ଗତ ଗଦାଧର ମିଶ୍ରଙ୍କର କନିଷ୍ଠା କନ୍ୟା ଦଧୀଚି ସଂଗଠିକା ସୁଶ୍ରୀ ଶୈଳବାଳା ମିଶ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡା.ଦେବୀ ପ୍ରସାଦ ମିଶ୍ର,ସୁଶ୍ରୀ ଶୈଳବାଳା ମିଶ୍ର, 
ଯୁଗ୍ମ ଆବାହକ,ଆବାହିକା, 
ଶିକ୍ଷାବିତ୍ ଗଦାଧର ମିଶ୍ର ସ୍ମୃତି ସଂସଦ,ଢେଙ୍କାନାଳ 

 

Related posts

କୋକସରା କୁ ଏନଏସସି ଘୋଷଣା ଦାବି ରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

Sunil Chandra Nayak

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ତରଫରୁ ନେଚରକ୍ୟାମ

Sunil Chandra Nayak

ଇସ୍କଫର 23 ତମ ରାଜ୍ଯସ୍ତରୀୟ ସମ୍ମିଳନୀ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!