ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିରିଂ ଥାନା ! ସର୍ପାଘାତରେ ଶିଶୁ ମୃତ

ତିରିଂ ଥାନା ! ସର୍ପାଘାତରେ ଶିଶୁ ମୃତ 

 ମୟୂରଭଞ୍ଜ – ୨୧/୦୫ —  ଗ୍ରୀଷ୍ମ ଋତୁ ।ପ୍ରବଳ ଗରମ ,ମୁଣ୍ଡ ଫଟା ଖରା, ପ୍ରବଳ ଧାଇଁ,ଢୋ ଢୋ ଖରା,ମାଟିରେ ତାତି ଲାଗିଛି ।ଜନ ,ଜୀବନ, ଜୀବଜନ୍ତୁ ଗରମରେ ଛଟପଟ ଓ ଅସ୍ତବ୍ୟସ୍ତ । ପ୍ରବଳ ଗୁଳୁଗୁଳି ଓ ଗରମ ଯୋଗୁଁ କେହି ଘରେ ରହି ପାରୁ ନାହାନ୍ତି ।ମାଟି ଗରମ ଯୋଗୁଁ ଜୀବଜନ୍ତୁ ବାହାରକୁ ପଳାଇ ଆସୁଛନ୍ତି ।

 ମୟୂରଭଞ୍ଜ ଜିଲ୍ଲାର ତିରିଂ ଥାନା ଅନ୍ତର୍ଗତ ଲୁପୁଙ୍ଗ ପଞ୍ଚାୟତ ର ହେସେଲଡିହି ଗ୍ରାମରେ ସାପ କାମୁଡାରେ ଏକ ୧୨ ବର୍ଷ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ହେସେଲଡିହି ଗ୍ରାମର ସାଲଖୁ ମୁର୍ମୁ ଏବଂ ତାଙ୍କ ସ୍ତ୍ରୀ ପେଟପାଟଣା ଓ ପରିବାର ଗୁଜୁରାଣ ମେଣ୍ଟାଇବା, ଛୁଆକୁ ମଣିଷ କରିବା ପାଇଁ ଭୁବନେଶ୍ଵରରେ କାମଧନ୍ଦା କରି ଘରର ଗୁଜୁରାଣ ମେଣ୍ଟ କରୁଛନ୍ତି ।ଘରେ ତାଙ୍କର ୧୨ ବର୍ଷର ଶିଶୁପୁତ୍ର ପ୍ରକାଶ ମୁର୍ମୁ ଏବଂ ଝିଅ ଅଛନ୍ତି । ମଙ୍ଗଳବାର ରାତିରେ ଭାଇ ଭଉଣୀ ଖାଇ ପିଇ ଶୋଇଥିଲେ । ଶୋଇବା ଅବସ୍ଥାରେ ଏକ ବିଷାକ୍ତ ସାପ ଶିଶୁପୁତ୍ର କୁ କାମୁଡି ଦେଇଥିଲା ।ଘର ସମ୍ପର୍କୀୟ ଲୋକେ ଜାଣି ରାଇରଙ୍ଗପୁର ଡାକ୍ତରଖାନା କୁ ଆଣିଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ ।ତିରିଂ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୧୧/୨୫ ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ଦୁନିଆଁ ଦେଖିବା ପୂର୍ବରୁ ଛୁଆଟିର ଦୁଖଦ ମୃତ୍ୟୁ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ସାମାନ୍ୟ ବର୍ଷାରେ ରାସ୍ତା ଉପରେ ଆଣ୍ଠୁଏ ପାଣି, ସୃଷ୍ଟି ହେଉଛି କୃତ୍ରିମ ବନ୍ୟା

masiha

ଏନଏସି କର୍ମଚାରୀ ଙ୍କ ଅକାଳ ବିୟୋଗ

Sunil Chandra Nayak

ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀ ଜଙ୍ଗଲ ସୁରକ୍ଷା ନିୟମ ପାଳନ ସମୟରେ ସ୍ଥାନୀୟ ଲୋକଙ୍କ ସହିତ ସମ୍ବେଦନଶୀଳ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

Sunil Chandra Nayak

Leave a Comment

error: Content is protected !!