ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲ୍ୟ ବିବାହ ନିରାକରଣ ନିମନ୍ତେ “ଶିଶୁ ପାଇଁ ଦିନଟିଏ ” ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

ବାଲ୍ୟ ବିବାହ ନିରାକରଣ ନିମନ୍ତେ “ଶିଶୁ ପାଇଁ ଦିନଟିଏ ” ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

ରାୟଗଡ/କୋଲନାରା:-ତା.୨୨/୦୫- ରାୟଗଡ ବ୍ଲକ ଓ କୋଲନାରା ବ୍ଲକ ସମିଳନୀ କକ୍ଷରେ ବାଲ୍ୟବିବାହ ନିବାରଣ ନିମନ୍ତେ ବ୍ଲକ ପ୍ରସଶାସନ ତରଫରୁ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି l ଅଳ୍ପ ବୟସରେ କିଶରୀ ବାଳିକା ମାନେ ଭଲପାଇ ମାତେତ୍ୱ ଲାଭ କରୁଛନ୍ତି ଓ କମ ବୟସରେ ବାହାଘର କରିଦେଉଥିବାର ଦେଖିବାକୁ ମିଳୁଥିବାରୁ ଏହାକୁ ରୋକିବା ପାଇଁ ବିଭିନ୍ନ ଗୋଷ୍ଠୀକୁ ସଚେତନତା କରାଯାଇଥିଲା l ସେଥିପାଇଁ ବ୍ଲକ ପ୍ରଶାସନ ର ଶିଶୁ ବିକାଶ ବିଭାଗ ଅନ୍ତର୍ଗତ ଶିଶୁ ସୁରକ୍ଷା ୟୁନିଟ ଅଭିନଵ ପଦକ୍ଷେପ ସଦୃଶ ସଚେତନତା କାର୍ଯ୍ୟକ୍ରମ ଆଜ ୨୨/୦୫/୨୫ତାରିଖରେ ରାୟଗଡ଼ ବ୍ଲକ, ପୌର ପରିଷଦ ଓ କୋଳାନାରା ବ୍ଲକରେ ଅନୁଷ୍ଠିତ ଗୋଇଥିଲା l

ଏହି କାର୍ଯ୍ୟକ୍ରମରେ ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ, ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟକ୍ଷା,ଛାତ୍ରୀନିବାସର ମେଟ୍ରୋନ, ସମସ୍ତ ପଂଚାୟତ ଅଧିକାରୀ, ଅଙ୍ଗନବାଡି କର୍ମୀ, ଆଶା ଓ ସ୍ୱାସ୍ଥ୍ୟ କର୍ମୀ,ଜାତି କୂଳ ସମାଜ କର୍ମକର୍ତ୍ତl,ଧାର୍ମିକ ସଂଘାଠନର କର୍ମର୍ତ୍ତା, ପଂଚାୟତରାଜ ସଦସ୍ୟ, ଟେଣ୍ଟ ହlଉସ ମାଲିକ ଆଦିକୁ ସଚେତନତା କରାଯାଇଥିଲା l

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜି କଲ୍ୟାଣ ଅଧିକାରୀ, ଶ୍ରମତୀ ମିନତି ଦେଓ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ବସନ୍ତ କୁମାର ପ୍ରଧାନ, ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ପ୍ରତିମା ରାଣୀ ଦାଶ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ କାଳୁଚରଣ ନାୟକ, ଶିଶୁ ବିକାଶ ଅଧିକାରୀ, ମିନାକ୍ଷୀ ଦାଶ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୁନୀଲ କୁମାର ମହାପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଆଇନ ପରାମର୍ଶ ଦାତ୍ତା ନିରାକାର ପାଢ଼ୀ, ଟାଉନ ଥାନାର ଉପ ନିରୀକ୍ଷକ ଆଦି ଯୋଗଦାନ କରି ବାଲ୍ୟବିବାହ ବିରୋଧ ସମ୍ପର୍କରେ ସଚେତନତା କରିଥିଲେ l ବରିଷ୍ଠ ଶିକ୍ଷକ ନୀଳାଚଳ ମିଶ୍ର ମଞ୍ଚ ପରିଚାଳନା କରିଥିଲେ l 

    ସେହିପରି କୋଲନରଲ ବ୍ଲକ କାର୍ଯ୍ୟକ୍ରମରେ ମଧ୍ୟ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ରୀନା ପ୍ରଧାନ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ଶିଶୁ ବିକାଶ ଅଧିକାରୀ ବିଜୟାଲକ୍ଷ୍ମୀ ନିଶାଙ୍କ ଓ ଅନ୍ୟାନ୍ୟ ସଂସlଧକ ମାନେ ଯୋଗଦାନ କରି ସଚେତନତା କରିଥିଲେ l 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିଶ୍ବ ପରିବେଶ ଦିବସର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଟିପିଏନଓ ଡିଏଲ ତରଫରୁ ବୃକ୍ଷରୋପଣ

ନୂତନ ବିଚାରପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ପ୍ରଶାସିକ ଅଧିକାରୀମାନେ ଜନତାର ସେବକ ରୂପେ କାର୍ଯ୍ୟ ନ କଲେ ପରିଣତି ଶୁଭଙ୍କର ହୋଇ ନ ପାରେ – ପ୍ରମୋଦ ମିଶ୍ର

Sunil Chandra Nayak

Leave a Comment

error: Content is protected !!