ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମେଦନା ରେ ସତ୍ୟ ସନାତନ ମହିମା ଧର୍ମ ର ବାନା ମନ୍ଦିର ପ୍ରତିଷ୍ଠା ଓ ବିଶ୍ଵ ଶାନ୍ତି ବ୍ରହ୍ମ ଯଜ୍ଞ ଅନୁଷ୍ଠିତ 

ମେଦନା ରେ ସତ୍ୟ ସନାତନ ମହିମା ଧର୍ମ ର ବାନା ମନ୍ଦିର ପ୍ରତିଷ୍ଠା ଓ ବିଶ୍ଵ ଶାନ୍ତି ବ୍ରହ୍ମ ଯଜ୍ଞ ଅନୁଷ୍ଠିତ 

 ଡାଵୁଗାଁ, ୨୨/୫ (ମ.ନି.ସ.) ନବରଙ୍ଗପୁର ଜିଲା ଡାଵୁଗାଁ ବ୍ଲକ ଅଧୀନ ମେଦନା ଗ୍ରାମରେ ମହିମା ଧର୍ମର ନୂତନ ବାନା ମନ୍ଦିର ପ୍ରତିଷ୍ଠା ପାଇଁ ଗୁରୁବାର ଅନୁଷ୍ଠିତ ହୋଇଛି | ଵିଶ୍ଵ ଶାନ୍ତି ମୈତ୍ରୀ ପାଇଁ ବୈଦିକ ସତ୍ୟ ସନାତନ ମହିମା ଧର୍ମ ଦୀକ୍ଷିତ ଭକ୍ତଙ୍କ ସମାଗମରେ ବକ୍କଳଧାରୀ ବ୍ରହ୍ମଅବଧୂତ ଅନାଦିବାବା , ଡମ୍ବରୁ ବାବା, ରାମଚ଼ନ୍ଦ୍ର ବାବା ସଭାପତିତ୍ଵରେ ଏହି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ କରାଯାଇଛି | ସକାଳ ୧୦ଘଣ୍ଟା ସମୟରେ ପବିତ୍ର ନଦୀ କୂଳରୁ ଜଳ ସଂଗ୍ରହ ସହ ମନ୍ଦିର ପିଠରେ ଶୁଭ ଅନୁକୂଳ କଳସ ସ୍ଥାପନ କରାଯାଇଥିଲା । ଆଜି ସଂନ୍ଧ୍ୟାରୁ ଅହରାତ୍ର ବ୍ୟାପି ମହିମା ଧର୍ମ ର ନାମ ଧ୍ୱନିରେ ଘିଅ ସମର୍ପଣ ସହ ଯଜ୍ଞ କାର୍ଯ୍ୟ ସମ୍ପାଦନ ହେବ । ବୈଦିକ ସତ୍ୟ ସନାତନ ମହିମା ଧର୍ମର ବାନା ମନ୍ଦିର ପ୍ରତିଷ୍ଠା ଓ ବିଶ୍ୱଶାନ୍ତି ମହାଯଜ୍ଞ ରେ ଧାର୍ମିକ ଭାବନାର ସତ ପଥ ର ମଣିଷ ହେବାକୁ ମତ ଦେଇଥିଲେ । ପୂର୍ବତନ ବ୍ଲକ ଚେୟାରମ୍ୟାନ ବଂଶିଧର ମାଝୀ, ହିରଣ୍ୟ ମାଝୀ ଓ ମେଦନାର ଗ୍ରାମବାସୀ ଓ ଭକ୍ତ ମାନଙ୍କ ପ୍ରୟାସରେ ବିଶ୍ୱଶାନ୍ତି ପାଇଁ ବୈଦିକ ସତ୍ୟସନାତନ ମହିମା ଧର୍ମର ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସମାପନ ହେବ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପରମ୍ପରା ଓ ଧର୍ମବିଶ୍ଵାସ…  ମା ଭଣ୍ଡାର ଘରଣୀଙ୍କ ଚୈତ୍ର ଯାତ୍ରା ଶେଷ….

masiha

ରାଇରଙ୍ଗପୁର ପ୍ରସିଦ୍ଧ ୩୩ ତମ ରଥଯାତ୍ରା ପାଇଁ ଜଗନ୍ନାଥ ମନ୍ଦିରରେ ରଥକାଠ ଅନୁକୂଳ

Sunil Chandra Nayak

ଶ୍ରାବଣରେ ଶିବ ପୁରାଣ….  ଧର୍ମଗଡ଼ ଶ୍ୟାମ ପରିବାର ଦ୍ବାରା ଶିବ ପୁରାଣ କଥା ସାମୂହିକ ରୁଦ୍ରାଭିଷେକ

Sunil Chandra Nayak

Leave a Comment

error: Content is protected !!