ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମା ଭୈରବୀ ଙ୍କ ୧୨ ତମ ମହା ଯଂଜ୍ଞ ଅନୁଷ୍ଠିତ

କାମାକ୍ଷାନଗର(ମ ନି ସ )11/1/23// ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାଇସିଙ୍ଗା ପଂଚାୟତ ର ମାଳପୁରା ଗ୍ରାମ ଠାରେ ମା ଭୈରବୀ ଙ୍କ ୧୨ ତମ ମହା ଯଂଜ୍ଞ ଅନୁଷ୍ଠିତ ହୋଇ ଯାଇଛି l ବିଗତ ଦୁଇ ବର୍ଷ କୋରନା କଟକଣା ଲାଗିଥିବାରୁ ମା ଙ୍କ ଯଂଜ୍ଞ ରେ ବ୍ୟଘାତ ସୃଷ୍ଟି ହୋଇ ଥିଲା, କିନ୍ତୁ ମା ଙ୍କ ଆଶୀର୍ବାଦ ରୁ ଏ ବର୍ଷ ଯଂଜ୍ଞ ସୁଚାରୁ ରୂପେ ପାଳିତ ହୋଇଯାଇଛି l ଯଜ୍ଞ ତିନି ଦିନ ଧରି ପାଳିତ ହୋଇ ଥିବା ବେଳେ ଶତାଧିକ ଭକ୍ତ, ଶ୍ରଦ୍ଧାଳୁ ଉପସ୍ଥିତ ରହି ମା ଙ୍କୁ ପୂଜାର୍ଚନା କରିଥିଲେ l ପ୍ରଥମେ କଳସ ଯାତ୍ରା ଅନୁଷ୍ଠିତ ହୋଇ ଥିଲା l ବ୍ରତଧାରୀ ମାନେ କଳସ ଯାତ୍ରା ରେ ଯୋଗ ଦେଇ ନିଷ୍ଠା ର ସହିତ ବ୍ରତ ପାଳନ କରିଥିଲେ l ମା ଙ୍କ ର ମହିମା ଉପରେ ସମସ୍ତ ଙ୍କ ଉପରେ ବିଶ୍ୱାସ କରି ପୂଜା ରେ ଯୋଗ ଦେଇଥିଲେ ଓ ଆଜି ମହା ଯଜ୍ଞ ର ଅନ୍ତିମ ଦିନ ହୋଇ ଥିବା ବେଳେ ବହୁ ଦୂର ଦୁରାନ୍ତରୁ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା ଓ ପରିଶେଷରେ ରେ ପୂର୍ଣ୍ଣlହୁତି ଦିଆ ଯାଇଥିଲା l ଉପସ୍ଥିତଭକ୍ତ ଙ୍କ ନିମିତ୍ତ ପ୍ରସାଦ ସେବନ ର ବ୍ୟବସ୍ଥା ମଧ୍ୟ୍ୟ ହୋଇ ଥିଲା lମା ଙ୍କ ର ଏପରି କାର୍ଯ୍ୟକ୍ରମ କୁ ସମସ୍ତ ଅଞ୍ଚଳବାସି ବହୁତ ପ୍ରଶଂସା କରୁଛନ୍ତି l

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଧୋଡ୍ରା ତେଲକୋନାରୀ ମା ଦନ୍ତେଶ୍ଵରୀ ଓ ବୁଢା ଦେଓ ମନ୍ଦିର ପ୍ରତିଷ୍ଟାରେ ଯୋଗଦେଲେ ବିଭିନ୍ନ ଦେବା ଦେବୀଙ୍କ ବୀମାନ

Sunil Chandra Nayak

କୁସୁମଖୁଣ୍ଟି ଠାରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସଯାତ୍ରା

Sunil Chandra Nayak

ନିଶା ମଙ୍ଗଳବାର ଓଷା ଲାଗି କଳସ ଯାତ୍ରା ଅନୁଷ୍ଠିତ

masiha

Leave a Comment

error: Content is protected !!