ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାମ ନବମୀ ଧୁମ ଧାମ ରେ ପାଳିତ। ଭବ୍ୟ ଶୋଭା ଯାତ୍ରା ଆୟୋଜିତ

ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମୋଉତ୍ସବ ଆଜି ସାରା ଭାରତ ବର୍ଷରେ ପାଳନ କରାଯାଉଛି । କଳାହାଣ୍ଡି ଜିଲ୍ଲା ଧର୍ମଗଡ ରେ ମଧ୍ୟ ରାମ ନବମୀ ବେଶ ଧୁମଧାମରେ ପାଳିତ ହୋଇଯାଇଛି ।

ରାମ ନବମୀ ପାଳନ ସମିତି ପକ୍ଷରୁ ଗତକାଲି ଧର୍ମଗଡ ଠାରେ ଏକ ଭବ୍ୟ ଶୋଭାଯାତ୍ରା ଆୟୋଜିତ ହୋଇ ଯାଇଛି । ଶତାଧିକ ଯୁବକ ଓ ଯୁବତୀ ବଜାର ପ୍ରାଙ୍ଗଣ ରେ ଥିବା ହନୁମାନ ମନ୍ଦିର ଠାରେ ଏକତ୍ରିତ ହୋଈ ପୂଜାର୍ଚ୍ଚନା ପରେ କୁନି କୁନି ପିଲା ଶ୍ରୀ ରାମ, ଲକ୍ଷ୍ମଣ ଓ ସୀତା ଙ୍କ ରୂପ ରେ ଏକ ଭବ୍ୟ ରଥ ରେ ବିରାଜମାନ ହୋଇ ଏକ ବିଶାଳ ଶୋଭା ଯାତ୍ରାରେ ସହର ପରିକ୍ରମା କରିଥିଲେ ।

ସଂକୀର୍ତ୍ତନ ସହ ଏହି ସାଂସ୍କୃତିକ ଶୋଭାଯାତ୍ରାରେ ଶହଶହ ଯୁବକଯୁବତୀ ସାମିଲ ହୋଇଥିଲେ । ଜୟ ଶ୍ରୀ ରାମ ନାମ ଗାନ କରି ସହର ପରିକ୍ରମା କରିବା ସହ ସରସ୍ଵତୀ ଶିଶୁ ମନ୍ଦିରରେ ପହଞ୍ଚିଥିଲେ।ରାମ ନବମୀ ପାଳନ ସମିତିର ସର୍ବଶ୍ରୀ ଲକ୍ଷ୍ମୀକାନ୍ତ ବାଗ, ଜନ୍ମେଜୟ ନାଏକ, ହେମନ୍ତ କୁମାର ମାଝୀ, ହିମାଂଶୁ ପଣ୍ଡା, ନଗରପାଳ ଅଶୋକ କୁମାର ମହାନ୍ତି, ଛିଲିପା ସରପଞ୍ଚ ବିଭୁ ଦତ୍ତ ପ୍ରଧାନୀ ସମେତ ରାମ ନବମୀ ପାଳନ ସମିତିର ବହୁ ସ୍ବେଛସେବୀ ଏଥିରେ ଯୋଗ ଦେଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଡାବୁଗାଁ ରେ ମା ଦୂର୍ଗାଙ୍କ ଅଷ୍ଟମୀ ପୂଜା 

Sunil Chandra Nayak

କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ

Sunil Chandra Nayak

ଖସିଗୁଡ଼ାରେ ନାମ ଯଜ୍ଞ ପାଇଁ କଳସ ଶୋଭାଯାତ୍ରା

Sunil Chandra Nayak

Leave a Comment

error: Content is protected !!