ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶୈବ ପୀଠରେ କାଉଡିଆ ଙ୍କ ପ୍ରବଳ ଭିଡ ,୨୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଚିଲିଗୁଡା କାଉଡିଆ ସଂଘ

ଚିଲିଗୁଡା ( ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଗ୍ରାମର କାଉରିଆ ସଂଘ ଦୀର୍ଘ ୨୫ ବର୍ଷ ହେଲା ଏହି ସଂଘ ବିଭିନ୍ନ ଶୈବ ପୀଠ ଗୁଡିକୁ ଯାଇ ଜଳାଭିଷେକ କରି ନିଜର ମନସ୍କାମନା ପୂରଣ ପାଇଁ ଦୀର୍ଘ ବର୍ଷ ହେଲା ବୋଲବମ କରିଆସୁଛନ୍ତି ।ପ୍ରତିବର୍ଷ ଶ୍ରାବଣ ମାସର ଶେଷ ଦିନରେ ଗ୍ରାମର ସମସ୍ତଙ୍କୁ ଡାକି ଅର୍ଣ୍ଣ ପ୍ରସାଦ ସେବନର ବ୍ୟବସ୍ଥା କରିଥାନ୍ତି ।ଚଳିତ ବର୍ଷ ୨୫ ବର୍ଷ ପୂରଣ ଅବସରରେ ନିକଟସ୍ଥ ଖସିଗୁଡା ଶୈବ ପୀଠରେ ପୂଜାର୍ଚ୍ଚନା କରି ନିଜର ଏବଂ ପରିବାରର ମାନସିକ ପୂରଣ ପାଇଁ ଶୈବ ପୀଠରେ ଜଳା ଭିଷେକ କରିଥିଲେ ।ଏଥିରେ ଅନେକ ପୁରୁଷ ,ମହିଳା ମାନେ ସାମିଲ ହୋଇଥିଲେ ।ଆଜିର ଶେଷ ଶ୍ରାବଣ ମାସର କାଉରିଆ ସଂଘର ସଭାପତି ଶୁକ୍ଲ।ମ୍ବର ବାରିକ ,ସମ୍ପାଦକ ହେମନ୍ତ ପଟେଲ ,ସହ ସମ୍ପାଦକ ପ୍ରଦ୍ୟୁମ୍ନ କାଣ୍ଡ ,କୋଷ।ଧକ୍ଷ ରୋହିତ ନ।ଏକ ମୁଖ୍ୟ ଦାୟିତ୍ୱ ଗ୍ରହଣ କରି ଥିବା ବେଳେ ଉପଦେଷ୍ଟା ମଣ୍ଡଳୀର ଜୟରାମ ରଣା ,ନବୀନ ପଟେଲ ,ବୃନ୍ଦାବନ ମାଝି ,ଜଗ ପଟେଲ ,ପଲ୍ଲବ ସାହୁ ,ହିରୋଜ ନ।ଏକ ,ଦିନେଶ ପଟେଲ ,ସାଧନୀ ପଟେଲ ,ଶାନ୍ତି ପଟେଲ ,କନେକ ନ।ଏକ ତଥା ସମସ୍ତ କାଉରିଆ ସଦସ୍ୟ ବୃନ୍ଦ ସହଯୋଗ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଡାବୁଗାଁ ରେ ବିଶ୍ଵକର୍ମା ଙ୍କ ପୂଜା ପାଳିତ

Sunil Chandra Nayak

ପୋଖରା ଗ୍ରାମରେ ମାଁ ଠାକୁରାଣୀ ଙ୍କ ବଡ ବୋଲେନ୍ ଯାତ୍ରା ଅନୁଷ୍ଠିତ

ଆଲମଣ୍ଡା ରେ ନୂତନ ଶ୍ରୀ ଜଗନ୍ନାଥ ମନ୍ଦିର ପିଠାଧିପତି ଓ ଭକ୍ତଙ୍କ ଉପସ୍ଥିତିରେ ପ୍ରତିଷ୍ଠା ଉତ୍ସବ ଆୟୋଜିତ 

Leave a Comment

error: Content is protected !!