ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଡାବୁଗାଁ କେଲିଆ ଶୈବ ପୀଠରେ ମହାଶିବରାତ୍ରି ପାଳିତ

ଡାବୁଗାଁ କେଲିଆ ଶୈବ ପୀଠରେ ମହାଶିବରାତ୍ରି ପାଳିତ

ଡାବୁଗାଁ, ୨୬/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର ଚଚରାଗୁଡା ପଞ୍ଚାୟତ ଅଧୀନ କେଲିଆ ଶୈବ ପୀଠରେ ମହା ଶିବରାତ୍ରି ମହାଡମ୍ବରରେ ବୁଧବାର ପାଳିତ ହୋଇଯାଇଛି | ଶ୍ରଦ୍ଧାଳୁ ମାନେ ଝାଡେଶ୍ଵର ମହାଦେବଙ୍କୁ ଦର୍ଶନ କରିବା ନିମନ୍ତେ ସକାଳୁ ଲମ୍ବା ଧାଡିରେ ଛିଡା ହୋଇଥିଲେ | ଏହି କେଲିଆ ଶୈବ ପୀଠକୁ ଡାବୁଗାଁ ବ୍ଲକ ସମେତ ଜିଲାର ବିଭିନ୍ନ ବ୍ଲକ ଓ ପଡୋଶୀ ଜିଲା କୋରାପୁଟ, କଳାହାଣ୍ଡି ଏବଂ ପଡୋଶୀ ଛତିଶଗଡ ରାଜ୍ୟରୁ ମଧ୍ୟ ଭକ୍ତମାନେ ଆସି ଝାଡେଶ୍ଵର ମହାଦେବଙ୍କୁ ଦର୍ଶନ କରିଥିଲେ | ରାତ୍ରି ପ୍ରାୟ ୯ ଘ. ରୁ ୧୦ ଘ ସମୟ ମଧ୍ୟରେ ମହାଦୀପ ଉଠାଯିବ | ରାତ୍ରିରେ ଭକ୍ତ ଙ୍କ ମନୋରଞ୍ଜନ ନିମନ୍ତେ ୨ ଟି ନାଟ (ଆଦିବାସୀ ନାଟକ) କାର୍ଯ୍ୟକ୍ରମ ପରିବେଷଣ କରାଯିବ | ଏଥିରେ ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ଵ ଭକ୍ତଙ୍କ ସମାଗମ ହୋଇଥିଲା | ଏଥିରେ ନବରଙ୍ଗପୁର ଜିଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ପୂର୍ବତନ ସାଂସଦ ପର୍ଶୁରାମ ମାଝି, ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଂଶୀଧର ମାଝି, ମନ୍ଦିର ଉନ୍ନୟନ କମିଟି ସଭାପତି ତଥା ତହସିଲଦାର ହରିଓମ ଭୋଇ, ସମ୍ପାଦକ ଦେବରାଜ ପାତ୍ର, କୋଷାଧକ୍ଷ ଜି॰ସାଇରାଜୁ, ବିଧାୟକ ପ୍ରତିନିଧି ଏମ. ବୁଲୁ ରାଓ, ସୁରେନ୍ଦ୍ର କୁମାର ମିଶ୍ର, ଏମ. ସୂର୍ଯ୍ୟ ନାରାୟଣ ଶୁବୁଦ୍ଧି, ରାଜେଶ ଅଗ୍ରୱାଲ, ଭଗବାନ ଖୁଣ୍ଟିଆ, ଧର୍ମାନନ୍ଦ ନାୟକ, ନରସିଂ ମାଝି, ଭଗବାନ ମାଝି, ଭାଗୀରଥୀ ମାଝି, ପଦ୍ମଚରଣ ମାଝି ଓ କମିଟି କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ | ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଡାବୁଗାଁ ଥାନା ଅଧିକାରୀ ଙ୍କ ସମେତ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା | ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଦଳ ଭକ୍ତ ମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ | ଏଠାରେ ବହୁ ଭକ୍ତଙ୍କ ସମାଗମ ହୋଇଥିଲା | ଏହା ସହ ଡାବୁଗାଁ ଶିବ ମନ୍ଦିର ,ବାଘବେଡା, ଜୁନାପାଣି, ବଡଓଲମା ଓ ବିରିଶୋଲା ଶିବ ମନ୍ଦିର ରେ ମଧ୍ୟ ଶିବରାତ୍ରି ପାଳିତ ହୋଇଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଭାଗବତ, ଗୋପଲୀଳା ଓ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଶ୍ରାବଣ ଦ୍ୱିତୀୟ ସୋମବାରରେ ଜଳାଭିଷେକ ପାଇଁ କାଉଡ଼ିଆଙ୍କ ପ୍ରବଳ ଭିଡ଼ : ସମଗ୍ର ଶୈବ ପୀଠ ଚଳ ଚଞ୍ଚଳ 

Sunil Chandra Nayak

ହରିଶଙ୍କର ରେ ସମ୍ପୂର୍ଣ ହେଲା ଶିବବିବାହ ଓ ଶୀତଳ ଷଷ୍ଠି

masiha

Leave a Comment

error: Content is protected !!