ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଲମ୍ କ୍ଲଷ୍ଟର ପକ୍ଷରୁ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ 

ପଲମ୍ କ୍ଲଷ୍ଟର ପକ୍ଷରୁ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ 

ରୁପ୍ରା, ୨୫/୨ (ଅଜୟ ସେନାପତି ) : ନର୍ଲା ବ୍ଲକ ଅଧିନ ପଲମ କ୍ଲଷ୍ଟର୍ ପକ୍ଷରୁ କ୍ଲଷ୍ଟର୍ ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଆଲିମ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସୋମବାର ଓ ମଙ୍ଗଳବାର ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି। CRCC ଡିଲେଶ୍ୱର ରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ  କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୁବଶିଳ୍ପୀ ସୌରଭ ମହାପାତ୍ର, ସମ୍ମାନିତ ଅତିଥିଭାବେ ଖଇରମାଲ ୟୁପି ସ୍କୁଲ ପ୍ରଧାନ ଶିକ୍ଷକ ଯୁବରାଜ ଜାନୀ, ଆଲିମ୍ ୟୁପି ସ୍କୁଲ ପ୍ରଧାନ ଶିକ୍ଷକ ଜଗନ୍ନାଥ ମାଝୀ, ଆଲିମ୍ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମଙ୍ଗଳୁ ସାହୁ ପ୍ରମୁଖ ଯୋଗଦେଇ  ମଞ୍ଚାସୀନ ଥିଲେ। ଶିକ୍ଷକ ଗୋବିନ୍ଦ ମାଝୀଙ୍କ ପରିଚାଳନାରେ ଆଲିମ୍ ସ୍କୁଲର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ଶିକ୍ଷକ ଜ୍ଞାନେନ୍ଦ୍ର ଗହିର ସଭା ପରିଚାଳନା କରିଥିବା ବେଳେ ଶିକ୍ଷକ ଛନ୍ଦାଚରଣ ଧରୁଆ ଧନ୍ୟବାଦ୍ ଦେଇଥିଲେ। ଏଥିରେ କ୍ଲଷ୍ଟର ଅନ୍ତର୍ଗତ ୧୦ଟି ବିଦ୍ୟାଳୟରୁ ଛାତ୍ରଛାତ୍ରୀଙ୍କ ସମେତ  ଶିକ୍ଷକମାନେ ଯୋଗଦେଇଥିଲେ। ଏଠାରେ ଶିକ୍ଷକ ତଥା ଛାତ୍ରଛାତ୍ରୀ ମାନଙ୍କୁ ସାଧନକର୍ମୀ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଉପରେ ମାର୍ଗଦର୍ଶନ କରିଥିଲେ। ସାକ୍ଷରତା, ସଂଖ୍ୟାଜ୍ଞାନ, ସୃଜନାତ୍ମକ ଶିକ୍ଷଣ ସାମଗ୍ରୀ ସବୁକୁ ଶିକ୍ଷକ ଓ ଛାତ୍ରଛାତ୍ରୀ ପ୍ରସ୍ତୁତ କରିଥିଲେ। ଏ ଅବସରରେ ରାଇଧୁନି ୟୁପି ସ୍କୁଲର ତିନିଜଣ ଛାତ୍ରୀଙ୍କୁ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତିରେ ଉତ୍କର୍ଷତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ କ୍ଲଷ୍ଟର୍ ଅଧିନ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ଆଲିମ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ।

 ( ମ ନି ସ )

Related posts

ମାନସିକ ସ୍ୱାସ୍ଥ୍ୟ ଗୁରୁତ୍ୱକୁ ନେଇ ଜିଲ୍ଲା ସ୍ତରୀୟ ସଚେତନତା ବୈଠକ

masiha

ଉତ୍କଳମଣି ଙ୍କ ଜୟନ୍ତୀ ପାଳନ 

Sunil Chandra Nayak

କୁଲତା ଭବନର ଶିଳାନ୍ୟାସ କଲେ ବିଧାୟକ ଭୂପିନ୍ଦର

Sunil Chandra Nayak

Leave a Comment

error: Content is protected !!