ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବିଭିନ୍ନ ଶୈବ ପୀଠରେ ନାଗବମ୍ ଭକ୍ତଙ୍କ ଭିଡ

ବିଭିନ୍ନ ଶୈବ ପୀଠରେ ନାଗବମ୍ ଭକ୍ତଙ୍କ ଭିଡ

ଭାରତ ଏକ ସାର୍ବଭୌମ ରାଷ୍ଟ୍ର। ଏଥିରେ ବିଭିନ୍ନ ଧର୍ମର ଲୋକ ବାସ କରି ନିଜ ଆରାଧ୍ୟ ଦେବା ଦେବୀ ପୂଜା ଆରାଧନା କରିଥାନ୍ତି। ହିନ୍ଦୁ ଧର୍ମ ଅନୁସାରେ ବାରମାସେ ତେର ପର୍ବ ପାଳନ କରିବା ସହ ଅନେକ ଉଷା ବ୍ରତ, ପର୍ବପର୍ବାଣୀ ପାଳନ କରିଥାନ୍ତି। ଶ୍ରାବଣ ମାସରେ ଶିବ ଉପାସନା କରିବା ଏକ ପାରମ୍ପାରିକ ରୀତି ନୀତି ପ୍ରାଚୀନ କାଳରୁ ଚାଲି ଆସିଛି। ଶିବ ଲିଙ୍ଗରେ ଏହି ମାସରେ ଲୁଣ, ତେଲ, ପିଆଜ ମାଛ, ମାଂସ ନ ଖାଇ ସଙ୍ଗମ ସ୍ଥଳ, ନଦୀ, ନାଳରୁ ପାଣି ଭାର ବୋହି ଶିବ ଲିଂଗରେ ପାଣି ଢାଳିବା ଫଳରେ ନିଜର ମନସ୍କାମନା ପୂରଣ ହେବା ବିଶ୍ୱାସ ଅଛି । ଅନେକ ଶୈବ ଭକ୍ତ ଭଗବାନ ଶିବଙ୍କ ଲିଂଗରେ ପାଣି ଢାଳି ନିଜର ମନସ୍କାମନା ପୂରଣ କରିଥିବା ଶିବ ପୁରାଣରେ ବର୍ଣ୍ଣିତ ହୋଇଛି । ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚିଚିଆ ଓ ଲିମସେର ବିଶି ପଡ଼ାର ନାଗବମ୍ ଭକ୍ତ ନିଜ ଗାଁ ଜୋରରେ ପୂଜା ବିଧି କରି ପାଣି ଉଠାଇ ପ୍ରାୟ 2 କିଲୋମିଟର ଯାଏଁ ଗୁରୁଣ୍ଡି ଗୁରୁଣ୍ଡି ଶିବ ମନ୍ଦିରରେ ପାଣି ଢାଳିବା ଏହି ଅଞ୍ଚଲରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ସନ୍ତୋଷି ମା ମନ୍ଦିର ର ସପ୍ତମ ବାର୍ଷିକ ଉତ୍ସବ ପାଳନ

Sunil Chandra Nayak

୩୭ ତମ କୁରାଳ ପଞ୍ଚମୀ ପୂଜା ବର୍ଷ ପାଳିତ

masiha

ଆସନ୍ନ ମରୁଡିକୁ ପ୍ରତିହତ କରିବା ପାଇଁ ଇନ୍ଦ୍ର ଦେବଙ୍କ ପୂଜା , ବର୍ଷା ପାଇଁ ଶରଣାପନ୍ନ ହେଲେ ବଙ୍ଗୋମୁଣ୍ଡା ଗ୍ରାମବାସୀ

masiha

Leave a Comment

error: Content is protected !!