ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମା ଡୋକାରୀ ଦେବୀଙ୍କ ଚୈତ୍ର ଯାତ୍ରା ଅନୁଷ୍ଠିତ, ପାହାଡ଼ ଶିଖର ଚଢି ଦର୍ଶନ କଲେ ଶ୍ରଦ୍ଧାଳୁ

କୋକସରା,୭/୦୪- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଶିବାହାଲ ପଞ୍ଚାୟତ କାଶିବାହାଲ ଗ୍ରାମର ଆରାଧ୍ୟ ଦେବୀ ମା ଡୋକରୀ ଦେବୀଙ୍କ ଚୈତ୍ର ଯାତ୍ରା ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। କାଶିବାହାଲ ଗ୍ରାମ ନିକଟସ୍ଥ ଡୋକରୀ ପାହାଡ଼ ଶିଖରରେ ଚୈତ୍ର ଯାତ୍ରା କେଉଁ ଏକ ଆବାହନମାନ କାଳରୁ ଡୋକରୀ ପାହାଡ଼ ଉପରେ ବିରାଜିତ ଦେବୀଙ୍କ ପୀଠରେ ପାଳିତ ହୋଇ ଆସୁଛି। ମଙ୍ଗଳବାର ଏହି ଚୈତ୍ର ଯାତ୍ରା ପାଳନ ହୋଇଥିବା ବେଳେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ମାନେ ପାହାଡ଼ ଶିଖର ଚଢି ଦର୍ଶନ କରିଛନ୍ତି। ଡୋକରୀ ପାହାଡ଼ ସହିତ କାଶିବାହାଲ ଗ୍ରାମର ସଂସ୍କୃତି ପରମ୍ପରା ଜଡିତ ରହିଥିବା ବେଳେ ଡୋକରୀ ପାହାଡ଼କୁ କୋକସରା ଓ ଜୟପାଟଣା ରାଜସ୍ୱ ବିଭାଗ ପକ୍ଷରୁ ୪ ଗୋଟି କ୍ରସରକୁ ପଥର ଖନନ ପାଇଁ ଦୀର୍ଘ ବର୍ଷ ହେବ ଅନୁମତି ଦେଇଛନ୍ତି। ଫଳରେ ଡୋକରୀ ପାହାଡ଼ ଏବେ ତାର ପୂର୍ବ ପରିଚୟ ହରାଇ ବସିଛି। ଡୋକରୀପାହାଡ଼ରେ ଦିନରାତି ପଥର ଖନନ କରି କ୍ରସର ମାଲିକ ମାନେ ଡୋକରୀ ପାହାଡ଼କୁ ଖୋଲ କରି ସାରିଲେଣି, ଡୋକରୀ ପାହାଡ଼ର ଅସ୍ତିତ୍ବ ହରାଇଥିବାକୁ ନେଇ ପରିବେଶବିତ୍ ଓ ସ୍ଥାନୀୟ ଜନସାଧାରଣ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ତେବେ ଆଗକୁ ଡୋକରୀ ପାହାଡ଼ ଖନନକୁ ନେଇ କାଶିବାହାଲ ଗ୍ରାମବାସୀ ମାନେ ବିରୋଧ କରିବାକୁ ସଂକଳ୍ପ ନେଇଛନ୍ତି। ମା ଡୋକରୀ ଦେବୀଙ୍କ ଚୈତ୍ର ଯାତ୍ରା ବିଧି ଅନୁସାରେ ପାଳନ କରାଯାଇଛି। ଏହି ଚୈତ୍ର ପର୍ବରେ ମାନସିକଧାରୀ ମାନେ ଶୁକ୍ଳ ଭୋଗ ସହ ବୋଦା କୁକୁଡ଼ା, ପାରା ବଳି ଦେଇଛନ୍ତି। ଗ୍ରାମ୍ୟ କମିଟିର ସଭାପତି କିଶୋର ନାଏକ, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ସମିତି ସଭ୍ୟ ଗଜାନନ ନିଆଲ, ଯତୀନ୍ଦ୍ର ଦଳାଇ, କ୍ଷିତିଶ ପଣ୍ଡା, କୃପାସିନ୍ଧୁ ନାଏକ, ଯୁବ ସମାଜସେବୀ ରୁଦ୍ର ପ୍ରସାଦ ନାଏକ, ସଞ୍ଜୟ ସିଙ୍ଘଲ ଓ ଗ୍ରାମବାସୀ ଉପସ୍ଥିତ ରହି ଚୈତ୍ର ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଗୀତାଜ୍ଞାନ ଯଜ୍ଞ , ଶ୍ରୀମଦ୍ ଭାଗବତ ପରିଷଦ ଢେଙ୍କାନାଳ ଆନୁକୂଲ୍ୟରେ ଭଗବତ ଗୀତା ଫଚଦଶ ଆଧାୟର ତାତ୍ଵିକ ପ୍ରବଚନ

Sunil Chandra Nayak

ଡାବୁଗାଁ ରେ ବିଶ୍ଵକର୍ମା ଙ୍କ ପୂଜା ପାଳିତ

masiha

ଫରଙ୍ଗରେ ଷୋହଲ ପ୍ରହର ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!