ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୋଗାଣ ବିଭାଗର ସରକାରୀ ସୁଲଭ ମୂଲ୍ୟରେ ଆଳୁ ବିକ୍ରୟ ଆରମ୍ଭ 

ଯୋଗାଣ ବିଭାଗର ସରକାରୀ ସୁଲଭ ମୂଲ୍ୟରେ ଆଳୁ ବିକ୍ରୟ ଆରମ୍ଭ 

ନବରଙ୍ଗପୁର (ତା ୧୧/୦୮)(ରବି ନାରାୟଣ ମହାନ୍ତି)-ସାରା ରାଜ୍ୟରେ ଆଳୁତାତି ଥମିବାର ନାଁ ଧରୁନଥିବା ବେଳେ ଏଥିରୁ ସାମାନ୍ୟ ଉପଶମ ପାଇବା ପାଇଁ ଯୋଗାଣ ବିଭାଗ ଉଦ୍ୟମ ଆରମ୍ଭ କରିଛି ।ଏପରି ସ୍ଥଳେ ଶନିବାର ଠାରୁ ଝରୀଗାଁ ଠାରେ ଥିବା ଆରସିଏମଏସ ଗୋଦାମଗୃହ ଠାରେ ଯୋଗାଣ ବିଭାଗ ପକ୍ଷରୁ ନିର୍ଦ୍ଧାରିତ ଦରରେ ଆଳୁ ବିକ୍ରୟ ଆରମ୍ଭ ହୋଇଯାଇଛି। ନବରଙ୍ଗପୁର ଠାରେ ମଧ୍ୟ ସୁଲଭ ମୂଲ୍ୟରେ ଆଳୁ ବିକ୍ରୟ ହୋଇଥିବା ବେଳେ ଝରୀଗାଁ ବ୍ଲକରେ ଥିବା ଆରସିଏମଏସ ଗୋଦାମ ଗୃହଠାରେ ଶନିବାର ସନ୍ଧ୍ୟାରୁ ଆଳୁ ଏକ କିଲୋ ପିଛା ୩୫ ଟଙ୍କାରେ ବିକ୍ରୟ ଆରମ୍ଭ ହୋଇଯାଇଛି। ସମସ୍ତ ଖାଉଟି ମାନଙ୍କୁ ୩୫ଟଙ୍କାରେ ଆଳୁ ଦିଆଯିବାର ଧାର୍ଯ୍ୟ କରାଯାଇଛି । ବଜାର ବା ଦୋକାନରେ ବର୍ଦ୍ଧିତ ଦରରେ ଆଳୁ ବିକ୍ରି ହେଉଥିବାରୁ ଗ୍ରାହକ ଅସୋନ୍ତଷ ପ୍ରକାଶ କରୁଥିଲେ ।ଏହାକୁ ଗୁରୁତର ସହ ବିଚାରକୁ ନେଇ ଯୋଗାଣ ବିଭାଗ ଏହି ପଦକ୍ଷେପ ନେଇଛି ।ଝରୀଗାଁ ଯୋଗାଣ ଅଧିକାରୀ ଦେବେନ୍ଦ୍ର ସେଠୀଙ୍କ ନିର୍ଦ୍ଦେଶରେ କିଲୋପ୍ରତି ୩୫ ଟଙ୍କାରେ ଆଳୁ ଦିଆଯିବାକୁ ଧାର୍ଯ୍ୟ କରାଯାଇଥିବା ଯୋଗାଣ ଅଧିକାରୀ ଦେବେନ୍ଦ୍ର ସେଠୀ ଗଣମାଧ୍ୟମକୁ ଏହି ସୂଚନା ପ୍ରଦାନ କରିଛନ୍ତି। ବଜାର ଓ ଦୋକାନରେ ଦର ସ୍ବାଭାବିକ ହେବା ପର୍ଯ୍ୟନ୍ତ ୩୫ଟଙ୍କା ଦରରେ ଆଳୁ ବିକ୍ରି ପ୍ରକ୍ରିୟା ଜାରି ରହିବ ବୋଲି ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି ।ଏଥିରେ ଉପଭୋକ୍ତା ଲାଭବାନ ହେଉଥିବାରୁ ସାଧାରଣରେ ଯୋଗାଣ ବିଭାଗର ଏପରି ପଦକ୍ଷେପକୁ ସ୍ବାଗତ କରାଯାଇଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ର ପ୍ରଥମ ନିର୍ବାହୀ ଅଧିକାରୀ ନୟନ କୁମାର ନାଥ ଙ୍କ ପରଲୋକ

masiha

ଶିମିଳିପାଳିଆ ହାତୀପଲରେ ନୂଆ ଶାବକ ର ଜନ୍ମ ବନବିଭାଗର କଡ଼ା ନଜର

Sunil Chandra Nayak

ବୋଲେର ଓ ବାଇକ ଧକ୍କାରେ ବାଇକ୍ ଚାଲକ ଘଟଣା ସ୍ଥଳରେ ମୃତ୍ୟୁ 

Sunil Chandra Nayak

Leave a Comment

error: Content is protected !!