ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୋଗାଣ ବିଭାଗର ସରକାରୀ ସୁଲଭ ମୂଲ୍ୟରେ ଆଳୁ ବିକ୍ରୟ ଆରମ୍ଭ 

ଯୋଗାଣ ବିଭାଗର ସରକାରୀ ସୁଲଭ ମୂଲ୍ୟରେ ଆଳୁ ବିକ୍ରୟ ଆରମ୍ଭ 

ନବରଙ୍ଗପୁର (ତା ୧୧/୦୮)(ରବି ନାରାୟଣ ମହାନ୍ତି)-ସାରା ରାଜ୍ୟରେ ଆଳୁତାତି ଥମିବାର ନାଁ ଧରୁନଥିବା ବେଳେ ଏଥିରୁ ସାମାନ୍ୟ ଉପଶମ ପାଇବା ପାଇଁ ଯୋଗାଣ ବିଭାଗ ଉଦ୍ୟମ ଆରମ୍ଭ କରିଛି ।ଏପରି ସ୍ଥଳେ ଶନିବାର ଠାରୁ ଝରୀଗାଁ ଠାରେ ଥିବା ଆରସିଏମଏସ ଗୋଦାମଗୃହ ଠାରେ ଯୋଗାଣ ବିଭାଗ ପକ୍ଷରୁ ନିର୍ଦ୍ଧାରିତ ଦରରେ ଆଳୁ ବିକ୍ରୟ ଆରମ୍ଭ ହୋଇଯାଇଛି। ନବରଙ୍ଗପୁର ଠାରେ ମଧ୍ୟ ସୁଲଭ ମୂଲ୍ୟରେ ଆଳୁ ବିକ୍ରୟ ହୋଇଥିବା ବେଳେ ଝରୀଗାଁ ବ୍ଲକରେ ଥିବା ଆରସିଏମଏସ ଗୋଦାମ ଗୃହଠାରେ ଶନିବାର ସନ୍ଧ୍ୟାରୁ ଆଳୁ ଏକ କିଲୋ ପିଛା ୩୫ ଟଙ୍କାରେ ବିକ୍ରୟ ଆରମ୍ଭ ହୋଇଯାଇଛି। ସମସ୍ତ ଖାଉଟି ମାନଙ୍କୁ ୩୫ଟଙ୍କାରେ ଆଳୁ ଦିଆଯିବାର ଧାର୍ଯ୍ୟ କରାଯାଇଛି । ବଜାର ବା ଦୋକାନରେ ବର୍ଦ୍ଧିତ ଦରରେ ଆଳୁ ବିକ୍ରି ହେଉଥିବାରୁ ଗ୍ରାହକ ଅସୋନ୍ତଷ ପ୍ରକାଶ କରୁଥିଲେ ।ଏହାକୁ ଗୁରୁତର ସହ ବିଚାରକୁ ନେଇ ଯୋଗାଣ ବିଭାଗ ଏହି ପଦକ୍ଷେପ ନେଇଛି ।ଝରୀଗାଁ ଯୋଗାଣ ଅଧିକାରୀ ଦେବେନ୍ଦ୍ର ସେଠୀଙ୍କ ନିର୍ଦ୍ଦେଶରେ କିଲୋପ୍ରତି ୩୫ ଟଙ୍କାରେ ଆଳୁ ଦିଆଯିବାକୁ ଧାର୍ଯ୍ୟ କରାଯାଇଥିବା ଯୋଗାଣ ଅଧିକାରୀ ଦେବେନ୍ଦ୍ର ସେଠୀ ଗଣମାଧ୍ୟମକୁ ଏହି ସୂଚନା ପ୍ରଦାନ କରିଛନ୍ତି। ବଜାର ଓ ଦୋକାନରେ ଦର ସ୍ବାଭାବିକ ହେବା ପର୍ଯ୍ୟନ୍ତ ୩୫ଟଙ୍କା ଦରରେ ଆଳୁ ବିକ୍ରି ପ୍ରକ୍ରିୟା ଜାରି ରହିବ ବୋଲି ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି ।ଏଥିରେ ଉପଭୋକ୍ତା ଲାଭବାନ ହେଉଥିବାରୁ ସାଧାରଣରେ ଯୋଗାଣ ବିଭାଗର ଏପରି ପଦକ୍ଷେପକୁ ସ୍ବାଗତ କରାଯାଇଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ବିଜେପି ସରକାର ଦେଶ ବାସୀଙ୍କୁ କ୍ଷମା ମାଗନ୍ତୁ #କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ ସଭା ଓ ରାଲି

Sunil Chandra Nayak

କର୍ଣ୍ଣାଟକ ଠାରେ ଚାଲିଥିବା ଜାତୀୟ ଯୁବ ମହୋତ୍ସବ ରେ ନୂଆପଡ଼ା ଯୁବକଙ୍କ “ଧୁମ୍”

Sunil Chandra Nayak

ଯୋରଦା କଲ୍ଯାଣ ମଣ୍ଡପରେ ଲ୍ଯାମ୍ପସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

Sunil Chandra Nayak

Leave a Comment

error: Content is protected !!