ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦେଶର ଏକ ନଂ ମୁଖ୍ୟମନ୍ତ୍ରୀ ଙ୍କ ଶାସନ ରେ ,ନିୟମ ବଦଲାଉଛି ତେନ୍ତୁଳିଖୁଣ୍ଟି ବ୍ଲକ୍ ପ୍ରଶାସନ

ନବରଙ୍ଗପୁର,୨୮/୬(ମସିହା))ଓଡ଼ିଶା ସରକାର ଦୀର୍ଘ ୨୪ବର୍ଷ ଶାସନ ଦେଶର ଆଦର୍ଶ ମୁଖ୍ୟମନ୍ତ୍ରୀ ତଥା ସ୍ଵଚ୍ଛ ଭାବମୂର୍ତି ବୋଲାଉଥିବା ସରକାର ଦେଶର ଏକ ନମ୍ବର ଓ କାମରେ ବିଶ୍ଵାସ କରେ କଥା ନୁହେଁ ବୋଲି କହୁଥିବା ମୁଖ୍ୟମନ୍ତ୍ରୀ ତାଙ୍କ ଅଧୀନରେ ଥିବା ସରକାରୀ ଅଧିକାରୀ ସରକାରୀ ଯୋଜନା କୁ ସୁଚାର ରୂପ ପରିଚାଳନା କରିବା ରେ ବିଫଳ ହେଉଛନ୍ତି।ପ୍ରକାଶ ଥାଉ କି ରାଜ୍ୟ ସରକାରଙ୍କ ପଞ୍ଚାୟତ ରାଜ୍ ଓ ପାନୀୟଜଳ ବିଭାଗ ବିଜ୍ଞପ୍ତି ପତ୍ର ନଂ ୧୧୯୭, ୧୯.ଜାନୁୟାରୀ ୨୦୨୩ ରେ ପ୍ରକାଶ ପାଇଥିଲା କି, ତେନ୍ତୁଳିଖୁଣ୍ଟି ବ୍ଲକ୍ ପୂର୍ବତନ ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ ଙ୍କ ବରଗଡ଼ ଜିଲ୍ଲା ପାଇକ ମାଲ ବ୍ଲକ୍ କୁ ବଦଳି ହୋଇଥିଲା, ଓ ତେନ୍ତୁଳିଖୁଣ୍ଟି ବ୍ଲକ୍ ନୂତନ ବିଡ଼ିଓ ଭାବେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଅତିରିକ୍ତ ତହସିଲଦାର ମନୋଜ କୁମାର ପାଣିଗ୍ରାହୀ ଙ୍କୁ ତେନ୍ତୁଳିଖୁଣ୍ଟି ବିଡ଼ିଓ ଭାବେ ବଦଳି ହୋଇଥିଲା । ବିଡ଼ିଓ ଶ୍ରୀ ଭୋଇ ସରକାର ବିଂଜ୍ଞପ୍ତି ପତ୍ର ସଂଖ୍ୟା ୩୪୪୨ ତା ୨୦ ଫେବୃଆରୀ ୨୦୨୩ ପାଇକ ମାଲ ବ୍ଲକ ବଦଳି ବାତିଲ୍ କରି ନବରଙ୍ଗପୁର ଜିଲ୍ଲା ଡେପୁଟି କଲେକ୍ଟର ଭାବେ ବଦଳି ହେଲେ। ଶ୍ରୀ ପାଣିଗ୍ରାହୀ ଙ୍କ ଲାଞ୍ଜିଗଡ଼ ତହସିଲ କାର୍ଯ୍ୟାଳୟ ଠାରେ କୌଣସି ଗୁରୁତ୍ଵପୂର୍ଣ୍ଣ ନଥିପତ୍ର କାର୍ଯ୍ୟ ବିଳମ୍ବ ଯୋଗୁ ତେନ୍ତୁଳିଖୁଣ୍ଟି ବ୍ଲକ୍ ରେ ଯୋଗଦାନ କରିବା ବିଳମ୍ବ ହୋଇଥିଲା।ହେଲେ ବଦଳି ର ଦୀର୍ଘ ୪ମାସ ୬ଦିନ ପରେ ତେନ୍ତୁଳିଖୁଣ୍ଟି ବ୍ଲକ୍ ରେ ତା ୨୬ ମେ ୨୦୨୩ ରେ ନୂତନ ବିଡ଼ିଓ ଭାବେ ଯୋଗ ଦେଇଥିବା ବେଳେ, ରାଜ୍ୟ ସରକାର ଆଦିବାସୀ ଗରିବ ଖଟିଖିଆ ଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନୂତନ ତାଲିକାରେ ଘର ପ୍ରଦାନ ନିମନ୍ତେ ସରକାର ନିର୍ଦ୍ଦେଶ ଆସିଥିବା ବେଳେ, ତା ୨୬, ମେ,୨୦୨୩ରେ ବ୍ଲକ୍ ରେ ଯୋଗ ଦେଇଥିବା ବିଡ଼ିଓ ଶ୍ରୀ ପାଣିଗ୍ରାହୀ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କ ୱାର୍କ ଅର୍ଡର୍ ରେ ୧୭.ଏପ୍ରିଲ୍.୨୦୨୩ ଏପ୍ରେଲ ମାସର ଦସ୍ତଖତ ହୋଇଥିବା ଦେଖିବାକୁ ମିଳୁଛି। ଆବାସ ହିତାଧିକାରୀଙ୍କ ୱାର୍କ ଅର୍ଡର୍ ରେ ଏ ଭଳି ଗୁରୁ ଚଣ୍ଡାଳ ଭୁଲ ହେଲା କେମିତି?ହେଲେ ବିଡ଼ିଓ କାର୍ଯ୍ୟାଳରେ ଉପସ୍ଥିତ ନ ରହି ଏପ୍ରେଲ ମାସ ତାରିଖ ପକେଇ ନିଜେ ଅନ୍ଧ ଭଳି ଆଖି ବୁଜି ଦସ୍ତଖତ ଦେଉଛନ୍ତି କିଭଳି ?କେଉଁ ଆଧାରରେ ଦସ୍ତଖତ କରୁଛନ୍ତି ନା ସରକାର ନିର୍ମଳ ଭାବ ମୂର୍ତ୍ତି ରେ ପ୍ରଶ୍ନ ସୃଷ୍ଟି କରି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ କାର୍ଯ୍ୟାଳୟ ର କୀର୍ତ୍ତି ରଖିବାକୁ ଏଭଳି କରିଛନ୍ତି କି ? ତାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି ।କିଛିଦିନ ହେବ ନବରଙ୍ଗପୁର ଜିଲ୍ଲା ଉପଜିଲ୍ଲାପାଳ ସରକାର ନିୟମ ଉଲଂଘନ କରି ରାଜସ୍ବ ଆଦାୟ ରେ ଫାଙ୍କୁ ଥିବା ଓ ଭିଜିଲାନ୍ସ ଜାଲରେ ପଡ଼ି ରାଜ୍ୟ ସରକାରଙ୍କ ଠାରୁ ବାଧ୍ୟତା ମୂଳକ ଅବସର ।ସେହି ଭଳି ତେନ୍ତୁଳିଖୁଣ୍ଟି ତହସିଲ ଦାର ପ୍ରଦୀପ କର ଦୀର୍ଘ ୭ବର୍ଷ ରୁ ଉର୍ଦ୍ଧ୍ବ ରହି ଅନେକ ଦୁର୍ନୀତି ରେ ଲିପ୍ତ ଥିଲେ।ତାଙ୍କ ବଦଳି ପରେ ତେନ୍ତୁଳିଖୁଣ୍ଟି ତହସିଲ ବାସି ଦୀର୍ଘ ନିଶ୍ୱାସ ଟିକେ ମାରିଥିବା ବେଳେ ବ୍ଲକରେ ଚାଉଳ ଦୁର୍ନୀତି ପୁଣି ଏକ ମୁଣ୍ଡ ଟେକିଛି। ପୁଣି ଏବେ ଆସିଛି ଆବାସ ଯୋଜନା ରେ ଆବାସ ଦୁର୍ନୀତି ଚାରି ଚକିଆ ଥିବା ବାଲା ଙ୍କୁ ମିଳିଛି ଆବାସ ଯୋଜନା ଟଙ୍କା ହେଲେ ହେଁ ଏ ସରକାର ୨୦୧୯ରେ ଲାଗୁ କରିଥିବା ମୋ ସରକାର ଫାଇଭ ଟି ଗଲା କୁଆଡେ ବୋଲି ଚାରିଆଡ଼େ ଚର୍ଚ୍ଚା ଚାଲିଛି। ନୂତନ ଭାବେ ଯୋଗ ଦେଇଥିବା ଭାରପ୍ରାପ୍ତ ଉପ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଉନ୍ନୟନ୍ ଅଧିକାରୀ ଦୃଷ୍ଟି ଦେବାକୁ ବ୍ଲକ୍ ବାସୀ ଦାବି କରିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ବାରାହା ଆକ୍ରମଣରେ ଚାଷୀ ଗୁରୁତର :ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି 

Sunil Chandra Nayak

ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଜାତୀୟ ସେବା ସଂସ୍ଥାର ଜାତୀୟ କର୍ମଶାଳା ଅନୁଷ୍ଠିତ

masiha

ଧର୍ମଗଡ଼ ସାହିତ୍ୟ ଓ ସଂସ୍କୃତି ସଂସଦ ତରଫରୁ ମହାବିଷୁବ ମିଳନ ପାଳନ

Sunil Chandra Nayak

Leave a Comment

error: Content is protected !!