ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାସ୍ତା ମରାମତି କାର୍ଯ୍ୟ ନିମ୍ନମାନର ଅଭିଯୋଗରେ ପ୍ରତିବାଦ କଲେ ଯୁବଗୋଷ୍ଠୀ ଓ ଗ୍ରାମବାସୀ

ରାସ୍ତା ମରାମତି କାର୍ଯ୍ୟ ନିମ୍ନମାନର ଅଭିଯୋଗରେ ପ୍ରତିବାଦ କଲେ ଯୁବଗୋଷ୍ଠୀ ଓ ଗ୍ରାମବାସୀ

କୋକସରା,୧୪/୧୨ // ପ୍ରତି ଗ୍ରାମାଞ୍ଚଳକୁ ଗମନାଗମନରେ ସୁବିଧା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଅନୁଦାନ ଦେଉଛନ୍ତି । ହେଲେ ବିଭାଗୀୟ ଅଧିକାରୀ ଓ ଦୁର୍ନୀତି ଗ୍ରସ୍ତ ଠିକାଦାର ମିଶି ତୋର ଅଧେକୁ ମୋର ଅଧେ ନୀତିରେ ନିମ୍ନମାନର କାର୍ଯ୍ୟକରି ସରକାରୀ ଅନୁଦାନକୁ ଚଳୁ କରୁଥିବା ଅଭିଯୋଗ କରିଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ସ୍ୱାମୀ ବିବେକାନନ୍ଦ ଯୁବକ ସଙ୍ଘ, ବରାଡଙ୍ଗା ଓ ପାତ୍ରବସା ଗ୍ରାମବାସୀ ମାନେ। ସୂଚନା ମତେ ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଜୈନେକ ଠିକାସଂସ୍ଥାକୁ ଆମପାଣିରୁ ବେହେରନଶୀଳ ରାସ୍ତା ମରାମତି କାର୍ଯ୍ୟ ସମ୍ପାଦନ ପାଇଁ ବିଭାଗୀୟ ଅଟକଲ ୩୫ ଲକ୍ଷ ୭୧ହଜାର ୭୫୮ ଟଙ୍କାରେ କାର୍ଯ୍ୟାଦେଶ ହୋଇଥିବା ବେଳେ ଠିକାସଂସ୍ଥା ପକ୍ଷରୁ ରାସ୍ତା ନିର୍ମାଣ କାର୍ଯ୍ୟ ଜାରି ରହିଛି। ତେବେ ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ଗୁରୁବାର ସ୍ଥାନୀୟ ଯୁବକ ସଙ୍ଘର ନୃପରାଜ ମାଝୀ, ସୀମାଞ୍ଚଳ ମାଝୀ, ଚନ୍ଦ୍ରଭାନୁ ମାଝୀ, ଦାମୋଦର ମାଝୀ, ନେତ୍ରମଣି ନାଗ, ବିଶ୍ବମ୍ବର ନାଏକ, ଭୂବନେ ନାଗ, ଦୁଲ୍ଲଭ ମାଝୀ, ମହେନ୍ଦ୍ର ନାଏକ, ଘନଶ୍ୟାମ ମାଝୀ ଓ ଗ୍ରାମବାସୀ ପ୍ରତିବାଦ କରିଛନ୍ତି। ଅଭିଯୋଗ ଅନୁସାରେ ଠିକାସଂସ୍ଥା ଇଷ୍ଟିମେଟ ଅନୁଯାୟୀ ପିଚୁ ନପକାଇ ନିଜକୁ ସୁହାଇଲା ଭଳି ରାସ୍ତା କାର୍ଯ୍ୟ କରୁଛନ୍ତି ଓ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ତାଙ୍କୁ ପ୍ରଶ୍ରୟ ଦେଉଥିବା ନେଇ ଅଭିଯୋଗ କରିଛନ୍ତି।ତେବେ ଏନେଇ କୋକସରା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ସୁରେଶ ବାରିହାଙ୍କ ପ୍ରତିକ୍ରିୟା ନେବାରୁ ଇଷ୍ଟିମେଟ ଅନୁସାରେ କାର୍ଯ୍ୟ ହେଉଛି କିଛି ଅନିୟମିତତା ହେଉନାହିଁ ବୋଲି କହିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ରବି ଋତୁ ଚାଷ ପାଇଁ ଜଳ ଯୋଗାଣ ଦାବୀ ଘଟଣା….. ପ୍ରଶାସନ ଓ ଚାଷୀ ଙ୍କ ବୈଠକ ରୁ ବହାରି ପାରିଲାନି ନିଷ୍କର୍ଷ , ପୁଣି ହେବ ଏକ ବୈଠକ 

masiha

ଛାତ୍ର ବତ୍ସଳ ପ୍ରଧାନ ଶିକ୍ଷୟିତ୍ରୀ ଜି. ଇନ୍ଦିରା ଙ୍କ ଅବସର

Sunil Chandra Nayak

ଟ୍ରାକ୍ଟରରୁ ପଡି ଶ୍ରମିକ ମୃତ, ପୋଲିସର ତଦନ୍ତ ଜାରି

Sunil Chandra Nayak

Leave a Comment

error: Content is protected !!