ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ସାଂସଦ ଓ ବିଧାୟକ

ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ସାଂସଦ ଓ ବିଧାୟକ 

ଡାବୁଗାଁ, ୧୪/୯ (ମ.ନି.ସ)- ଗୁରୁବାର ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ୍ ଅଧୀନ ବିଭିନ୍ନ ଗ୍ରାମରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାଶ କରିଛନ୍ତି ସାଂସଦ ଓ ବିଧାୟକ |ଏଥିରେ ଡାବୁଗାଁ ରେ ୧୦ ଲକ୍ଷ ଟଙ୍କାର ଗ୍ରାମ ପଞ୍ଚାୟତ ସୁବିଧା କେନ୍ଦ୍ର ଗୃହ ଓ ମେଦନା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ୩୧ ଲକ୍ଷ ବ୍ୟୟରେ ଲେବର ଗୃହ ଓ କେଲିଆ ଗ୍ରାମରେ ସାଂସଦ ଓ ବିଧାୟକ ପାଣ୍ଠିରୁ ୪ ଲକ୍ଷ ବ୍ୟୟରେ ଅଲେଖ ମନ୍ଦିର ର ଉଦଘାଟନ କରିଥିଲେ | ପରେ ଚଚରାଗୁଡା ପଞ୍ଚାୟତ ର ହଳଦୀ, ଭେଲୁଆଗୁଡା ଓ ଭଣ୍ଡିମାଳ ଗ୍ରାମରେ ସ୍ୱାସ୍ଥ୍ୟ ଆରୋଗ୍ୟ ଉପକେନ୍ଦ୍ରର ଶିଳାନ୍ୟାସ କରାଯାଇଛି | ଏଥିରେ ମୂଖ୍ୟ ଅଥିତି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ନବରଙ୍ଗପୁର ଜିଲା ଯୋଜନା ବୋର୍ଡ ଅଧକ୍ଷ ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ , ପଞ୍ଚାୟତ ସମିତି ଅଧ୍ୟକ୍ଷା ବୀଣା ମାଝୀ, ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଜିଲା ପରିଷଦ ସଭ୍ୟ ଗୁପ୍ତ ବିଶୋୟୀ, ମେଦନା ସରପଞ୍ଚ ସୁମିତ୍ରା ମାଝୀ, ଚଚରାଗୁଡା ପଞ୍ଚାୟତ ସରପଞ୍ଚ ରଞ୍ଜୁ ଭତ୍ରା, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଜିଲା ମହିଳା ବିଜେଡି ସମ୍ପାଦିକା ସ୍ଵର୍ଣ୍ଣଲତା ଭତ୍ରା, ବ୍ଲକ ବିଜେଡି ମହିଳା ସଭାନେତ୍ରୀ ହୀରା ହରିଜନ, ବ୍ଲକ ବିଜେଡି ମହିଳା ମିଡିଆ ସେଲର ସବିତା ମହାନ୍ତି ଓ ବହୁ ବିଜେଡି କର୍ମୀମାନେ ଯୋଗ ଦେଇଥିଲେ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନର୍ଲା ଓକିଲ ସଂଘ ପକ୍ଷରୁ ସ୍ବାଭିମାନ ଦିବସ ପାଳନ 

masiha

ଭାରତ ମାତା କି ଜୟ ଏବଂ ଦେଶ ଭକ୍ତିମୟ ଭାବନାରେ ପାଳିତ ହେଲା ସ୍ୱାଧୀନତା ଦିବସ

Sunil Chandra Nayak

ଜାତୀୟ ସମ୍ମିଳନୀରେ ସମ୍ବର୍ଦ୍ଧିତ ହେଲେ ୩୦ ପ୍ରତିଭା  ଭାଷା ହେଉଛି ବୈ।ଦ୍ଧିକ ବିଭବ

Sunil Chandra Nayak

Leave a Comment

error: Content is protected !!