ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମେ ଜାଣିବା ଆମେ ଜିଣିବା  ଅଭିଭାବକ ଆମର ଅଂଶୀଦାର କାର୍ଯ୍ୟକ୍ରମ ଅନୁଷ୍ଠିତ 

ଆମେ ଜାଣିବା ଆମେ ଜିଣିବା 

ଅଭିଭାବକ ଆମର ଅଂଶୀଦାର କାର୍ଯ୍ୟକ୍ରମ ଅନୁଷ୍ଠିତ 

ଧର୍ମଗଡ଼ ସ୍ଥାନୀୟ ଅନ୍ୱେଷା ହଷ୍ଟେଲ ପରିସର ଠାରେ ରାଜ୍ୟ ସରକାର ଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ତରଫରୁ ଅଭିଭାବକ ଆମର ଅଂଶୀଦାର କାର୍ଯ୍ୟକ୍ରମ ଓ ଆମେ ଜାଣିବା ,ଆମେ ଜିଣିବା କାର୍ଯ୍ୟକ୍ରମ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଓ ଅତିଥି ବୃନ୍ଦ ଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସମ୍ପ୍ରସାରଣ ଅଧିକାରୀ ଶିବାନୀ ନାଏକ ଙ୍କ ସଭାପତିତ୍ବ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଷି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।ଏହି କାର୍ଯ୍ୟକ୍ରମ ଶିକ୍ଷକ ଓ ଅଭିଭାବକ ମଧ୍ୟ ରେ ଉତ୍ତମ ସମନ୍ୱୟ ରକ୍ଷା କରିବା ,ସରକାର ଙ୍କ ଦ୍ଵାରା ଛାତ୍ର ଛାତ୍ରୀ ଙ୍କୁ ଦିଆଯାଉଥିବା ସୁବିଧା ସୁଯୋଗ ଲୋକ ଲୋଚନ କୁ ଆଣିବା ଓ ତାର ବ୍ୟବହାର କରାଯାଇ ସରକାରୀ ଶିକ୍ଷା ନୀତି କୁ ସୁଦୃଢ଼ କରି ସଫଳ କରାଇବା ଏକ ପ୍ରୟାସ ଏହାର ମୂଳ ଲକ୍ଷ ହୋଇଥିବା ହଷ୍ଟେଲ ଆସିଷ୍ଟାଣ୍ଟ ସୁପରିଷ୍ଟେଣ୍ଡଟ ପ୍ରଣବ କୁମାର ପାତ୍ର କହିଥିଲେ । ଏହି ଅବସର ରେ ସରକାର ଙ୍କ ବିଭିନ୍ନ ବିଭାଗ ପକ୍ଷରୁ ଷ୍ଟଲ୍ ରଖି ପ୍ରଦର୍ଶନ କରାଯାଇଥିଲା। ଏହି ପ୍ରଦର୍ଶନ ରେ ଶିଶୁ ବିଭାଗ,ସ୍ବାସ୍ଥ୍ୟ ବିଭାଗ,ପ୍ରାଣୀ ଚିକିତ୍ସା ବିଭାଗ, ବନ ବିଭାଗ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିଲା ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଅବିଭକ୍ତ ଢେଙ୍କାନାଳର ପାଇକ ଦହିଖୋରସ୍ଥିତ ପ୍ରଥମ ଆବାସିକ ବିଦ୍ୟାର୍ଥୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବର୍ଣ୍ଣାଢ଼୍ୟ ୭୯ତମ ସ୍ଵାଧୀନତା ଦିବସ -୨୦୨୫ ଉତ୍ସବ ପାଳିତ 

Sunil Chandra Nayak

ବିଞ୍ଝୁଆ ଗ୍ରାମର ବିବି କ୍ଲବ ତରଫରୁ ପୁଲଓ୍ବାମାର ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ

Sunil Chandra Nayak

ଗୋଲାମୁଣ୍ଡାସ୍ଥିତ ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!