ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମେ ଜାଣିବା ଆମେ ଜିଣିବା  ଅଭିଭାବକ ଆମର ଅଂଶୀଦାର କାର୍ଯ୍ୟକ୍ରମ ଅନୁଷ୍ଠିତ 

ଆମେ ଜାଣିବା ଆମେ ଜିଣିବା 

ଅଭିଭାବକ ଆମର ଅଂଶୀଦାର କାର୍ଯ୍ୟକ୍ରମ ଅନୁଷ୍ଠିତ 

ଧର୍ମଗଡ଼ ସ୍ଥାନୀୟ ଅନ୍ୱେଷା ହଷ୍ଟେଲ ପରିସର ଠାରେ ରାଜ୍ୟ ସରକାର ଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ତରଫରୁ ଅଭିଭାବକ ଆମର ଅଂଶୀଦାର କାର୍ଯ୍ୟକ୍ରମ ଓ ଆମେ ଜାଣିବା ,ଆମେ ଜିଣିବା କାର୍ଯ୍ୟକ୍ରମ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଓ ଅତିଥି ବୃନ୍ଦ ଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସମ୍ପ୍ରସାରଣ ଅଧିକାରୀ ଶିବାନୀ ନାଏକ ଙ୍କ ସଭାପତିତ୍ବ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଷି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।ଏହି କାର୍ଯ୍ୟକ୍ରମ ଶିକ୍ଷକ ଓ ଅଭିଭାବକ ମଧ୍ୟ ରେ ଉତ୍ତମ ସମନ୍ୱୟ ରକ୍ଷା କରିବା ,ସରକାର ଙ୍କ ଦ୍ଵାରା ଛାତ୍ର ଛାତ୍ରୀ ଙ୍କୁ ଦିଆଯାଉଥିବା ସୁବିଧା ସୁଯୋଗ ଲୋକ ଲୋଚନ କୁ ଆଣିବା ଓ ତାର ବ୍ୟବହାର କରାଯାଇ ସରକାରୀ ଶିକ୍ଷା ନୀତି କୁ ସୁଦୃଢ଼ କରି ସଫଳ କରାଇବା ଏକ ପ୍ରୟାସ ଏହାର ମୂଳ ଲକ୍ଷ ହୋଇଥିବା ହଷ୍ଟେଲ ଆସିଷ୍ଟାଣ୍ଟ ସୁପରିଷ୍ଟେଣ୍ଡଟ ପ୍ରଣବ କୁମାର ପାତ୍ର କହିଥିଲେ । ଏହି ଅବସର ରେ ସରକାର ଙ୍କ ବିଭିନ୍ନ ବିଭାଗ ପକ୍ଷରୁ ଷ୍ଟଲ୍ ରଖି ପ୍ରଦର୍ଶନ କରାଯାଇଥିଲା। ଏହି ପ୍ରଦର୍ଶନ ରେ ଶିଶୁ ବିଭାଗ,ସ୍ବାସ୍ଥ୍ୟ ବିଭାଗ,ପ୍ରାଣୀ ଚିକିତ୍ସା ବିଭାଗ, ବନ ବିଭାଗ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିଲା ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଧରତୀ ଆବାଙ୍କ ଶାଶ୍ଵତ ପ୍ରେରଣା କୁ ପ୍ରଣାମ ଜଣାଇ ଜନଜାତୀୟ ଗୌରବ ଦିବସ ପାଳନ ଅବସରେ ବିଜେପିର ଶ୍ରଦ୍ଧାଞ୍ଜଳି 

Sunil Chandra Nayak

ସୁନ୍ଦରଗଡ଼ ଠାରେ ନିରନ୍ତର ବିକାଶ ଲକ୍ଷ୍ୟ ସମ୍ବନ୍ଧୀୟ ତାଲିମ ଶିବିର ଅନୁଷ୍ଠିତ

masiha

ପୂର୍ବତନ ସରପଞ୍ଚ ବିଶିଷ୍ଟ ସମାଜସେବୀ ଯୁଧୁଷ୍ଠିର ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳିତ 

masiha

Leave a Comment

error: Content is protected !!