ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଦ ଘର ଭିତରେ ଯୁବକର ମୃତଦେହ ଠାବ

ବନ୍ଦ ଘର ଭିତରେ ଯୁବକର ମୃତଦେହ ଠାବ

 ମୟୂରଭଞ୍ଜ -୧୪/୧୨ ( ମସିହା)ଦିନକୁ ଦିନ ଯୁବ ମହଲରେ ଆତ୍ମହତ୍ୟା ମାନସିକତା ବୃଦ୍ଧି ପାଉଛି । ଯାହାକୁ ନେଇ ସରକାର, ସମାଜସେବୀ, ସ୍ବେଛାସେବୀ, ସାମାଜିକ କର୍ମୀ ମହଲରେ ଚିନ୍ତାର ବିଷୟ ପାଲଟିଛି ।ଯେତେ ସଚେତନ କଲେ ମଧ୍ୟ ପରିସ୍ଥିତିର ସୁଧାର ଆସୁନାହିଁ ।ସାମାନ୍ୟ କଥାରେ ମନକୁ ସନ୍ତୁଳନ କରି ନପାରି ଅମୂଲ୍ୟ ଜୀବନକୁ ହାରି ଦେବାପାଇଁ ପଛଘୁଞ୍ଚା ଦେଉ ନାହାନ୍ତି । ସୂଚନାଯୋଗ୍ୟ  ବାଙ୍ଗିରୀପୋଷୀ ଥାନା ଅନ୍ତର୍ଗତ କଣ୍ଟାପାଳ ଗ୍ରାମର ପିଅନ ନାଏକ ଙ୍କ ୩୦ ବର୍ଷିୟ ବଡ଼ ପୁଅ ବାସୁଦେବ ନାଏକ ଓ ତାଙ୍କ ବାପା ବିଗତ ଦୀର୍ଘ ୧୩ ବର୍ଷ ହେବ ବିଶୋଇ ଥାନା ଅନ୍ତର୍ଗତ ଜାମିରଡିହା ସ୍ଥିତ ରାଇରଙ୍ଗପୁର ଅଂଚଳର ବିଶିଷ୍ଟ ବ୍ୟବସାୟୀ ଖେମକାଙ୍କ ଏକ ଗୋଡାଉନ ରେ ଜଗୁଆଳି ଭାବରେ କାର୍ଯ୍ୟ କରି ଆସୁଥିଲେ। କିନ୍ତୁ ବୁଧବାର ଦିନ ଵାସୁଦେଵଙ୍କ ବାପା କୋୖଣସି କାମରେ ଘରକୁ ଯାଇଥିଲେ, ତେବେ ତାଙ୍କ ବାପା ରାତିରେ ଆସି ଦେଖିଲା ସମୟରେ ତାଙ୍କ ପୁଅ ବାସୁଦେବ ଭିତର ପଟୁ କବାଟ ବନ୍ଦକରି ଘର ଭିତରେ ବେକରେ ଦଉଡି ଦେଇ ଝୁଲନ୍ତା ଅବସ୍ଥାରେ ଅଛି,ଏହା ଦେଖି ପିଅନ ନାଏକ ସଙ୍ଗେ ସଙ୍ଗେ ଗ୍ରାମ ରକ୍ଷୀକୁ ଜଣାଇଥିଲେ,ପରେ ବିଶୋଇ ଥାନାରେ ପିଅନ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଗୁରୁବାର ସକାଳୁ ବିଶୋଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ବିଶୋଇ ଥାନା କେଶ୍ ନମ୍ବର ୨୫/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ମେଡ଼ିକାଲ କୁ ପଠାଇଥିଲେ। 

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ରାୟଗଡ ଜିଲ୍ଲା ଡମ୍ ସମାଜର ଦିଆଲି ପରବ ଭେଟଘାଟ -2023

masiha

ଆଞ୍ଚଳିକ ବ୍ରାହ୍ମଣ ସମିତିର ୧୮୫ତହ ଅଧିବେଶନ ଅନୁଷ୍ଠିତ

masiha

୩ଦଫା ଦାବୀ ନେଇୱାର୍ଡ କୋଡ଼ିନେଟର ଙ୍କ ଏନଏସି ଇ ଓ ଙ୍କୁ ଦାବିପତ୍ର ପ୍ରଦାନ

masiha

Leave a Comment

error: Content is protected !!