ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉତ୍ସବ ମହାସମାରୋହରେ ଆୟୋଜିତ

ଓଡିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉତ୍ସବ ମହାସମାରୋହରେ ଆୟୋଜିତ

ଭବାନୀପାଟଣା:୧୫/୦୬ – (ମନିସ) :- ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ଗତ ୧୪/୦୬/୨୦୨୬ ରିଖ ରବିବାର ଦିନ ୧୧ ଘଣ୍ଟା ସମୟରେ ଭବାନୀପାଟଣା ଟାଉନହଲ ଠାରେ ଜିଲ୍ଲା ସ୍ତରୀୟ ଜୈବିକ ଓ ପ୍ରାକୃତିକ କୃଷି କର୍ମଶାଳା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାକୁ ମାନ୍ଯବର କଳାହାଣ୍ଡି ଲୋକସଭା ସାଂସଦ ଶ୍ରୀମତୀ ମାଳବିକା ଦେବୀ ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ତନ୍ମୟ କୁମାର ଦରଓ୍ବାନ ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜୋଳନ କରି ଉଦଘାଟନ କରିଥିଲେ। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରମୋଦ କୁମାର ବେହେରା। ଅତିଥି ମାନଙ୍କୁ କର୍ମଶାଳାକୁ ସ୍ବାଗତ କରିବା ସହ ସ୍ବାଗତ ସମ୍ଭାଶଣ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ମାନ୍ଯବର ସାଂସଦ କର୍ମଶାଳାରେ ଯୋଗଦେଇଥିବା ସମସ୍ତ କୃଷକ ମାନଙ୍କୁ ଉଦବୋଧନ ଦେବା ସହିତ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ ପରିବର୍ତ୍ତେ ଜୈବିକ ଓ ପ୍ରାକୃତିକ କୃଷିପଦ୍ଧତି ଅବଲମ୍ବନ କରି ମୃର୍ତ୍ତିକାର ସ୍ବାସ୍ଥ୍ୟ ତଥା ପରିବେଶ ସୁରକ୍ଷା ଓ ସ୍ବାସ୍ଥ୍ୟଗତ ଖାଦ୍ୟ ଉତ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ। ଏହି ପଦ୍ଧତିରେ କୃଷି କାର୍ଯ୍ୟ କଲେ ମୃତ୍ତିକାର ଉତ୍ପାଦନ କ୍ଷମତା ଦୀର୍ଘସ୍ଥାୟୀ ହେବା ସହିତ ପରିବେଶ ସୁରକ୍ଷିତ ରହିବ ଏବଂ ରାସାୟନିକ ସାର ଓ କୀଟନାଶକର ବହୁଳ ବ୍ଯବହାର ଜନୀତ କ୍ଯାନସର ଓ ଅନ୍ଯାନ୍ଯ ମାରାତ୍ମକ ରୋଗ ମଧ୍ୟ ହ୍ରାସ ହେବ। ଅନ୍ଯତମ ବକ୍ତା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ତନ୍ମୟ ଦରଓ୍ବାନ ମଧ୍ୟ ରାସାୟନିକ ସାର ଓ କୀଟନାଶକର ବହୁଳ ବ୍ଯବହାର ପରିତ୍ୟାଗ କରି ପୁନର୍ବାର ପାରମ୍ପରିକ କୃଷି ପଦ୍ଧତି ଆପଣାଇ ମୃର୍ତ୍ତିକା ଓ ପରିବେଶର ସୁରକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ଏହି କର୍ମଶାଳାରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡଃ ଅମିତାଭ ପଣ୍ତା, ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଡଃ ବିଭୂତି ଭୂଷଣ ସାହୁ, କୃଷି ମହାବିଦ୍ୟାଳୟ ଭବାନୀପାଟଣାର ଅଧ୍ଯକ୍ଷ ଡଃ ସନ୍ଦୀପ୍ତ କୁମାର ନାୟକ,ପ୍ରାକୃତିକ କୃଷି ଉଦ୍ଯୋଗୀ ଡଃ ଛବିଲାଲ ସାହୁ, ପ୍ରାକୃତିକ କୃଷି ବିତ ଶ୍ରୀ ବଳଦେବ ଭୋଇ ଜୈବିକ ଓ ପ୍ରାକୃତିକ ପଦ୍ଧତି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ। ପରିଶେଷରେ କାର୍ଯ୍ୟକ୍ରମର ସଂଯୋଜକ ଡଃ ଉମେଶ ଚନ୍ଦ୍ର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲ।

ବଲଭଦ୍ର ବାଗ ଙ୍କ ରିପୋର୍ଟ୍ 

Related posts

ପରିବେଶ ସଂକ୍ରାନ୍ତୀୟ ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା ଅନୁଷ୍ଠିତ

masiha

୧୧ ଫୁଟ ଲମ୍ବର ଅଜଗର ଉଦ୍ଧାର

Sunil Chandra Nayak

୭୪ତମ ବନମହୋତ୍ସବ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ଗଛ ଲଗେଇ ବଞ୍ଚାଇବା ପାଇଁ ଶପଥ ପାଠ 

Leave a Comment

error: Content is protected !!