ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ଦୋଳନ ର ଦାନା ବାନ୍ଧୁଛି ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ମଧ୍ୟରେ 

ଆନ୍ଦୋଳନ ର ଦାନା ବାନ୍ଧୁଛି ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ମଧ୍ୟରେ 

ନବରଙ୍ଗପୁର ୩ / ୧୨: ଦିର୍ଘ ଦିନ ବ୍ୟବଧାନ ପରେ ପୁଣି ଆନ୍ଦୋଳନ ର ଦାନା ବାନ୍ଧୁଛି ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ମଧ୍ୟରେ l ପ୍ରକାଶ ଥାଉକି, ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ଗୋଟିଏ ମାତ୍ର ଦାବୀ ଗ୍ରେଡ ପେ ୪୨୦୦/- ପାଇଁ ଓଡିଶା ଅମଲା ସଂଘ, ଓଡିଶା ରାଜସ୍ୱ ଅମଲା ସଂଘ, ଓଡିଶା ଟ୍ରେଜର ଅମଲା ସଂଘ ଏବଂ ଓଡ଼ିଶା ନିବନ୍ଧକ ଅମଲା ସଂଘ ଙ୍କୁ ନେଇ ମିଳିତ ମଞ୍ଚ ଗଠନ କରି ଆନ୍ଦୋଳନ ଜାରି ରଖିଛନ୍ତି l ଗତ ଏପ୍ରିଲ ମାସ ୨୨ ତାରିଖ ଦିନ ଜିଲ୍ଲା ସ୍ତରୀୟ ମିଳିତ ଅମଲା ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତିରିଶ ଗୋଟି ଜିଲ୍ଲାପାଳଙ୍କ ଜରିଆରେ ଗୋଟିଏ ମାତ୍ର ଦାବି ୪୨୦୦/- ପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ l ତାପରେ ମେ ମାସ ୧ ତାରିଖ ଦିନ ରାଜ୍ୟ ସଂଘ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ l ଦାବୀ ପୂରଣ ନ ହେବାରୁ ସଙ୍ଘ ର ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ୨୦୨୩ ମେ ମାସ ୨୨ ତାରିଖ ଠାରୁ ୨୦୨୩ ମେ ମାସ ୩୧ ପର୍ଯ୍ୟନ୍ତ କଳା ବ୍ୟାଜ୍ ପରିଧାନ କରିଥିଲେ l ୩୧ ମେ ସୁଦ୍ଧା କୌଣସି ଦାବୀ ପୂରଣ ନ ହେବାରୁ ୧ ଜୁନ ୨୦୨୩ ଠାରୁ ୧୭ ଜୁନ ୨୦୨୩ ପର୍ଯ୍ୟନ୍ତ ସମୁହ ଛୁଟି ରେ ଥିଲେ l ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ସହ ବ୍ୟାପକ ଆଲୋଚନା ବିମର୍ଷ ଏବଂ ନିର୍ଭର ପ୍ରତିଶ୍ରୁତି ଦେବାପରେ ୨୦୨୩ ଜୁନ ୧୮ ତାରିଖରେ ମିଳିତ ଅମଲା ମଞ୍ଚ ର ଆନ୍ଦୋଳନ ସ୍ଥଗିତ ଥିଲା l

ଦୀର୍ଘଦିନ ବ୍ୟବଧାନ ପରେ ମଧ୍ୟ ମଞ୍ଚ ର ଏକ ମାତ୍ର ଦାବୀ ୪୨୦୦/- ପୂରଣ କରିବା ପାଇଁ ସରକାରଙ୍କ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ ନ କରିବାରୁ ଆଜି ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ , ରାଜ୍ଯ ଶାଖା ର ଆବାହକ ଚିତ୍ତରଞ୍ଜନ ତରାସିଆ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଭୁବନେଶ୍ବର ଗୀତ ଗୋବିନ୍ଦ ଭବନ ଠାରେ ଅନୁଷ୍ଠିତ ହୋଇଥିଲା l ବୈଠକରେ ଜିଲ୍ଲା ସ୍ତରୀୟ ଅମଲା ଙ୍କ ଗୋଟିଏ ମାତ୍ର ଦାବୀ ପୂରଣ କରିବାରେ ରାଜ୍ୟ ସରକାରଙ୍କ ଉଦାସୀନତା କୁ ଉପସ୍ଥିତ ଥିବା ସମସ୍ତ ଜିଲ୍ଲା ପକ୍ଷରୁ ଘୋର ଅସନ୍ତୋଷ ପ୍ରକାଶ କରିବା ସହିତ ସ୍ଥଗିତ ରଖାଯାଇଥିବା ଆନ୍ଦୋଳନ କୁ ପୁନର୍ବାର ଆରମ୍ଭ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା l ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଓଡିଶା ଅମଲା ସଂଘର ରାଜ୍ଯ ସଭାପତି ଜ୍ଞାନରଞ୍ଜନ ଦାସ , ଟ୍ରେଜେରୀ ଅମଲା ସଂଘର ରାଜ୍ୟ ସଭାପତି ସମୋର କାନୁନଗୋ, ନିବନ୍ଧକ ଅମଲା ସଂଘର ରାଜ୍ୟ ସଭାପତି ବିଭୁଦତ୍ତ ବାରିକ, ସମ୍ପାଦକ ରାକେଶ ମହାନ୍ତି, ଓଡ଼ିଆ ରାଜସ୍ଵ ଅମଲା ସଂଘର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ, ସାଧାରଣ ସମ୍ପାଦକ ନରେଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l ତିରିଶ ଗୋଟି ଜିଲ୍ଲାର ସର୍ବସମ୍ମତି ନିଷ୍ପତ୍ତି ଅନୁସାରେ ଆସନ୍ତା ଡିସେମ୍ବର ୧୯ ତାରିଖ ସୁଦ୍ଧା ଦାବୀ ପୂରଣ ନ ହୁଏ, ତେବେ ଡିସେମ୍ବର ୨୦ ତାରିଖ ଠାରୁ ସ୍ଥଗିତ ଥିବା ଆନ୍ଦୋଳନ ପୁନର୍ବାର ଆରମ୍ଭ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସତ୍ୟ ସାଈ ସେବା ସଂଗଠନ ର ରକ୍ତ ଦାନ ଶିବିର

masiha

ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେଲା ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର

masiha

LAST DAY OF CHAITRA PARVA CELEBRATIONS IN SAIPRIYA NAGAR SEES MASSIVE TURNOUT OF DEVOTEES

masiha

Leave a Comment

error: Content is protected !!