ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆବାସ ଗୃହରୁ ବଞ୍ଚିତ ବିଳାଶ,ମାଟି କୁଡ଼ିଆ ଘରେ ରହୁଛନ୍ତି ପରିବାର ଲୋକେ 

ଆବାସ ଗୃହରୁ ବଞ୍ଚିତ ବିଳାଶ,ମାଟି କୁଡ଼ିଆ ଘରେ ରହୁଛନ୍ତି ପରିବାର ଲୋକେ 

କୋକସରା, ୭। ୫/( ମନିସ ): ପ୍ରସାଦ ଗଜିନ୍ଦ୍ର /କୋକସରା ବ୍ଲକ ବରାଡ଼ଙ୍ଗା ପଞ୍ଚାୟତ ବିଳାଶ ନାଏକଙ୍କ ପରିବାର ଲୋକେ ଦୀର୍ଘ ବର୍ଷ ହେବ ବାସଗୃହ ଅଭାବରୁ ଶୋଚନୀୟ ଭାବେ ବସବାସ କରୁଥିବା ଦେଖିବାକୁ ମିଳିଛି।ବିଳାଶଙ୍କ ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ।ପକ୍କା ଘରଟିଏ ନିର୍ମାଣ କରିବା ତାଙ୍କ ପାଇଁ ମରୀଚିକା ସଦୃଶ। ପେଟପଟଣା ସ୍ୱାମୀ,ସ୍ତ୍ରୀ ପରଘରେ କୁଳିମଜୁରୀ କରି ପରିବାର ପ୍ରତିପୋଷଣ କରିଥାନ୍ତି। ତାଙ୍କର ଦୁଇ କୁନି ଝିଅ ସହିତ ସ୍ୱାମୀ ସ୍ତ୍ରୀ ଏକ ଝାଟିମାଟି ଘରେ ରହିଥାନ୍ତି। ଘରର ପାରିପାର୍ଷିକ ଅବସ୍ଥା ମଧ୍ୟ ଠିକ ନାହିଁ। ଘରଟି ଯେକୌଣସି ମୁହୂର୍ତ୍ତରେ ଭୁଷୁଡ଼ି ପଡ଼ିବାର ଆଶଙ୍କା ରହିଛି। ତଥାପି ପରିବାର ଲୋକେ ଗୃହ ଅଭାବରୁ ଏହି ଭଙ୍ଗା ଦଦରା କୁଡ଼ିଆ ଘରେ ବସବାସ କରିଆସୁଛନ୍ତି। ଆବାସ ଗୃହ ପାଇଁ ପଞ୍ଚାୟତ ପ୍ରଶାସନର ଅନେକ ଥର ଦ୍ୱାରସ୍ଥ ହେଲେହେଁ ଆଜି ଯାଏଁ କୌଣସି ସୁଫଳ ମିଳିନଥିବା ପରିବାର ପକ୍ଷରୁ ଅଭିଯୋଗ ହେଉଛି। ଅନ୍ୟପଟେ ପରିବାର ଲୋକେ ଆବାସ ଗୃହ ପାଇଁ ଅନଲାଇନ କରି ଅନେକ ଦିନ ବିତିଯାଇଛି। ହେଲେ ବର୍ତ୍ତମାନ ସୁଦ୍ଧା ବିଳାଶଙ୍କ ପରିବାରକୁ ପ୍ରଶାସନ ପକ୍ଷରୁ ଆବାସ ଯୋଜନାରେସାମିଲ କରାଯାଇନାହିଁ। ଫଳ ସ୍ୱରୂପ ବିଳାଶଙ୍କ ପରିବାର ଲୋକେ ଖରା ବର୍ଷା,ଶୀତ,କାକରରେ ଅନେକ ଦୁଃଖ କଷ୍ଟରେ ରହୁଥିବା ପ୍ରକାଶ ପାଇଛି। ସେହିପରି ପଞ୍ଚାୟତର ଅନେକ ଉପଯୁକ୍ତ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ ରହୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଜିଲ୍ଲା ତଥା ବ୍ଲକ ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

Related posts

କେନାଲ ପାଣି ରେ ଭାସି ଗଲେ ବ୍ୟକ୍ତି , ୧୫ ଘଣ୍ଟା ପରେ ଶବ ଉଦ୍ଧାର 

Sunil Chandra Nayak

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ କେନ୍ଦ୍ରାପଡା

masiha

ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ସମିତି ଓ ଅନ୍ୟାନ୍ୟ ହିତାଧିକାରୀ ମାନଙ୍କ ଦକ୍ଷତା ବୃଦ୍ଧି ତାଲିମ

masiha

Leave a Comment

error: Content is protected !!